fbpx

କ’ଣ ଦୁଇଟି କିଡନୀ ବିନା ବଞ୍ଚି ପାରିବ ମଣିଷ? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ପାଟନା: ଆମ ଶରୀରରେ କିଡ଼ନୀ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଟେ । ଯଦି ଏହା ସଠିକ୍ ରୂପେ କାମ କରେନି ତେବେ ଆମ ଶରୀରରେ ରକ୍ତ ସଫା ହୋଇ ନଥାଏ । ଏହି କୀଡନୀକୁ ଯଦି ମଣିଷ ଶରୀରରୁ କଢାଯାଏ ତେବେ ଅଧିକ ସମୟ ବଞ୍ଚିବା କଷ୍ଟସାଧ୍ୟ ହୋଇଯାଏ । ହେଲେ ମଣିଷକୁ ଯଦି ଡ଼ାୟଲିସିସରେ ରଖାଯାଏ ତେବେ ସେ ବବୁଦିନ ପର୍ଯ୍ୟନ୍ତ ବିନା କିଡନୀରେ ବଞ୍ଚିପାରିବ ।

ସୂଚନା ଅନୁସାରେ, ବିହାର ମୁଜାଫରପୁର ରେ ଜଣେ ନକଲି ଡ଼ାକ୍ତର, ଜଣେ ମହିଳାଙ୍କ ଶରୀରରୁ ୨ଟି କିଡନୀ କାଢିନେଇ ଫେରାର ହୋଇଯାଇଥିଲେ । ସେହି ପୀଡ଼ିତା ଜଣକ ୪ମାସ ଧରି ବିନା କିଡ଼ନୀରେ ଜୀବନ ନିର୍ବାହ କରୁଛନ୍ତି । ପ୍ରତି ଦୁଇଦିନରେ ଥରେ ତାଙ୍କର ଡ଼ାୟଲିସିସ କରାଯାଉଛି । ସେଥିପାଇଁ ସେ ବର୍ତ୍ତମାନ ପର୍ଯ୍ୟନ୍ତ ବଂଚି ରହିଛନ୍ତି । ଏହି ଖବରରେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ, କଣ ସତରେ କିଡ଼ନୀ ବିନା ମଣିଷ ବଞ୍ଚିପାରିବ ଏବଂ କେତେ ଦିନ ବଞ୍ଚି ପାରିବ? ତେବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ତଥ୍ୟ ବିଷୟରେ ।

ଦୁନିଆରେ ବହୁ ଗୁଡିଏ ଲୋକ କିଡ଼ନୀ ବିନା ଜୀବନ ଅତିବାହିତ କରୁଛନ୍ତି । ଅଷ୍ଟ୍ରେଲିଆ ସ୍ଥିତ କିଡ଼ନୀ ହେଲଥ ଅରଗାନାଇଜେସନ ମୁତାବକ, ପ୍ରତି ୭୫୦ରେ ଜଣେ ବ୍ୟକ୍ତି ଏକ କିଡ଼ନୀରେ ହିଁ ଜନ୍ମ ନେଇଥାଏ । ଅନ୍ୟାନ୍ୟ ବ୍ୟକ୍ତିଙ୍କ ଠାରୁ ମଧ୍ୟ ଗୋଟିଏ କିଡ଼ନୀ କଢାଯାଇଥାଏ । କହିବାକୁ ଗଲେ ମଣିଷ ଶରୀରରେ ଗୋଟିଏ କିଡ଼ନୀ ରକ୍ତ ସଫା କାର୍ଯ୍ୟ କରିବାରେ ସାହାଯ୍ୟ କରିଥାଏ । ହେଲେ ୨ଟି କିଡ଼ନୀ ନଥିଲେ ଏହା ବିନା ଚିକିତ୍ସାରେ ଜଣେ ବ୍ୟକ୍ତି ବଞ୍ଚିବା ଅସମ୍ଭବ ହୋଇଯାଏ ।

ବିନା କିଡ଼ନୀର ଲୋକମାନେ ଡ଼ାୟଲିସିସ ଉପରେ ନିର୍ଭର କରିଥାନ୍ତି । ଏହା ମଣିଷ ଶରୀର ଉପରେ ନିର୍ଭର କରିଥାଏ ଯେ, ସେ କେଉଁ ପ୍ରକାରରେ ଏହାକୁ ଗ୍ରହଣ କରୁଛି । ଏହି ଡ଼ାୟଲିସସ ନେଇ ମଣିଷ ବର୍ଷେ କିମ୍ବା ଦଶନ୍ଧି ଧରି ବଞ୍ଚିପାରିବ । ତେଣୁ କିଡ଼ନୀ ନଥିବା ବ୍ୟକ୍ତି ପ୍ରତି ଦୁଇଦିନରେ ଥରେ ଡ଼ାୟଲିସିସ ନେବାକୁ ବାଧ୍ୟ ଅଟେ ।

Get real time updates directly on you device, subscribe now.