fbpx

ପ୍ରକାଶ ପାଇଲା CAT RESULT 2021: ୯ ପରୀକ୍ଷାର୍ଥୀ ରଖିଛନ୍ତି ଶତ ପ୍ରତିଶତ ନମ୍ବର

ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟରେ ଅହମଦାବାଦ ତରଫରୁ ଘୋଷଣା ହୋଇଛି କମନ ଏଣ୍ଟ୍ରାନ୍ସ ଟେଷ୍ଟ ରେଜଲ୍ଟ କ୍ୟାଟ୍ । ଅଫିସିଆଲ ୱେବସାଇଟ୍ iimcat.ac.in ରେ ପ୍ରକାଶ ପାଇଛି ଫଳାଫଳ । ୯ ଜଣ ପରୀକ୍ଷାର୍ଥୀ ଶତ ପ୍ରତିଶତ ମାର୍କ ରଖିଛନ୍ତି । ସମସ୍ତେ ପୁରୁଷ । ମହାରାଷ୍ଟ୍ରର ୪ ଜଣ ହୋଇଥିବାବେଳେ ଉତ୍ତରପ୍ରଦେଶର ୨ ଜଣ ଶତ ପ୍ରତିଶତ ମାର୍କ ରଖିଛନ୍ତି ।

ଗତ ନଭେମ୍ବର ୨୮ କ୍ୟାଟ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ପ୍ରାୟ ୨.୩୦ ଲକ୍ଷ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିଲେ ଏବଂ ପ୍ରାୟ ୮୫ ପ୍ରତିଶତ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । କ୍ୟାଟ୍ ରେଜଲ୍ଟ ଘୋଷଣା ହେବାପରେ ଏବେ ଆଇଆଇଏମ ଏବଂ ଅନ୍ୟ ଅନୁଷ୍ଠାନ ଏମବିଏ ଆଡମିଶନ ପାଇଁ କଟ ଅଫ୍ ମାର୍କ ଘୋଷଣା କରିବେ ।

 

Get real time updates directly on you device, subscribe now.