fbpx

ଏଣିକି CAPFରେ କର୍ପୋରେଟ୍ ପରି ଅନଲାଇନ୍ ମୋଡରେ ହେବ ଛୁଟି ଆବେଦନ ଏବଂ ମିଳିବ ମଞ୍ଜୁରୀ

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ସମସ୍ତ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ୍ ଫୋର୍ସ (CAPF) ର କର୍ମଚାରୀଙ୍କ ପାଇଁ ଅଧିକ ସରଳ ହେବ ଛୁଟି ଆବେଦନ। ଗତ ବର୍ଷ ଗୃହ ଛୁଟି ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ଅନଲାଇନ୍ ଛୁଟି ଆବେଦନ ପାଇଁ ଏକ ସିଷ୍ଟମ ଡିଜିଟାଲ୍ ସୁବିଧା ସୃଷ୍ଟି କରାଯିବ। ଏହାଦ୍ୱାରା କର୍ପୋରେଟର ବ୍ୟବସ୍ଥା ପରି ସିଆରପିଏଫ୍‌, ବିଏସ୍‌ଏଫ, ଆଇଟିବିପି ଏବଂ ଅନ୍ୟାନ୍ୟ ସାମରିକ ବାହିନୀ ଶୀଘ୍ର ଏକ ଅନଲାଇନ୍ ପୋର୍ଟାଲରେ ଆବେଦନ କରି ଅନୁମୋଦନ ପାଇପାରିବେ ଏବଂ ଏହାର ରେକର୍ଡ କରିବାରେ ମଧ୍ୟ ସମର୍ଥ ହେବେ। ଯାହା ଫଳରେ ଏକ ଲମ୍ବା ଅଫଲାଇନ୍ ପ୍ରକ୍ରିୟାରୁ ସମୟ ବଞ୍ଚିବ।

ସିଆରପିଏଫ୍ ଅଧିକାରୀଙ୍କ ସୁତ୍ରରୁ ମିଳିଥିବା ଖବର ଅନୁଯାୟୀ, ଅନଲାଇନ୍ ଛୁଟି ଆବେଦନ ବ୍ୟବସ୍ଥା ଅନୁମୋଦନ ପ୍ରକ୍ରିୟା ସମୟକୁ ଯଥେଷ୍ଟ ହ୍ରାସ କରିବ। ଏହା ସହିତ ଏହି ଅନ୍‌ଲାଇନ୍ ଛୁଟି ଆବେଦନ ଛୁଟି ସମ୍ବନ୍ଧୀୟ ମାମଲାରେ ଅଧିକ ସ୍ୱଚ୍ଛତା ଆଣିବ ବୋଲି ଆଶା କରାଯାଉଛି।

ତେବେ ଆଗରୁ ଦେଖିବାକୁ ମିଳେ ଯେ, ଦେଶରେ ନିର୍ବାଚନ କିମ୍ବା କୌଣସି ବଡ଼ ସାମାଜିକ କାର୍ଯ୍ୟକ୍ରମ ସମୟରେ ଛୁଟି ଆବେଦନ ପଡି ରହିଯାଏ। ତେଣୁ ନିର୍ବାଚନ ଏବଂ ଅନ୍ୟାନ୍ୟ କାର୍ଯ୍ୟ ସମୟରେ କର୍ମଚାରୀଙ୍କ ଛୁଟି ଆବେଦନ ଏବଂ ଏହାର ଅନୁମୋଦନ କରିବାରେ ଏବଂ ରିଅଲ୍ ଟାଇମ୍ ମନିଟରିଂ ମାଧ୍ୟମରେ କାର୍ଯ୍ୟକ୍ଷମ ଶକ୍ତି ବଜାୟ ରଖିବାରେ ଏହା ସାହାଯ୍ୟ କରିବ।

ଏହାପୁର୍ବରୁ ଜଣେ ସିଏପିଏଫ୍ କର୍ମଚାରୀଙ୍କ ଛୁଟିର ବାଲାନ୍ସ କେବଳ ସର୍ଭିସ୍ ବୁକ୍ ମାଧ୍ୟମରେ ଯାଞ୍ଚ କରାଯାଉଥିଲା। ଯଦି ଜଣେ କର୍ମଚାରୀ ଡ୍ୟୁଟିରେ ଥାଆନ୍ତି ଏବଂ ଜରୁରୀକାଳୀନ ପରିସ୍ଥିତିରେ ଛୁଟି ଆବଶ୍ୟକ କରନ୍ତି, ତେବେ ସେମାନଙ୍କ ଛୁଟିର ବାଲାନ୍ସ ଯାଞ୍ଚ କରିବାର ଏକମାତ୍ର ଉପାୟ ହେଉଛି କାର୍ଯ୍ୟାଳୟ ଯେଉଁଠାରେ ସର୍ଭିସ୍ ବୁକ୍ ରେକର୍ଡ ବଜାୟ ରହିଛି। ଏହି ପ୍ରକ୍ରିୟା ଦିନକୁ ନେଇ କର୍ମଚାରୀଙ୍କ ପାଇଁ ଅସୁବିଧା ସୃଷ୍ଟି ହେଉଥିଲା । କାଗଜପତ୍ର କାର୍ଯ୍ୟ ଏବଂ ଅନୁମୋଦନ ପ୍ରକ୍ରିୟା ମଧ୍ୟ ସ୍ୱଚ୍ଛତା ବଜାୟ ରଖିବା ଦିଗରେ ଆସିଥିଲା ବିଳମ୍ବ ସହିତ ସ୍ୱଚ୍ଛତା ମଧ୍ୟ ରହୁନଥିଲା।

Get real time updates directly on you device, subscribe now.