fbpx

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟାକାଣ୍ଡ ଘଟଣା: ଦୟାଲ ଆଶ୍ରମରେ କ୍ରାଇମବ୍ରାଞ୍ଚର ଟିମ୍ ର ତନାଘନା

ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବାବେଳେ । ଏପର୍ଯ୍ୟନ୍ତ ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତଙ୍କୁ ଗିରଫ କରାଯାଇପାରିନାହିଁ । ଏବେବି ଫେରାର ଅଛନ୍ତି ଶର୍ମିଷ୍ଠା । ତାଙ୍କୁ ଧରିବା ପାଇଁ ପୋଲିସ ଜାରି ରଖିଛି ତଦନ୍ତ ।

ତେବେ ମାନସ ସ୍ୱାଇଁଙ୍କୁ ଯେଉଁ ଦୟାଲ ଆଶ୍ରମରେ ହତ୍ୟା କରାଯାଇଥିଲା ସେହି ଦୟାଲ ବୃଦ୍ଧାଶ୍ରମରେ ରବିବାର କ୍ରାଇମବ୍ରାଞ୍ଚ ଟିମ୍ ଚଢ଼ଉ କରୁଛି । ଡିଏସପି କଳ୍ପନା ସାହୁଙ୍କ ନେତୃତ୍ୱରେ କ୍ରାଇମବ୍ରାଞ୍ଚ ଟିମର ତଦନ୍ତ କରୁଛନ୍ତି । ଆଶ୍ରମର ମହିଳା କେୟାର ଟେକରଙ୍କ ସାଥୀରେ ଧରି ଟିମର ତଦନ୍ତ । ଫରେନସିକ୍ ଟିମ୍ ଓ ଏମସର ଡାକ୍ତରୀ ଦଳ ମଧ୍ୟ ତଦନ୍ତରେ ସାମିଲ ରହିଛନ୍ତି । ଏହାସହ ଦିଲ୍ଲୀପ ଖଟେଇ ଓ ଆଶ୍ରମ ସହ ଜଡ଼ିତ ଲୋକଙ୍କୁ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ ।

Get real time updates directly on you device, subscribe now.