fbpx

ସିବିଏସଇ ସିଲାବସ କାଣ୍ଟଛାଣ୍ଟ: ଜାଣନ୍ତୁ କଣ ରହିଲା ଓ କଣ କଟିଲା

ଭୁବନେଶ୍ୱର, ୭ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଆତଙ୍କ ଖେଳାଇବାରେ ଲାଗିଛି କରୋନା । କରୋନା ସହ ମୁକାବିଲା କରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଉଛି । ଲକଡାଉନ ପାଇଁ ସବୁ ସ୍କୁଲ ଓ କଲେଜ ବନ୍ଦ ରହିିଥିବାରୁ ୨୦୨୦-୨୧ର ପାଠପଢ଼ା ବ୍ୟାହାତ ହୋଇଛି । ଆଗରୁ ପିଲାମାନଙ୍କ ପାଠପଢ଼ାରେ ବାଧା ନଉପୁଜିବା ପାଇଁ ମଧ୍ୟ ଅନଲାଇନ ପାଠପଢ଼ାର ବ୍ୟବସ୍ଥା କରାଯାଇଥିଲା ।

ସେହିପରି ଗତକାଲି ମଧ୍ୟ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା । କରେନା ପାଇଁ ସିବିଏସଇ ପାଠ୍ୟକ୍ରମର ସିଲାବସ୍ ୩୦ ପ୍ରତିଶତ କମେଇ ଦିଆଯାଇଛି । ନବମରୁ ଦ୍ୱାଦଶ ଶ୍ରେଣୀ ଯାଏ ପିଲାଙ୍କ ସିଲାବସ କମାଇବାକୁ ନିଷ୍ପତ୍ତି ନିଆଯାଇଛି । ଶିକ୍ଷକ, ଅଭିଭାବକ ଓ ଶିକ୍ଷାବିତଙ୍କ ପରାମର୍ଶରେ ଏହିପରି ନିଷ୍ପତ୍ତି ନିଆଯାଇଛି । ଯେଉଁ ବିଷୟ ଅନ୍ୟ ଅଧ୍ୟାୟରେ ହୋଇଯାଇଛି ତାକୁ ବାଦ ଦିଆଯାଇଛି ।

ନବମ ଶ୍ରେଣୀରୁ ଧର୍ମନିରପେକ୍ଷତା, ନାଗରିକତା, ଜାତୀୟତା, ବିମୁଦ୍ରୀକରଣ ଏବଂ ଗଣତାନ୍ତ୍ରିକ ଅଧିକାର ବିଷୟକୁ ପାଠ୍ୟକ୍ରମରୁ ହଠାଇ ଦିଆଯାଇଛି । ସେହିପରି ଦଶମ ଶ୍ରେଣୀରୁ ବିବିଧତା, ଲିଙ୍ଗ, ଧର୍ମ ଏବଂ ଜାତି, ଲୋକପ୍ରିୟ ସଙ୍ଘର୍ଷ ଏବଂ ଆନ୍ଦୋଳନ ଏବଂ ଗଣତନ୍ତ୍ର ପାଇଁ ଆହ୍ୱାନ ପାଠ୍ୟକ୍ରମ ହଠାଯାଇଛି ।
ଏକାଦଶହ ପାଠ୍ୟକ୍ରମରୁ ସଙ୍ଘବାଦ, ନାଗରିକତା, ଜାତୀୟତା, ଦର୍ମନିରପେକ୍ଷତା ଏବଂ ଭାରତରେ ସ୍ଥାନୀୟ ସରକାରଙ୍କ ଅଭିବୃଦ୍ଧି ଅଧ୍ୟାୟ ଅନ୍ତର୍ଭୁକ୍ତ ହଠାଯାଇଥିବା ବେଳେ ଦ୍ୱାଦଶ ଶ୍ରେୀଣୀରୁ ପାକିସ୍ତାନ, ମିଆଁମାର, ବାଙ୍ଗଲାଦେଶ, ଶ୍ରୀଲଙ୍କା ଏବଂ ନେପାଳ ସହିତ ଭାରତର ସମ୍ପର୍କ, ଭାରତର ଅର୍ଥନୈତିକ ବିକାଶର ପରିବର୍ତ୍ତିତ ପ୍ରକୃତି, ଭାରତର ସାମାଜିକ ଗତିବିଧି ଏବଂ ବିମୁଦ୍ରିକରଣ ଉପରେ ଅଧ୍ୟାୟ କୁ ବାଦ ଦିଆଯାଇଛି ।

Get real time updates directly on you device, subscribe now.