fbpx

ଦ୍ୱାଦଶ ମାର୍କ ଅପଲୋଡ ପାଇଁ ସବୁ ସ୍କୁଲକୁ CBSEର ନିର୍ଦ୍ଦେଶ

ନୂଆଦିଲ୍ଲୀ : କରୋନା କାଳ ମଧ୍ୟରେ ଦ୍ୱାଦଶ ମାର୍କ ଅପଲୋଡ କରିବାକୁ ସବୁ ସ୍କୁଲକୁ ନିର୍ଦ୍ଦେଶ ଦେଇଛି ସିବିଏସଇ । ତେବେ କରୋନା ପାଇଁ କିଛି ସ୍କୁଲ ପ୍ରାକ୍ଟିକାଲ/ଇଣ୍ଟରନେଟ୍ ଆସେସମେଣ୍ଟ କରିନାହାନ୍ତି । ଯେଉଁମାନେ ପ୍ରାକ୍ଟିକାଲ/ଇଣ୍ଟରନେଟ୍ ଆସେସମେଣ୍ଟ କରିନାହାନ୍ତି, ସେମାନଙ୍କୁ ତୁରନ୍ତ ଅନଲାଇନରେ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନଲାଇନରେ ଆସେସମେଣ୍ଟ କରି ଜୁନ୍ ୨୮ ସୁଦ୍ଧା ଅପଲୋଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ଦେଶବ୍ୟାପୀ ବାତିଲ ହୋଇଛି ସିବିଏସଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା । କୋଭିଡ ସ୍ଥିତିକୁ ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । କରୋନା କାଳରେ ସିବିଏସଇ ଦ୍ୱାଦଶ ପରୀକ୍ଷା ନେଇ ବରିଷ୍ଠ ମନ୍ତ୍ରୀ, ସଚିବମାନଙ୍କ ସହ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଥିଲେ । ବର୍ତ୍ତମାନ ସ୍ଥିତିରେ ପରୀକ୍ଷା ହେବ କି ନାହିଁ ସେନେଇ ସମୀକ୍ଷା ହୋଇଥିଲା । ପିଲାଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ନିଷ୍ପତ୍ତି ନିଆଗଲା । ପ୍ରଧାନମନ୍ତ୍ରୀ କହିଲେ, ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଆମ ପାଇଁ ପ୍ରାଥମିକତା । ସେମାନଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ସହ ବୁଝାବଣା ନାହିଁ । ତେବେ ପୂର୍ବ ବର୍ଷ ଭଳି ଯେଉଁମାନେ ପରୀକ୍ଷା ଦେବାକୁ ଇଚ୍ଛା ପ୍ରକାଶ କରନ୍ତି । ସେମାନେ ପରୀକ୍ଷା ଦେଇପାରିବେ, ମାତ୍ର କରୋନା ସ୍ଥିତି ସୁଧୁରିଲା ପରେ ।

Get real time updates directly on you device, subscribe now.