fbpx

ବିମୁଦ୍ରାକରଣ: ବିମୁଦ୍ରାୟନ ଉପରେ ଥିବା ରେର୍କଡ ଦାଖଲ ପାଇଁ କେନ୍ଦ୍ରକୁ କହିଲେ ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟ ବିମୁଦ୍ରାକରଣ ଉପରେ ଏକ ଶୁଣାଣି କରିଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ୬ବର୍ଷ ତଳେ ଯେଉଁ ୫୦୦ ଏବଂ ୧୦୦୦ଟଙ୍କାକୁ ଅଚଳ କରିବା ପାଇଁ କେନ୍ଦ୍ର ସରକାର ଯେଉଁ ନିଷ୍ପତ୍ତି ଗ୍ରହଣ କରିଥିଲେ ତାହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ ମାମଲା ଦାଏର କରାଯାଇଥିଲା । ଯେଉଁ ପିଟିସନ ଉପରେ ଆଜି ସୁପ୍ରିମକୋର୍ଟ ଏକ ରାୟ ପ୍ରକାଶ କରିଛି ।

ବିଚାରପତି ଏସ ଅବ୍ଦୁଲ ନାଜୀର ,ବି ଆର ଗୱାଇ, ଏ ଏସ ବୋପାନ୍ନା, ଭି ରାମସୁବ୍ରମଣିୟାନ ଏବଂ  ବି ଭି ନାଗରତ୍ନାଙ୍କ ବେଞ୍ଚ ଆଜି ଏହି ପିଟିସନ ଉପରେ ଆଗତ ଯୁକ୍ତି ଶୁଣିଥିଲେ । ସୂଚନା ମୁ୍ତାବକ ଏହି ମାମଲା ଉପରେ ୫୮ଟି ପିଟିସନ ଦାଏର କରାଯାଇଥିଲା । ଶୁଣାଣି ପରେ ଡିସେମ୍ବର ୧୦ ତାରିଖ ସୁଦ୍ଧା ଯୁକ୍ତିର ସାରାଂଶ ଲିଖିତ ଭାବେ ଦାଖଲ କରିବାକୁ ସମସ୍ତଙ୍କୁ ଆଦେଶ ଦିଆଯାଇଛି । ଏହା ସହିତ ବିମୁଦ୍ରାୟନ ଘୋଷଣା ଉପରେ ଥିବା ରେର୍କଡକୁ ଦାଖଲ କରିବା ପାଇଁ କେନ୍ଦ୍ର ସରକାର ଓ ଭାରତର ରିର୍ଜବ ବ୍ୟାଙ୍କଙ୍କୁ ସୂଚନା ଦିଆଯାଇଛି ।

ଆଟର୍ଣ୍ଣି ଜେନେରାଲ୍ ଆର ଭେଙ୍କଟରମଣୀ କହିଛନ୍ତି ଯେ ବିମୁଦ୍ରୀକରଣର ଅର୍ଥନୈତିକ ନୀତି ,ସାମାଜିକ ନୀତି ସହିତ ସଂଯୁକ୍ତ ଯେଉଁ ତିନୋଟି ମନ୍ଦ ସମସ୍ୟାରହିଛି ତାକୁ ସମାଧାନ କରିବାକୁ ଚେଷ୍ଟା କରାଯିବ । ସୂଚନାମୁତାବକ ବିମୁଦ୍ରାୟନ ନିଷ୍ପତ୍ତି ୬ ବର୍ଷ ତଳର ହୋଇଥିବାରୁ ଏହି ମାମଲାର ଶୁଣାଣି ନିମନ୍ତେ ପ୍ରଥମେ ଖଣ୍ଡପୀଠ କୁଣ୍ଠାବୋଧ କରୁଥିଲେ।୨୦୧୬ ଡିସେମ୍ବର ୧୬ରେ ଏହି ମାମଲାକୁ ସାମ୍ବିଧାନିକ ଖଣ୍ଡପୀଠକୁ ସ୍ଥାନାନ୍ତରିତ କରାଯାଇଥିଲା। ହେଲେ ଏଯାଏ ମାମଲାର ଶୁଣାଣି ପାଇଁ ଖଣ୍ଡପୀଠ ଗଠନ ହୋଇ ପାରି ନଥିଲା। ଏବେ ସୁପ୍ରିମକୋର୍ଟ ନୂଆ ସାମ୍ବିଧାନିକ ବେଞ୍ଚ ଗଠନ କରି ବିମୁଦ୍ରାକରଣ ଉପରେ ଶୁଣାଣି କରିଛନ୍ତି ।  ବରିଷ୍ଠ ଆଡ୍‌ଭୋକେଟ୍‌ ପି.ଚିଦମ୍ବରମ୍ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିବା ପରେ ମାମଲାର ଶୁଣାଣି ପାଇଁ ଅକ୍ଟୋବର ୧୨ ତାରିଖ ଦିନ ଖଣ୍ଡପୀଠ ରାଜି ହୋଇଥିଲେ।

Get real time updates directly on you device, subscribe now.