fbpx

ସିଟ୍ ଶେୟାରିଂରେ କ୍ୟାପଟେନଙ୍କ ମୋହର: ଜାଣନ୍ତୁ NDAରେ କାହାକୁ ମିଳିଲା କେତେ ଆସନ

ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭାରେ ଫାଇନାଲ ହୋଇଯାଇଛି ଏନଡିଏର ସିଟ୍ ଶେୟାରିଂ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପଞ୍ଜାବ ଲୋକ କଂଗ୍ରେସ ମୁଖ୍ୟ କ୍ୟାପଟେନ୍ ଅମରିନ୍ଦର ସିଂଙ୍କ ସୋମବାର ଏହାକୁ ମଞ୍ଜୁର କରିଛନ୍ତି । ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ ୧୧୭ ଆସନ ବିଶିଷ୍ଟ ପଞ୍ଜାବରେ ବିଜେପି ଶିରୋମଣି ଅକାଳୀ ଦଳ(ସଞ୍ଜୁକ୍ତ) ଏବଂ ପଞ୍ଜାବ ଲୋକ କଂଗ୍ରେସ ପାର୍ଟି ସହିତ ନିର୍ବାଚନ ଲଢିବାକୁ ଯାଉଛି ।

ଚଳିତ ନିର୍ବାଚନରେ ବିଜେପି ୬୫ଟି ଆସନରେ ପ୍ରତିଦ୍ୱନ୍ଦିତା କରିବ । ସେହିପରି ଅମରିନ୍ଦରଙ୍କ ଲୋକ କଂଗ୍ରେସ ପାର୍ଟି ୩୫ଟି ଆସନରେ ଲଢିବାକୁ ଯାଉଥିବା ବେଳେ ସୁଖଦେବ ସିଂ ଢିଣ୍ଡସାଙ୍କ ଶିରୋମଣି ଅକାଳୀ ଦଳ(ସଞ୍ଜୁକ୍ତ)କୁ ମିଳିଛି ୧୫ଟି ଆସନ । ବିଜେପି ଏବଂ ଅମରିନ୍ଦରଙ୍କ ସରକାର ରାଜ୍ୟକୁ ଏକ ଦୃଢତା ପ୍ରଦାନ କରିବ ବୋଲି ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା । ସୁରକ୍ଷା ମାମଲାରେ ପଞ୍ଜାବ ସାମାନ୍ୟ ପଛୁଆ ରହିଥିବା ବେଳେ ବିଜେପି ଏହି ସମସ୍ୟାର ସମାଧାନ ହେବ ବୋଲି ନଡ୍ଡା କହିଛନ୍ତି । ଉଲ୍ଲେଖ ଯୋଗ୍ୟ ଯେ, ଆସନ୍ତ ଫେବୃୟାରୀ ୨୦ ତାରିଖରେ ପଞ୍ଜାବରେ ନିର୍ବାଚନ ଅନୁଷ୍ଠିତ ହେବ । ପୂର୍ବରୁ ଏହା ୧୪ ତାରିଖରେ ହୋଇଥାନ୍ତା ମାତ୍ର ରବିଦାସ ଜୟନ୍ତୀ ପାଇଁ ଏହାକୁ ୨୦ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ମାର୍ଚ୍ଚ ୧୦ ତାରିଖରେ ନିର୍ବାଚନୀ ଫଳାଫଳ ପ୍ରକାଶ ପାଇବ ।

Get real time updates directly on you device, subscribe now.