fbpx

CBSEର ବଡ଼ ନିଷ୍ପତ୍ତି: ‘Best of Five’ରେ ସାମିଲ ହେବ ସ୍କିଲ ସବଜେକ୍ଟ, ୯ମ ଓ ୧୦ମ ଶ୍ରେଣୀ ପିଲାଙ୍କୁ ବଡ଼ ଫାଇଦା

ନୂଆଦିଲ୍ଲୀ: ନବମ ଓ ଦଶମ ଶ୍ରେଣୀର ପିଲାଙ୍କ ପାଇଁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଣିକି ନବମ ଓ ଦଶମ ଶ୍ରେଣୀ ପିଲାଙ୍କ କ୍ଲାସ ପାଇଁ ‘ବେଷ୍ଟ ଅଫ୍ ଫାଇଭ’ରେ ସ୍କିଲ ସବଜେକ୍ଟକୁ ସାମିଲ କରାଯାଇପାରେ । ତେବେ ସିବିଏସଇର ଏହି ନିଷ୍ପତ୍ତି ପରେ ହଜାର ହଜାର ଛାତ୍ରଛାତ୍ରୀ ବିଶେଷ ଭାବେ ଉପକୃତ ହୋଇ ପାରିବେ ବୋଲି କୁହାଯାଉଛି ।

‘ବେଷ୍ଟ ଅଫ୍ ଫାଇଭ’ର ଅର୍ଥ ହେଉଛି ଯେଉଁ ୫ଟି ବିଷୟରେ ଛାତ୍ରଛାତ୍ରୀମାନେ ସବୁଠାରୁ ଅଧିକ ନମ୍ବର ହାସଲ କରିଥାନ୍ତି । ଇଲେକ୍ଟିଭ୍ ବିଷୟରେ ଭଲ ହାସଲ କରିନଥିଲେ ପିଲାଙ୍କୁ ଏଥିରେ ସୁଯୋଗ ଦିଆଯାଇଥାଏ । ଯଦି କୌଣସି ଛାତ୍ରଛାତ୍ରୀ ତିନୋଟି ମେନ ଷ୍ଟ୍ରିମ ବିଷୟ ବିଜ୍ଞାନ, ଗଣିତ ଓ ସାମାଜିକ ବିଜ୍ଞାନରେ ଫେଲ ହୋଇଯାଆନ୍ତି, ତେବେ ସେମାନେ ସ୍କିଲ ସବଜେକ୍ଟରେ ରଖୁଥିବା ନମ୍ବରକୁ ‘ବେଷ୍ଟ ଅଫ୍ ଫାଇଭ’ରେ ସାମିଲ କରାଯିବ ।

ସିବିଏସଇ ଦ୍ୱାରା କରାଯିବାକୁ ଥିବା ପ୍ରସ୍ତାବିତ ପରିବର୍ତ୍ତନ ଆସନ୍ତା ଶିକ୍ଷାବର୍ଷ ୨୦୨୩-୨୪ରୁ ଲାଗୁ କରାଯିବ । ଇଲେକ୍ଟିଭ ଓ ସ୍କିଲ ସବଜେକ୍ଟ ମଧ୍ୟରେ ଥିବା ଗ୍ୟାପକୁ ପୂରଣ କରିବା ପାଇଁ ସିବିଏସଇ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ମେନଷ୍ଟ୍ରିମ ସବଜେକ୍ଟ ସହିତ ଭୋକେସନାଲ ସବଜେକ୍ଟ ପଢ଼ିବା ଫଳରେ ଛାତ୍ରଛାତ୍ରୀ ଅଧିକ ଫାଇଦା ପାଇପାରିବେ । ଶିଖିଥିବା ପାଠକୁ କିପରି ପ୍ରାକ୍ଟିକାଲରେ ଗ୍ରହଣ କରିପାରିବେ ସେନେଇ ଛାତ୍ରଛାତ୍ରୀମାନେ ଭୋକେସନାଲ ସବଜେକ୍ଟର ପାଠପଢ଼ା ମାଧ୍ୟମରେ ଜାଣି ପାରିବେ ।

ଏନେଇ ସିବିଏସଇ ନିର୍ଦ୍ଦେଶକ ବିଶ୍ୱଜିତ ଶାହା କହଛନ୍ତି, ୯ମ ଓ ୧୦ମ କ୍ଲାସ ପାଇଁ ସ୍କିଲ ସବଜେକ୍ଟ ନମ୍ବରକୁ ବେଷ୍ଟ ଅଫ୍ ଫାଇଭରେ ସାମିଲ କରିବା ନିଷ୍ପତ୍ତି ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁସାରେ ନିଆଯାଇଛି । ଭୋକେସନାଲ ଏଜୁକେସନକୁ ମୁଖ୍ୟଧାରାର ଶିକ୍ଷା ସହିତ ଏକୀକୃତ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣକ ରାଯାଇଛି । ଏହା ପିଲାଙ୍କୁ ସ୍କିଲ ସବଜେଷ୍ଟ ବାଛିବା କ୍ଷେତ୍ରରେ ପ୍ରେରଣା ପ୍ରଦାନ କରିବ ।

Get real time updates directly on you device, subscribe now.