ମହାଘୋଟାଲା: ୟୁଏଇରୁ ଆସିଲା ଠକଙ୍କ ମହାରାଣୀ!

ବିଶାଖା ରାଠୋଡ ନିଜ ସହଯୋଗୀଙ୍କ ସହ ମିଶି ଏକ ବଡ଼ ଆର୍ଥିକ ଠକେଇର ଷଡ଼ଯନ୍ତ୍ର ରଚିଥିଲା

ମୁମ୍ବାଇ: ସିବିଆଇକୁ ମିଳିଛି ବଡ଼ ସଫଳତା। କୋଟି କୋଟି ଟଙ୍କା ଠକେଇ କରି ଆରବ ଏମିରେଟ୍ସ(ୟୁଏଇ)ରେ ଆତ୍ମଗୋପନ କରିଥିବା ଠକର ରାଣୀ ବିଶାଖା ରାଠୋଡ଼ଙ୍କୁ ଭାରତ ଆଣିଲା ସିବିଆଇ। ବିଦେଶ ମନ୍ତ୍ରାଳୟ (ଏମଇଏ) ଓ ଗୃହ ମନ୍ତ୍ରାଳୟ (ଏମ୍‌ଏଚ୍‌ଏ) ସହଯୋଗରେ ତାଙ୍କୁ ଗତ ୩ ତାରିଖରେ ଭାରତ ଆଣିବାରେ ସମର୍ଥ ହୋଇଛି।

CBIଓ ପକ୍ଷରୁ ସେୟାର କରାଯାଇଥିବା ସୂଚନା ଅନୁସାରେ, ବିଶାଖା ରାଠୋଡ ନିଜ ସହଯୋଗୀଙ୍କ ସହ ମିଶି ଏକ ବଡ଼ ଆର୍ଥିକ ଠକେଇର ଷଡ଼ଯନ୍ତ୍ର ରଚିଥିଲା। ସେ ଆକର୍ଷଣୀୟ ଲୋଭ ଦେଖାଇ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଆଦାୟ କରିଥିଲେ। ହେଲେ ସେହି ଟଙ୍କାକୁ ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା। ଆଉ କିଛି ଟଙ୍କାକୁ ଲୁଚାଇ ରଖିଥିଲା। ଜାଲି, ବେନାମୀ ବ୍ୟାଙ୍କ ଖାତା ଓ ଡିମ୍ୟାଟ ଖାତାକୁ ସ୍ଥାନାନ୍ତର କରାଯାଇଥିଲା।

Uttarakhand Govt.

ଏ ନେଇ ଅଭିଯୋଗ ହେବା ପରେ ବିଶାଖା ୟୁଏଇ ପଳାଇ ଯାଇଥିଲା। ମାମଲାର ତଦନ୍ତ କରୁଥିବା ସିବିଆଇ ତାଙ୍କୁ ଭାରତ ଆଣିବା ପାଇଁ ଯୋଜନା କରୁଥିଲା। ଶେଷରେ ସଫଳ ହୋଇଛି। ବିଦେଶ ମନ୍ତ୍ରାଳୟ (ଏମ୍‌ଇଏ) ଓ ଗୃହ ମନ୍ତ୍ରାଳୟ (ଏମ୍‌ଏଚ୍‌ଏ) ସହ ମିଶି ସିବିଆଇ ତାଙ୍କୁ ଭାରତ ଆଣିବାରେ ସଫଳ ହୋଇଛି।

BHARATPOL ମାଧ୍ୟମରେ କଡ଼ା କାର୍ଯ୍ୟାନୁଷ୍ଠାନ: ବିଶାଖା ରାଠୋଡଙ୍କୁ ଚିହ୍ନଟ ଓ ଗିରଫ ପାଇଁ ସିବିଆଇର ଅନୁରୋଧ କ୍ରମେ ଇଣ୍ଟରପୋଲ୍ ‘ରେଡ୍ ନୋଟିସ୍’ ଜାରି କରାଯାଇଥିଲା। ୩ ଅଗଷ୍ଟରେ ଅଭିଯୁକ୍ତଙ୍କୁ ୟୁଏଇରୁ ଭାରତକୁ ଅଣାଯିବା ପରେ ପୁଣେରେ ମହାରାଷ୍ଟ୍ର ପୁଲିସର ସ୍ୱତନ୍ତ୍ର ଟିମ ତାଙ୍କୁ ନିଜ ହେପାଜତକୁ ନେଇଥିଲା। ବର୍ତ୍ତମାନ ତାଙ୍କୁ ପଚରାଉଚରା କରାଯାଉଛି।