fbpx

ଏଠାରେ କୁକୁରଠାରୁ ଅଧିକ ଭୟଙ୍କର ହେଉଛନ୍ତି ବିଲେଇ, ଜାଣନ୍ତୁ କେଉଁଠି ଏହି ସ୍ଥାନ

ଥିରୁବନନ୍ତପୁରମ୍: କେରଳର ଲୋକମାନେ କୁକୁର ଠାରୁ ଅଧିକ ବିଲେଇକୁ ଡରନ୍ତି । କାରଣ ଗତ କିଛି ବର୍ଷ ଧରି କୁକୁର କାମୁଡିଥିବା ମାମଲା ତୁଳନାରେ ବିଲେଇ କାମୁଡିଥିବା ମାମଲା ଅଧିକ ରିପୋର୍ଟ ହୋଇଛି । ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଚଳିତ ବର୍ଷ ଜାନୁଆରୀ ମାସରେ କେବଳ ବିଲେଇ କାମୁଡିଥିବା ମାମଲା ୨୮ ହଜାର ୧୮୬ ରହିଛି । ହେଲେ କୁକୁର କାମୁଡିଥିବା ମାମଲା ରହିଛି ୨୦ ହଜାର ୮୭୫ । ଯେଉଁଥିରୁ ସ୍ପଷ୍ଟ ହେଉଛି ଯେ, ଏଠାରେ ବିଲେଇ ମାନେ କୁକୁର ତୁଳନାରେ ଅଧିକ ମାରାତ୍ମକ । ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିକଟରେ ଏହି ମାମଲା ସମ୍ପର୍କରେ ସୂଚନା ଦିଆଯାଇଛି ।

 

ତେବେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ଅନୁସାରେ, ଗତ କିଛି ବର୍ଷ ମଧ୍ୟରେ ବିଲେଇ କାମୁଡିଥିବା ମାମଲା ସବୁଠାରୁ ଅଧିକ ରହିଛି । କେବଳ ଜାନୁଆରୀ ମାସରେ ହିଁ ୨୮ ହଜାରରୁ ଅଧିକ ସଂଖ୍ୟାର ମାମଲା ସାମନାକୁ ଆସିଛି । ରଜ୍ୟାର ପଶୁ ସଂଗଠନ, ‘ଆନିମଲ୍ ଲିଗଲ୍ ଫୋର୍ସ’ ଦ୍ୱାରା ଦିଆଯାଇଥିବା ଆରଟିଆଇ ରିପୋର୍ଟରେ ଏନେଇ ଉଲ୍ଲେଖ କରାଯାଇଛି । ଏଥିରେ ୨୦୧୩ ରୁ ୨୦୨୧ ମଧ୍ୟରେ କୁକୁର ଏବଂ ବିଲେଇ କାମୁଡିବା ମାମଲା ସହିତ ଆଣ୍ଟି-ରାବିସ୍ ଟିକା ସଂକ୍ରାନ୍ତରେ ସୂଚନା ଦିଆଯାଇଛି ।

ମାମଲା ଅନୁସାରେ, ୨୦୧୬ରୁ ବିଲେଇ କାମୁଡିବା ମାମଲା ବଢ଼ିଥିବା ଦେଖିବାକୁ ମିଳିଛି । ୨୦୧୬ରେ ୧ ଲକ୍ଷ ୬୦ ହଜାର ୫୩୪ ମାମଲା ବିଲେଇ କାମୁଡିଥିବାର ଆସିଥିବା ବେଳେ କୁକୁର କାମୁଡିବା ମାମଲା ଆସିଛି ୧ ଲକ୍ଷ ୩୫ ହଜାର ୨୧୭ । ଏହାପରଠାରୁ କ୍ରମାଗତ ଭାବରେ ମାମଲା ବଢ଼ିବାକୁ ଲାଗିଥିବା ଦେଖିବାକୁ ମିଳିଛି । ଯେମିତି କି ୨୦୧୭ରେ ୧ ଲକ୍ଷ ୬୦ ହଜାର ୭୮୫, ୨୦୧୮ରେ ୧ ଲକ୍ଷ ୭୫ ହଜାର ୩୬୮ , ୨୦୧୯ରେ ୨ ଲକ୍ଷ ୪ହଜାର ୬୨୫ ଏବଂ ୨୦୨୦ରେ ୨ ଲକ୍ଷ ୧୬ ହଜାର ୫୫୧ ମାମଲା ରିପୋର୍ଟ ହୋଇଛି ।

ସେହିପରି ସରକାରୀ ତଥ୍ୟ ଅନୁଯାୟୀ, କୁକୁର କାମୁଡ଼ିବା କ୍ଷେତ୍ରରେ ୨୦୧୭ ରେ ୧,୩୫,୭୪୯ ମାମଲା, ୨୦୧୮ ରେ ୧,୪୮,୩୬୫ ମାମଲା, ୨୦୧୯ ରେ ୧,୬୧,୦୫୦ ଏବଂ ୨୦୨୦ ରେ ୧,୬୦,୪୮୩ ମାମଲା ରିପୋର୍ଟ ହୋଇଥିଲା । ଗତ ବର୍ଷ ରାବିସ୍ ଭାଇରସ୍ ରେ ସଂକ୍ରମିତ ହୋଇ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିଲା ।

Get real time updates directly on you device, subscribe now.