fbpx

ସନ୍ଧି କରିନେଲେ ସିଦ୍ଧୁ ଓ ଅମରିନ୍ଦର; ପଞ୍ଜାବରେ ଆଶ୍ୱସ୍ତ କଂଗ୍ରେସ

ନୂଆଦିଲ୍ଳୀ: ପଞ୍ଜାବ ରାଜନୀତିରେ ଓ କଂଗ୍ରେସ ଦଳରେ ରହିଥିବା ଘରକଳି ଶେଷରେ ବୁଝାମଣାରେ ଶେଷ ହୋଇଛି । ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ଏବଂ ନଭଜୋତ ସିଂ ସିଦ୍ଧୁଙ୍କ ମଧ୍ୟରେ ଚାଲିଥିବା କ୍ଷମତା ଲଢେଇରେ ଶେଷରେ ଉଭୟ ପକ୍ଷ ଏକ ସହମତିରେ ପହଞ୍ଚିଛନ୍ତି । ଅମରିନ୍ଦର ପୂର୍ବପରି ମୁଖ୍ୟମନ୍ତ୍ରୀ ପଦବୀରେ ରହିବେ ଏବଂ ସିଦ୍ଧୁଙ୍କୁ ପ୍ରଦେଶ କଂଗ୍ରେସ କମିଟିର ମୁଖ୍ୟ ଭାବେ ନିଯୁକ୍ତ କରାଯିବ । ଏହା ସହିତ ହିନ୍ଦୁ ଏବଂ ଦଳିତ ସମୁଦାୟ ପାଇଁ ଦୁଇଜଣ କାର୍ଯ୍ୟକାରୀ ସଭାପତି ନିଯୁକ୍ତ କରାଯିବ ବୋଲି ଜଣାପଡିଛି ।

ଏହି ଘଟଣାକୁ ନେଇ କୌଣସି ଆଧିକାରିକ ଘୋଷଣା ହୋଇନଥିବା ବେଳେ ଆସନ୍ତା ଦୁଇ ତିନି ମଧ୍ୟରେ ଘୋଷଣା ହେବ ବୋଲି କୁହାଯାଇଛି । ପଞ୍ଜାବ କଂଗ୍ରେସ ଦାୟିତ୍ୱରେ ରହିଥିବା ହରିଶ ରାୱତ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ଏହା ସହିତ ରାୱତ କହିଛନ୍ତି ସିଦ୍ଧୁ କଂଗ୍ରେସର ଭବିଷ୍ୟତ । ତେଣୁ କୌଣସି ନିଷ୍ପତ୍ତି ବା ମତାମତ ପୂର୍ବରୁ ସେ ଚିନ୍ତା କରିବା ଆବଶ୍ୟକ ବୋଲି ରାୱତ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ରବିବାର ସିଦ୍ଧୁ ଆପରେ ଯୋଗ ଦେବା ନେଇ ପରୋକ୍ଷ ସୂଚନା ଦେଇଥିଲେ ।

Get real time updates directly on you device, subscribe now.