fbpx

ଓଡ଼ିଆ ବୈଜ୍ଞାନିକଙ୍କ ବଡ଼ ସଫଳତା: ଆପଣଙ୍କୁ କ୍ୟାନସର ହୋଇଛି କିମ୍ବା ଆଗକୁ ହୋଇପାରେ, ମାତ୍ର ୪ ଘଣ୍ଟାରେ ମିଳିଯିବ ସମସ୍ତ ତଥ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନର ସମୟରେ କ୍ୟାନସର ଏକ ଭୟଙ୍କର ବୀମାରୀ । ୫୦ ବର୍ଷରୁ କମ୍ ବୟସର ଲୋକମାନେ ଏଥିରେ ବେଶି ଶିକାର ହେଉଥିବା ବେଳେ ପ୍ରତିବର୍ଷ ଆମ ଦେଶରେ କ୍ୟାନସରରେ ଲକ୍ଷ ଲକ୍ଷ ଲୋକଙ୍କର ଜୀବନ ଚାଲିଯାଉଛି । ବୈଜ୍ଞାନିକମାନେ କ୍ୟାନସର ଉପରେ ଅନବରତ ଗବେଷଣା ଜାରି ରଖିଥିବା ବେଳେ ଏନେଇ ମଧ୍ୟ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି ।

ତେବେ ଏହା ମଧ୍ୟରେ ଜଣେ ଓଡ଼ିଆ ପୁଅ କ୍ୟାନସରକୁ ନେଇ ଏକବଡ଼ ସଫଳତା ହାସଲ କରିଛନ୍ତି । ଜର୍ମାନୀରେ ଗବେଷଣା କରୁଥିବା ଓଡ଼ିଆ ବୈଜ୍ଞାନିକ ପ୍ରତୀକ ପଣ୍ଡା କ୍ୟାନସର ବାବଦରେ ସମସ୍ତ ତଥ୍ୟ ପ୍ରଦାନ କରିଛନ୍ତି । ଜଣେ ବ୍ୟକ୍ତିକୁ କ୍ୟାନସର ହୋଇଛି କିମ୍ବା ଆଗକୁ ହୋଇପାରେ ଏ ବାବଦରେ ମାତ୍ର ୪ ଘଣ୍ଟା ମଧ୍ୟରେ ସମସ୍ତ ତଥ୍ୟ ମିଳିପାରିବ । ତେବେ ଏଥିପାଇଁ ଜଣଙ୍କୁ ମାନସିକ ସ୍ତରରେ କିଛି ପୂର୍ବ ପ୍ରସ୍ତୁତି କରିବାକୁ ପଡ଼ିବ ।

ଏନେଇ ପ୍ରତୀକ କହିଛନ୍ତି, ଏହା ହେଉଛି ଏକ ଡାଟା ସାଇନ୍ସ ଟେକ୍ନୋଲୋଜି । ସାଧାରଣ ଭାବେ ଜଣେ ଲୋକକୁ ଯଦି କ୍ୟାନସର ହୋଇଥିବ ବା ହୋଇଛି କି ନା ସେନେଇ ସେ ଜାଣିବାକୁ ଚାହୁଁଥିବେ, ତେବେ ତାଙ୍କର ରକ୍ତ ନମୂନା ନେଇ ସିକୁଏନ୍ସିଂ ମେଶିନରେ ପ୍ରୋସେସ୍ କଲେ କିଛି ଡାଟା ମିଳିଥାଏ । ସେହି ରକ୍ତ ନମୂନାରୁ ସମ୍ପୂର୍ଣ୍ଣ ଜିନୋମ ବାବଦରେ ତଥ୍ୟ ମିଳିଯାଇଥାଏ । ଏହାପରେ ଜଣଙ୍କର ଶରୀରରେ କ୍ୟାନସର ଅଛି କି ନା ତାହା ମାତ୍ର ୪ ଘଣ୍ଟା ମଧ୍ୟରେ ସ୍ପଷ୍ଟ ହୋଇଯିବ । ତେବେ ‘ବାୟୋଇନଫରମେଟିକ୍ସ ଟେକ୍ନୋଲୋଜି’ ଦ୍ୱାରା ଏହାସମ୍ଭବ ହୋଇପାରିବ ବୋଲି ପ୍ରତୀକ କହିଛନ୍ତି । ତେବେ ଉକ୍ତ ମେଶିନ ଯଦି ଓଡ଼ିଶାକୁ ଅଣାଯାଏ ତେବେ ରାଜ୍ୟବାସୀ ବିଶେଷ ଭାବେ ଉପକୃତ ହୋଇପାରିବେ ।

Get real time updates directly on you device, subscribe now.