fbpx

କ୍ୟାପିଟାଲ ହସ୍ପିଟାଲରେ ୧୫ଟି ବିଭାଗରେ ଆରମ୍ଭ ହେବ ପିଜି ପାଠ୍ୟକ୍ରମ; ବିଭିନ୍ନ ପଦବିକୁ ମିଳିଛି ସରକାରୀ ମଞ୍ଜୁରି

ଭୁବନେଶ୍ବର(ଓଡ଼ିଶା ଭାସ୍କର): ଚଳିତ ଶିକ୍ଷାବର୍ଷରେ କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେବ ପିଜି ପାଠ୍ୟକ୍ରମ । ଏହି ପରିପ୍ରେକ୍ଷୀରେ ୧୫ଟି ବିଭାଗରେ ପାଠ୍ୟକ୍ରମ ପାଇଁ ଅନୁମତି ମିଳିଥିବା ବେଳେ ରାଜ୍ୟ ସରକାର ଏଥିପାଇଁ ଆବଶ୍ୟକ ପଦବି ମଞ୍ଜୁର କରିଛନ୍ତି । ଏଥିରେ ପ୍ରଫେସର୍‌, ଆସୋସିଏଟ୍‌ ପ୍ରଫେସର୍‌, ଆସିଷ୍ଟାଣ୍ଟ ପ୍ରଫେସର୍‌, ଟ୍ୟୁଟର୍‌, ସିନିଅର ରେସିଡେଣ୍ଟ, ଜୁନିଅର ରେସିଡେଣ୍ଟ ପଦବି ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାବାଦ୍ ଅଣ-ଶିକ୍ଷକ ପଦବି ମଧ୍ୟ ପଦବି ମଞ୍ଜୁର କରାଯାଇଛି । ଏଥିରେ ଲାବରୋଟାରି ଟେକ୍ନିସିଆନ୍, ଲାବୋରେଟାରି ଆଟେଣ୍ଡାଣ୍ଟ, ଷ୍ଟୋର କିପର, ହେଲ୍‌ଥ ଏଜୁକେଟର, ଅଡିଓମେଟ୍ରି ଟେକ୍‌ନିସିଆନ୍, ରିଫ୍ରାକ୍ସିଓନିଷ୍ଟ, ଡାର୍କ ରୁମ୍ ଆସିଷ୍ଟାଣ୍ଟ ପଦବି ରହିଛି ।

କ୍ୟାପିଟାଲ ହସ୍ପିଟାଲ ପିଜି ପାଠ୍ୟକ୍ରମରେ ବାଇଓକେମିଷ୍ଟ୍ରି, ପାଥୋଲୋଜି, ମାଇକ୍ରୋବାଇଓଲୋଜି, ଫରେନ୍ସିକ୍ ସାଇନ୍ସ, ଜେନେରାଲ ମେଡିସିନ୍, ଟିବି ଓ ରେସ୍ପିରେଟାରି, ‌ପେଡିଆଟ୍ରିକ୍ସ, ଜେନେରାଲ ସର୍ଜରି, ଅର୍ଥୋପେଡିକ୍ସ, ଇନ୍‌ଏଟି, ଓ ଏଣ୍ଡ ଜି, ରେଡିଓ ଡାଏଗ୍ନୋସିସ୍, ଆନାସ୍ଥେସିଓଲୋଜି ଓ ଏମର୍ଜେନ୍ସି ମେଡିସିନ୍‌ରେ ପାଠପଢ଼ା ହେବ । ଅନ୍ୟପଟେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କ କାର୍ୟ୍ୟାଳୟର ୪ଟି ପଦବି ପାଇଁ ୮ଟି ପଦବିକୁ ବିଭାଗ ମଞ୍ଜୁର ଦେଇଛି । ଗ୍ରୁପ୍ ବି ଓ ସି ପଦବିକୁ ପ୍ରାରମ୍ଭିକ ପର୍ୟ୍ୟାୟରେ ଚୁକ୍ତିଭିତ୍ତିକ ଥିବା ବେଳେ ଏଥିପାଇଁ ଆବଶ୍ୟକ ଦରମା ସାଧାରଣ ପ୍ରଶାସନ ବିଭାଗ ପରିଚାଳନା କରିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.