fbpx

ବାତିଲ ହେବ ନାହିଁ ସିବିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷା, ଜୁନ୍ ୧ ରେ ଘୋଷଣା କରାଯିବ ପରୀକ୍ଷା ତାରିଖ

ନୂଆଦିଲ୍ଲୀ: ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶାଙ୍କ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଅନ୍ୟାନ୍ୟ କେନ୍ଦ୍ର ମନ୍ତ୍ରୀ, ବିଭିନ୍ନ ରାଜ୍ୟର ଶିକ୍ଷା ମନ୍ତ୍ରୀ ଏବଂ ଶିକ୍ଷା ସଚିବଙ୍କ ସହ ମହାମାରୀ ସମୟରେ ସିବିଏସଇ ଦ୍ୱାଦଶ ବୋର୍ଡର ପରୀକ୍ଷା କିପରି କରାଯିବ ଏହାକୁ ନେଇ ଏକ ହାଇଲେଭଲ ଭର୍ଚୁଆଲ ମିଟିଂ ହୋଇଥିଲା ।

ସୂଚନା ଅନୁଯାୟୀ ସିବିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷା କରାଯିବ  । ପରୀକ୍ଷାର ଫର୍ମାଟକୁ ପରିବର୍ତ୍ତନ କରାଯିବ  । ପରୀକ୍ଷା ଏବଂ ପରୀକ୍ଷା ପ୍ୟାଟର୍ଣ୍ଣ ଜୁନ ୧ରେ ଘୋଷଣା ହେବ । ସେହିଭଳି, ପ୍ରାପ୍ତ ସୂଚନା ଅନୁଯାୟୀ ପ୍ରବେଶିକା ପରୀକ୍ଷା (ଜେଇଇ ମେନ, ନିଟ) ଆଦି ମଧ୍ୟ କରାଯିବ  ।

ଏଥିସହ ବୋର୍ଡ ପରୀକ୍ଷା ପରିଚାଳନା ଉପରେ ବିସ୍ତୃତ ପରାମର୍ଶ ଦେବାକୁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ନିବେଦନ କରିଛନ୍ତି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ‘ନିଶାଙ୍କ’ ଅନୁଯାୟୀ, ” ଏହି ବୈଠକ ଅତ୍ୟନ୍ତ ସକରାତ୍ମକ ଥିଲା ଏବଂ ଆମକୁ ଅନେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ମଧ୍ୟ ମିଳିଥିଲା” ୨୫ ମେ ସୁଦ୍ଧା ସେମାନଙ୍କର ବିସ୍ତୃତ ପରାମର୍ଶ ଦେବାକୁ ଆମେ ସମସ୍ତ ରାଜ୍ୟକୁ ନିବେଦନ କରିଛୁ ।”

Get real time updates directly on you device, subscribe now.