ଡାଇବେଟିସ୍ ରେ ଆମ୍ୱ ଖାଇପାରିବେ କି ନାହିଁ? ଏକ୍ସପର୍ଟଙ୍କ ପାଖରୁ ଜାଣନ୍ତୁ ଏହାର ସଠିକ୍ ଉତ୍ତର
ଡାଇବେଟିସ୍ ଲୋକ ଆମ୍ୱ ଖାଇବା ଶରୀର ପାଇଁ ଭଲ ନା ଖରାପ?
ଓଡିଶାଭାସ୍କର: ଡାଇବେଟିସ୍ ରୋଗୀମାନେ ପ୍ରାୟତଃ ସେମାନଙ୍କର ପ୍ରିୟ ଫଳ ବିଶେଷକରି ଆମ୍ବ ଠାରୁ ଦୂରେଇ ରୁହନ୍ତି। କାରଣ ସ୍ପଷ୍ଟ: ରକ୍ତ ଶର୍କରା ସ୍ତର ବୃଦ୍ଧି ପାଇବାର ଭୟ। କିନ୍ତୁ ପ୍ରକୃତରେ ଆମ୍ବକୁ ସମ୍ପୂର୍ଣ୍ଣ ଭାବରେ ଛାଡିଦେବା ଉଚିତ କି? ନା ସଠିକ୍ ଉପାୟରେ ସେବନ କଲେ ମଧ୍ୟ ଏହାର ମଜା ନିଆଯାଇପାରିବ?
ଏହି ପ୍ରଶ୍ନ ପ୍ରାୟ ପ୍ରତ୍ୟେକ ଡାଇବେଟିସ୍ ରୋଗୀଙ୍କ ମନରେ ଆସେ, ବିଶେ,କରି ଯେଉଁମାନେ ଆମ୍ବକୁ ବୋହୁତ ଭଲପାଆନ୍ତି। ତେଣୁ ଆସନ୍ତୁ, ଏହି ପ୍ରଶ୍ନର ସଠିକ୍ ଉତ୍ତର କଣ ତାହା ଜାଣିବା।
ବିଶେଷଜ୍ଞମାନେ କ’ଣ କୁହନ୍ତି:
ସବୁଠାରୁ ଜରୁରୀ କଥା ହେଉଛି ପରିମାଣ ଏବଂ ସମୟ ଉଭୟ ପ୍ରତି ଧ୍ୟାନ ଦେବା ଉଚିତ୍। ଏକାଥରେ ବହୁତ ପରିମାଣର ଆମ୍ବ ଖାଇବା ଠିକ୍ ନୁହେଁ।
ଯଦି ଆପଣଙ୍କ ଶରୀର ଏହାକୁ ଭଲ ଭାବରେ ସହନ କରିପାରେ, ତେବେ ଏକ ଛୋଟ ଅଂଶ ଖାଇପାରିବେ। ଯଦି ଶୁଗର୍ ବଢ଼ୁଛି ବୋଲି ଲାଗେ, ତେବେ ପରିମାଣକୁ ଆଉ କମ୍ କରିବା ଉଚିତ।
ବିଶେଷ କରି ରାତି ବେଳେ ବିଳମ୍ୱରେ ଆମ୍ବ ଖାଇବା ଭଲ ବୋଲି ମନାଯାଏ ନାହିଁ, କାରଣ ସେ ସମୟରେ ଶରୀରର ମେଟାବୋଲିକ୍ ପ୍ରକ୍ରିୟା ଧୀର ହୋଇଯାଏ।
ଯଦି ଶୁଗର୍ ଲେଭେଲ୍ ବଢ଼ିଯାଏ, କଣ କରିବେ:
ଏହା ବୁଝିବା ମଧ୍ୟ ବହୁତ ଜରୁରୀ ଯେ ପ୍ରତ୍ୟେକ ଲୋକଙ୍କ ଶରୀର ଭିନ୍ନ ଭାବରେ ପ୍ରତିକ୍ରିୟା କରେ। ତେଣୁ ଆପଣ ନିଜ ଶରୀରକୁ ବୁଝି ସୁଝି ଓ ସେହି ଅନୁସାରେ ନିଷ୍ପତ୍ତି ନେବା ଆବଶ୍ୟକ।
ଯଦି ଆମ୍ବ ଖାଇବା ପରେ ଆପଣଙ୍କର ଶୁଗର୍ ଲେଭେଲ୍ ବଢ଼ୁଛି, ତେବେ ଏହାକୁ ସୀମିତ କରିବା ଭଲ।
ଡାଇବେଟିସରେ ଆମ୍ବ ସମ୍ପୂର୍ଣ୍ଣ ଭାବେ ନିଷେଧ ନୁହେଁ, କିନ୍ତୁ ଅସାବଧାନତା କେବେବି ଚାଲିବ ନାହିଁ।
ଠିକ୍ ପରିମାଣ, ଠିକ୍ ସମୟ ଓ ଠିକ୍ ଉପାୟରେ ଖାଇଲେ, ଆପଣ ଏହି ଫଳର ଆନନ୍ଦ ନିରାପଦ ଭାବେ ଉଠାଇପାରିବେ।
