fbpx

ନଦୀ ଭିତରେ ପଶିଗଲା ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଗାଡ଼ି

ପାଟନା: ବିହାରର ବେଗୂସରାୟଠାରେ ଶୁକ୍ରବାର ଦିନ ୧୨ ଜଣରୁ ଅଧିକ ସ୍କୁଲ ପିଲା ଯାଉଥିବା ଗାଡ଼ି ନିୟନ୍ତ୍ରଣ ହରାଇ ଗୋଟିଏ ନଦୀ ଭିତରେ ପଡ଼ିଯାଇଛି । ଘଟଣା ସମୟରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକ ମାନେ ତୁରନ୍ତୁ ପିଲା ମାନଙ୍କୁ ନଦୀରୁ ବାହାର କରିବାରେ ଲାଗିପଡ଼ିଥିଲେ । ଏହି ଘଟଣା ଭଗବାନପୁର ଥାନା ଅଞ୍ଚଳର ସୂର୍ଯ୍ୟପୁର ଗାଁରେ ହୋଇଛି ।

କାର୍ ଡ୍ରାଇଭର୍ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ଦେଇଥିଲେ । ଆଉ ଗାଡ଼ିଟି ନଦୀ ଭିତରକୁ ଚାଲିଯାଇଥିଲା । ସୂଚନା ଅନୁଯାୟୀ, ସ୍ଥାନୀୟ ଲୋକମାନଙ୍କ ସହାୟତାର ପିଲାଙ୍କୁ ପାଣିରୁ ଉଦ୍ଧାର କରାଯାଇଥିଲା ଓ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

Get real time updates directly on you device, subscribe now.