fbpx

କ୍ରିକେଟ ପରେ ସିନେମା ଦୁନିଆରେ ପାଦ ରଖିଲେ ଧୋନି, କରିବେ ଏହି ସବୁ ଷ୍ଟାରଙ୍କ ସହ କାମ . .

ଜୀବନର ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ । ଖୁବଶୀଘ୍ର ସିଲଭର ଇଣ୍ଡଷ୍ଟ୍ରିରେ ପାଦ ରଖିବାକୁ ଯାଉଛନ୍ତି କ୍ୟାପଟେନ କୁଲ ମାହି । ଜଣେ ସଫଳ ଅଧିନାୟକ ଭାବେ କ୍ରିକେଟ ଦୁନିଆରେ ନିଜର ଦବଦବା ଜାହିର କରିଥିବା ଧୋନି ଏବେ ନିଜର ଏକ ପ୍ରଡକ୍ସନ ହାଉସ ଖୋଲିଛନ୍ତି ।

ସାରା ବିଶ୍ୱରେ କ୍ରିକେଟ ଫିଲ୍ଡରେ ନିଜର ଜଲୱା ଦେଖାଇବା ପରେ ସିନେମା ଦୁନିଆରେ ବି କ୍ୟାପ୍ଟେନ କୁଲଙ୍କ କୁଲ ଅନ୍ଦାଜ ଦେଖିବାକୁ ମିଳିବ । ୨୦୨୦ ମସିହାରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଏବେ କିଛି ନୂଆ କରିବାର ଆଶା ନେଇ ସିନେମା ଫିଲ୍ଡକୁ ଓହ୍ଲାଇଛନ୍ତି ଧୋନୀ । ଧୋନୀ ଏଣ୍ଟରଟେନମେଣ୍ଟ ନାଁରେ ନିଜର ଏକ ପ୍ରଡକ୍ସନ ହାଉସ ରଖିଛନ୍ତି । ମାହିଙ୍କ ଏହି ପ୍ରଡକ୍ସନ ହାଉସରେ ତାମିଲ, ତେଲୁଗୁ ଓ ମାଲାୟାଲାମ ଫିଲ୍ମ ହେବ । ରଜନୀକାନ୍ତ, ଧନୁଷ, ଜୁନିୟର ଏନଟିଆର ଓ ଥାଲାପତି ବିଜୟଙ୍କ ଭଳି ଷ୍ଟାରମାନଙ୍କ ସହ କାମ କରିବେ ଟିମ ଇଣ୍ଡିଆର ବାହୁବଳୀ ।

ବିଶ୍ୱ କ୍ରିକେଟରେ ଟିମ ଇଣ୍ଡିଆକୁ ଶୀର୍ଷକୁ ନେବାରେ ମହାନାୟକ ଥିଲେ ଧୋନି । ଜଣେ ୱିକେଟ କିପର ଓ ଫିନିସର ଭାବେ ଚର୍ଚ୍ଚାରେ ଥିବା ଏହି ଚେହେରା ଏବେ ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ଯାଇଥିଲେ ବି ଆଇପିଏଲରେ ସେ ଏବେ ବି ଆକ୍ଟିଭ ରହିଛନ୍ତି । ଟିିମ ଇଣ୍ଡିଆ ପାଇଁ ସେ ଅନେକ ସଫଳତା ଆଣି ଦେଇଛନ୍ତି । ଧୋନୀ ଟିମ ଇଣ୍ଡିଆ ପାଇଁ ୨୦୧୧ ବିଶ୍ୱକପ କି ଚାମ୍ପିୟନ୍ସ ଟ୍ରଫି ଓ ୨୦୦୭ ଟି-୨୦ ବିଶ୍ୱକପ ଟ୍ରଫି ସହ ଭାରତକୁ ୨୦୧୩ରେ ଚମ୍ପିଆନ୍ସ ଟ୍ରଫି ଭେଟି ଦେଇଛନ୍ତି । କେବଳ ସେତିକି ନୁହେଁ ଧୋନୀ ଆଇପିଏଲରେ ଚେନ୍ନାଇକୁ ମଧ୍ୟ ୪ ଥର ଚାମ୍ପିୟନ ମଧ୍ୟ କରିଛନ୍ତି । କ୍ରିକେଟ ଫିଲ୍ଡରେ ହ୍ୟାଟ୍ରିକ ମାରିଥିବା ଧୋନି ସିନେମା ଦୁନିଆରେ କେତେ ସଫଳ ହେଉଛନ୍ତି ତାହା ସମୟ କହିବ ।

ତେବେ ସାଉଥ ଫିଲ୍ମରେ ନିଜ ଜଲୱା ଦେଖାଇବାକୁ ଯାଉଥିବା ଧୋନିଙ୍କ ପ୍ରଡକ୍ସନ ହାଉସର ମାଲିକାନା ଧୋନୀ ଓ ତାଙ୍କ ପତ୍ନୀ ସାକ୍ଷୀଙ୍କ ପାଖରେ ରହିବ । ମାହିଙ୍କ ଏହି ପ୍ରଡକ୍ସନ ହାଉସ ଏବେ ଯାଏଁ ରୋର ଅଫ ଦ ଲାୟନ, ବ୍ଲେଜ ଟୁ ଗ୍ଲୋରୀ ଓ ଦ ହିଡେନ ହିନ୍ଦୁ ଭଳି ପ୍ରୋଜେକ୍ଟରେ କାମ କରି ସାରିଛି । ବିକାଶ ହସିଜାଙ୍କୁ ପ୍ରଡକ୍ସନ ହାଉସର ମୁଖ୍ୟ ଭାବେ ଚୟନ କରାଯାଇଛି ।

ଲେଟ୍ସ ସିନେମା ଟ୍ୱିଟରରେ ଧୋନୀ ପ୍ରଡକ୍ସନ ହାଉସକୁ ନେଇ ସୂଚନା ଦେଇଛି । ଟ୍ୱିଟରରେ ପୋଷ୍ଟ କରି ଲେଟ୍ସ ସିନେମା ଲେଖିଛି, ଧୋନୀ ସାଉଥରେ ନିଜ ଫିଲ୍ମ ପ୍ରଡକ୍ସନ ଧୋନୀ ଏଣ୍ଟରଟେନମେଣ୍ଟ ଲଞ୍ଚ କରିଛନ୍ତି । ଏଥିରେ ତାମିଲି, ତେଲୁଗୁ ଓ ମାଲାୟାଲାମ ଭାଷାରେ ଫିଲ୍ମ ହେବ ।

Get real time updates directly on you device, subscribe now.