ପ୍ରକାଶ ପାଇଲା CBSE ଦ୍ୱାଦଶ ଶ୍ରେଣୀ ରେଜଲ୍ଟ , ଜାଣନ୍ତୁ କେମିତି ଓ କେଉଁଠି କରିବେ ଡାଉନଲୋଡ୍
ଅପେକ୍ଷାର ଅନ୍ତ: ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ଘୋଷିତ, ଡିଜିଲକରରେ ବି ଉପଲବ୍ଧ ହେଉଛି ପରୀକ୍ଷା ଫଳ
ନୂଆଦିଲ୍ଲୀ: ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (CBSE) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ୨୦୨୬ ଖୁବଶୀଘ୍ର ଘୋଷଣା ହେବାକୁ ଯାଉଛି। ଡିଜିଲକର (Digilocker) ଏବଂ ଉମଙ୍ଗ (Umang) ଆପ୍ରେ ଦିଆଯାଇଥିବା ଅପଡେଟ୍ ଅନୁଯାୟୀ ଏହି ସୂଚନା ମିଳିଛି। ତେବେ ପରୀକ୍ଷା ଦେଇଥିବା ୧୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଫଳାଫଳ କେବେ ପ୍ରକାଶ ପାଇବ ସେନେଇ ବହୁତ ଚିନ୍ତିତ ଅଛନ୍ତି, କାରଣ ଉଭୟ ଆପ୍ ଗତ ଦୁଇ-ତିନି ଦିନ ହେବ ସେମାନଙ୍କ ୱେବପେଜ୍ରେ “Result Soon” (ଫଳାଫଳ ଖୁବଶୀଘ୍ର) ବୋଲି ଦେଖାଉଛନ୍ତି। CBSE ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ଫଳାଫଳ ତାରିଖ ସମ୍ପର୍କରେ ସ୍ପଷ୍ଟ ସୂଚନା ପାଇଁ ସୋସିଆଲ ମିଡିଆରେ ବୋର୍ଡକୁ ଅନୁରୋଧ ମଧ୍ୟ କରିଛନ୍ତି।
ଫଳାଫଳ ଘୋଷଣା ହେବା ପରେ ଏହା CBSE ର ଅଫିସିଆଲ୍ ୱେବସାଇଟ୍ – cbse.gov.in , results.cbse.nic.in ସମେତ ଡିଜିଲକର ଏବଂ ଉମଙ୍ଗ ଆପ୍ରେ ଉପଲବ୍ଧ ହେବ। ଛାତ୍ରଛାତ୍ରୀମାନେ ସେମାନଙ୍କର ସ୍କୋରକାର୍ଡ ପିଡିଏଫ୍ (PDF) ଅଫିସିଆଲ୍ ୱେବସାଇଟ୍ରୁ ଡାଉନଲୋଡ୍ କରିପାରିବେ। ସ୍କୋରକାର୍ଡ ଡାଉନଲୋଡ୍ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ୱେବସାଇଟ୍ରେ ଥିବା ‘Class 12 scorecard PDF’ ଲିଙ୍କ୍ ଉପରେ କ୍ଲିକ୍ କରିବାକୁ ପଡ଼ିବ। ଏହାପରେ ସେମାନଙ୍କୁ ନିଜର ରେଜିଷ୍ଟ୍ରେସନ ନମ୍ବର, ରୋଲ ନମ୍ବର କିମ୍ବା ଜନ୍ମ ତାରିଖ ଭଳି ତଥ୍ୟ (Login Credentials) ଦେବାକୁ ହେବ। ଥରେ ସୂଚନା ଦେବା ପରେ ସ୍କୋରକାର୍ଡଟି ସ୍କ୍ରିନ୍ରେ ଦେଖାଯିବ, ଯାହାକୁ ସେମାନେ ସେଭ୍ କରିବା ସହ ଏକ ପ୍ରିଣ୍ଟଆଉଟ୍ ମଧ୍ୟ ବାହାର କରିପାରିବେ।

