fbpx

ଛାତିରେ ଯନ୍ତ୍ରଣା ପରେ ବରିଷ୍ଠ ବଲିଉଡ୍ ଅଭିନେତା ଅନ୍ନୁ କପୁର ହସପିଟାଲରେ ଭର୍ତ୍ତି: ସାମ୍ନାକୁ ଆସିଲା ହେଲ୍ଥ ଅପଡେଟ୍

ନୂଆଦିଲ୍ଲୀ: ଜଣାଶୁଣା ଅଭିନେତା ଅନ୍ନୁ କପୁରଙ୍କ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର ରହିଛି । ଛାତି ଯନ୍ତ୍ରଣା ଅନୁଭବ କରିବା ପରେ ଅନ୍ନୁ କପୁରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ଥିବା ଡାକ୍ତରମାନେ କହିଛନ୍ତି । ଅଭିନେତା ଧୀରେ ଧୀରେ ସୁସ୍ଥ ହେବାରେ ଲାଗିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଅନ୍ନୁ କପୁରଙ୍କୁ ଗୁରୁବାର ସକାଳେ ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଛାତି ସମସ୍ୟା ହେତୁ ଅଭିନେତାଙ୍କୁ ଭର୍ତ୍ତି କରାଯାଇଛି ବୋଲି ଡାକ୍ତରଖାନାର ଚେୟାରମ୍ୟାନ୍ (ବୋର୍ଡ ଅଫ୍ ମ୍ୟାନେଜମେଣ୍ଟ) ଡାକ୍ତର ଅଜୟ ସ୍ୱରୂପ କହିଛନ୍ତି। ଏହି ସମୟରେ ସେ ସ୍ଥିର ଏବଂ ସୁସ୍ଥ ଅଛନ୍ତି ।

ବଲିଉଡରେ ଅନେକ ସ୍ମରଣୀୟ ଓ ହିଟ୍ ଚଳଚ୍ଚିତ୍ରରେ ନିଜ ଅଭିନୟ ପାଇଁ ସେ ପରିଚିତ । ସେସବୁ ଚଳଚ୍ଚିତ୍ର ମଧ୍ୟରେ ରହିଛି ମିଃ ଇଣ୍ଡିଆ, ତେଜାବ, ଘାୟଲ, ରାମ ଲଖନ, ଡର ଇତ୍ୟାଦି । ୯୦ ଦଶକରେ ଟିମରେ ପ୍ରସାରିତ ଲୋକପ୍ରିୟ କାର୍ଯ୍ୟକ୍ରମ ଅନ୍ତାକ୍ଷରୀରେ ସେ ଉପସ୍ଥାପକ ଭାବେ କାମକରି ନାଁ କମାଇଥିଲେ । ୨୦୧୨ରେ ରିଲିଜ ହୋଇଥିବା ଚଳଚ୍ଚିତ୍ର ଭିକ୍କି ଡୋନର, ୨୦୧୭ରେ ରିଲିଜ ହୋଇଥିବା ଜଲି ଏଲଏଲବି-୨ରେ ସେ ଅକ୍ଷୟ କୁମାରଙ୍କ ସହ ଅଭିନୟ କରିଥିଲେ । ଗତ ୨୦୨୧ରେ ଅମିତାଭ ବଚ୍ଚନଙ୍କ ସହ ସେ ଚେହରେ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

Get real time updates directly on you device, subscribe now.