fbpx

ଚିକିତ୍ସା ସମୟରେ ଭୁଲ ମେଡିସିନ୍ ଯୋଗୁଁ ହେଲା ମୃତ୍ୟୁ: ବିଚ୍ ରାସ୍ତାରେ ଶବକୁ ଫୋପୋଡି ଡାକ୍ତର ଫେରାର୍

ଗୁରୁଗ୍ରାମ: ଡାକ୍ତରଙ୍କୁ ଭଗବାନଙ୍କ ସ୍ଥାନରେ ରଖାଯାଇଛି, କାରଣ ସେମାନେ ହିଁ ଭଗବାନ ସାଜି ଲୋକମାନଙ୍କର ଜୀବନ ବଞ୍ଚାନ୍ତି। କିନ୍ତୁ ହରିୟାଣାରା ଗୁରୁଗ୍ରାମ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି, ଯାହାକୁ ଶୁଣି ଆପଣଙ୍କର ବି ହୋସ୍ ଉଡିଯିବ । ଚିକିତ୍ସା ସମୟରେ ରୋଗୀର ମୃତ୍ୟୁ ହେବାରୁ ରାସ୍ତା ଶବକୁ ଫୋପାଡିବା ସହ ଘଟଣାସ୍ଥଳରୁ ଫେରାର ମାରିଛି ଜଣେ ଡାକ୍ତର । ଏହି ଘଟଣାର ଦୃଶ୍ୟ ସିସିଟିଭରେ କଏଦ୍ ହୋଇଛି ।

ସୂଚନା ମୁତାବକ, ମାରୁତିରେ କାମ କରୁଥିବା ଜଣେ ୨୦ ବର୍ଷୀୟ ଯୁବକଙ୍କ ସ୍ୱାସ୍ଥ୍ୟ ଅଚାନକ୍ ବିଗିଡ଼ି ଯାଇଥିଲା, ଯାହାଫଳରେ ତାଙ୍କୁ ଚିକିତ୍ସା ପାଇଁ ଏକ କ୍ଲିନିକକୁ ନିଆଯାଇଥିଲା । କିନ୍ତୁ କ୍ଲିନିକରେ ଯେଉଁ ଡାକ୍ତର ଚିକିତ୍ସା କରୁଥିଲେ, ତାହାଙ୍କ ପାଖରେ କୌଣସି ଡାକ୍ତରୀ ଲାଇସେନ୍ସ ନଥିଲା । କୁହାଯାଉଛି କି, ସେ ଅସୁସ୍ଥ ରୋଗୀଙ୍କୁ ଭୁଲ ମେଡିସିନ୍ ଖାଇବାକୁ ଦେଇଥିଲେ, ଯାହାଫଳରେ ଯୁବକଙ୍କର ମୃତ୍ୟୁ ହୋଇଗଲା । ଏହା ପରେ ଡାକ୍ତର ଚୁପଚାପ୍ ଶବକୁ ରାସ୍ତାରେ ଫୋପାଡି ଘଟଣାସ୍ଥଳରୁ ଫେରାର ମାରିଥିଲା । ଶବ ଫୋପାଡିବାର ଘଟଣା ସିସିଟିଭ ଫୁଟେଜରେ ରେକର୍ଡ ହୋଇଗଲା ।

ଅନ୍ୟପଟେ ଘଟଣାର ସୂଚନା ମିଳିବା ପରେ ପୋଲିସ ମଧ୍ୟ ମାମଲାକୁ ଗୁରୁତର ସହ ନେଇ ଛାନଭିନ୍ ଆରମ୍ଭ କରିଥିଲା । ଏହା ପରେ ୩୦ ସେପ୍ଟେମ୍ବରରେ ଏଭଳି କାଣ୍ଡ ଘଟଣାଇଥିବା ଅଭିଯୁକ୍ତ ଡାକ୍ତରଙ୍କୁ ଗିରଫ କରିବାରେ ପୋଲିସ ସଫଳ ହେଲା । ଅଭିଯୁକ୍ତ ଡାକ୍ତରକୁ ଏବେ ପଚରାଉଚରା କରାଯାଉଛି । ଏହା ବ୍ୟତୀତ ଜବତ ଶବର ପୋଷ୍ଟମର୍ଟମ କରାଯିବାକୁ ପ୍ରସ୍ତୁତି ଚାଲିଛି, ଯାହାଦ୍ୱାରା ମୃତ୍ୟୁର ସଠିକ୍ କାରଣ ଜଣାପଡିବ ।

Get real time updates directly on you device, subscribe now.