fbpx

ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍: ଗୋଟିଏ ପରିବାରର ୪ ମୃତ, ପୁତୁରା, ଝିଆରୀ ସହ ଡ୍ରାଇଭର ଗୁରୁତର

ରାଞ୍ଚି/ରାଉରକେଲା,  (ଭାସ୍କର ନ୍ୟୁଜ୍‌): ଝାଡଖଣ୍ଡର ଖୁଣ୍ଟି ଥାନା ତୋର୍ପା ନିକଟରେ ବୁଧବାର ଏକ ସଡ଼କ ଦୁର୍ଘଟଣାରେ ଓଡ଼ିଶାର ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ବାପା-ମାଆ ଓ ପୁଅ- ଝିଅଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ଜଣ ଗୁରୁତର ଆହତ ହୋଇ ରାଞ୍ଚି ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି ।

ରାଉରକେଲା ସିଭିଲ ଟାଉନସି୍‌ର ଯୁବ ବ୍ୟବସାୟୀ କହ୍ନେୟା ଜୈନ୍‌ ନିଜ କାର୍‌ରେ ପଶ୍ଚିବମଙ୍ଗ ରାଣୀଗଞ୍ଜକୁ ଯାଇଥିଲେ । ବୁଧବାର ସପରିବାର କାର୍‌ରେ ଡ୍ରାଇଭର ସହ ଘରକୁ ଫେରୁଥିବା ବେଳେ ଝାଡଖଣ୍ଡର ତୋର୍ପା ନିକଟରେ କାର୍‌ଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା । ଫଳରେ କହ୍ନେୟାଙ୍କ ସମେତ ପତ୍ନୀ ରମା ଜୈନ, ପୁଅ ରିଷଭ, ଝିଅ ନିଶିକାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ମୃତ କହ୍ନେୟାଙ୍କ ପୁତୁରା, ଝିଆରୀ ଓ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ମୃତଦେହ ଗୁଡ଼ିକ ପୁଲିସ୍‌ ଜବତ କରିଛି । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୪ ସଦସ୍ୟଙ୍କ ମୃତ୍ୟୁକୁ ନେଇ ରାଉରକେଲାରେ ଶୋକର ଛାୟା ଖେଳି ଯାଇଛି ।

Get real time updates directly on you device, subscribe now.