fbpx

ଆପଣ କରୋନା ଭ୍ୟାକ୍ସିନ୍ ନେଇଛନ୍ତି? ଯଦି ନା ତେବେ ମୁଖ୍ୟମନ୍ତ୍ରୀଙ୍କ ହେଲପଲାଇନ ନମ୍ବରରୁ ଆସିପାରେ କଲ୍

ନୂଆଦିଲ୍ଲୀ: ଯଦି ଆପଣମାନଙ୍କ ମଧ୍ୟରୁ କିଏ କରୋନା ଭ୍ୟାକ୍ସିନ ନେଇନାହାନ୍ତି, ତେବେ ତୁରନ୍ତ ନେଇ ଯାଆନ୍ତୁ । ଭ୍ୟାକ୍ସିନର ଦ୍ୱିତୀୟ ଡୋଜ୍ ନେଇନଥିଲେ ଆପଣଙ୍କ ପାଖକୁ ମୁଖ୍ୟମନ୍ତ୍ରୀଙ୍କ ହେଲ୍ପଲାଇନ ନମ୍ବର ଓ କୋଭିଡ୍ ସେଣ୍ଟରରୁ କଲ ଆସିପାରେ । ତେଣୁ ଆପଣମାନେ ପ୍ରଥମ ଡୋଜ୍ ନେବା ପରେ ନିର୍ଦ୍ଧାରିତ ସମୟରେ ଦ୍ୱିତୀୟ ଡୋଜ୍ ନେଇଯାଆନ୍ତୁ ।

ଉତ୍ତରପ୍ରଦେଶ ସରକାର ଏପରି ନିୟମ ଲାଗୁ କରିଛନ୍ତି । ଯେଉଁମାନେ ଭ୍ୟାକ୍ସିନର ଦ୍ୱିତୀୟ ଡୋଜ୍ ନେଇନଥିବେ, ସେମାନଙ୍କୁ ଫୋନ୍ କରି ଟିକାକରଣ କେନ୍ଦ୍ରକୁ ଡକାଯିବ । ଏମାନଙ୍କୁ ସିଏମ ହେଲ୍ପଲାଇନ ନମ୍ବର ଓ କୋଭିଡ୍ ସେଣ୍ଟରରୁ ଫୋନ୍ କରାଯିବ । ଟିକାର ପ୍ରଥମ ଡୋଜ୍ ନେଇ ସାରିଥିବା ଲୋକଙ୍କର ଲିଷ୍ଟ ବର୍ତ୍ତମାନ ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ କରୁଛି । ଯେଉଁମାନେ ଦ୍ୱିତୀୟ ଡୋଜ୍ ନେଇନଥିବେ, ସେମାନଙ୍କୁ ନିର୍ଦ୍ଧାରିତ ସମୟରେ ଫୋନ୍ କରି ଡକାଯିବ । ଅଗଷ୍ଟ ମାସ ପାଇଁ ରାଜ୍ୟକୁ ୨ କୋଟି ୮୫ ହଜାର ଟିକା କେନ୍ଦ୍ର ସରକାର ଯୋଗାଇ ଦେଇଛନ୍ତି । ସମଗ୍ର ରାଜ୍ୟରେ ଗ୍ରାମାଞ୍ଚଳରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ ଅଭିଯାନ ଜାରି ରହିଛି । ରାଜ୍ୟରେ ଯେପରି କରୋନା ମହାମାରୀ ନିୟନ୍ତ୍ରଣକୁ ଆସିବ, ସେନେଇ ସରକାର ଟିକାକରଣ ଉପରେ ଜୋର ଦେଉଥିବା ଜଣାପଡ଼ିଛି । ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩ ଲକ୍ଷ ୬୭ ହଜାର ୧୩୮ ଜଣଙ୍କୁ ପ୍ରଥମ ଡୋଜ୍ ଓ ୭୮ ହଜାର ୨୯୦ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି ।

Get real time updates directly on you device, subscribe now.