fbpx

କଂଗ୍ରେସ ନେତା ପି.ଚିଦାମ୍ବରମଙ୍କ ଘରେ ସିବିଆଇ ରେଡ୍

ନୂଆଦିଲ୍ଲୀ: କଂଗ୍ରେସୀ ବରିଷ୍ଠ ନେତା ପି.ଚିଦାମ୍ବରମ ଓ ତାଙ୍କ ପୁଅ କାର୍ତ୍ତିଙ୍କ ଘରେ ହୋଇଛି ସିବିଆଇ ରେଡ୍ । ବାସଭବନ ଓ ଅଫିସ ସମେତ ଅନେକ ସ୍ଥାନରେ ସିବିଆଇ ଚଢ଼ାଉ କରିଥିବା ସୂଚନା ମିଳିଛି । ଦିଲ୍ଲୀ, ତାମିଲନାଡ଼ୁ ଓ ମୁମ୍ବାଇ ସମେତ ୭ଟି ସ୍ଥାନରେ ସିବିଆଇ ପକ୍ଷରୁ ଚଢ଼ାଉ କରାଯାଇଛି ।

ତେବେ ଆଜି ସକାଳୁ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମ ଓ ପୁଅ ତଥା ସାଂସଦ କାର୍ତ୍ତି ଚିଦାମ୍ବରମଙ୍କ ଅଫିସ ଓ ବାସଭବନରେ ସିବିଆଇ ପକ୍ଷରୁ ରେଡ୍ କରାଯାଇଛି । ପୁଅ କାର୍ତ୍ତି ଚିଦାମ୍ବରମଙ୍କ ଏକ ମାମଲାରେ ସିବିଆଇ ରେଡ୍ କରିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.