fbpx

ଟିକା ପାଇଁ ଜାରି ହେଲା ନୂଆ ଗାଇଡଲାଇନ୍, କରୋନାରୁ ସୁସ୍ଥ ହେବାର ଏତିକି ଦିନ ପରେ ନେଇପାରିବେ ଭାକସିନ୍

ନୂଆଦିଲ୍ଲୀ: ଶୁକ୍ରବାର ଦିନ କେନ୍ଦ୍ର ପକ୍ଷରୁ ଟିକାକରଣର ନୂଆ ଗାଇଡଲାଇନ୍ ଜାରି ହୋଇଛି । ପ୍ରିକସନ୍ ଡୋଜ୍ ସମେତ ଅନ୍ୟ ଦୁଇଟି ଡୋଜ୍ କୁ କେଉଁ ସମୟରେ ନେବା ଦରକାର ସେ ସମ୍ପର୍କରେ ଗାଇଡଲାଇନ୍ ରେ ଦର୍ଶାଯାଇଛି । ସଂକ୍ରମିତ ହୋଇଥିବା ବ୍ୟକ୍ତି ସୁସ୍ଥ ହେବାର ୩ ମାସ ପରେ ନେଇପାରିବେ ଟିକା ବୋଲି ଗାଇଡଲାଇନରେ କୁହାଯାଇଛି । ତେବେ ଏହି ଟିକାରେ ବୁଷ୍ଟର ଡୋଜ୍ ମଧ୍ୟ ସାମିଲ ରହିଛି ।

ସୂଚନାଯୋଗ୍ୟ. କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ ଆସିବା ପରଠାରୁ ଦେଶରେ ପୁଣିଥରେ ଟିକାକରଣକୁ ଜୋରଦାର୍ କରାଯାଇଛି । ଏଭଳି ପରିସ୍ଥିତିରେ କେଉଁ ଭଳି ଭାବରେ ଓ କେଉଁ ସମୟରେ ଟିକା ନେବା ଉଚିତ୍ ହେବ ସେ ସମ୍ପର୍କରେ ଲୋକମାନେ ଅବଗତ ହେବା ଜରୁରୀ । କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ଟିକା ନେବା ନେଇ ସଚେତନ କରାଯାଉଛି । ଏଭଳି ପରିସ୍ଥିତିରେ ଲୋକଙ୍କ ମନରେ ମଧ୍ୟ ପ୍ରଶ୍ନ ଉଙ୍କି ମାରୁଛି ଯେ ଟିକା ନେବା ପରେ କିମ୍ବା କରୋନାରୁ ସୁସ୍ଥ ହେବା ପରେ ଶରୀରରେ କେତେ ମାସ ପର୍ଯ୍ୟନ୍ତ ଇମ୍ୟୁନିଟି ବା ଆଣ୍ଟବଡ଼ି ରହୁଛି । ଲୋକଙ୍କ ମନରେ ଉଠିଥିବା ପ୍ରଶ୍ନ ସମ୍ବନ୍ଧରେ ଆଇସିଏମଆର ଡିଜି ବଳରାମ ଭାର୍ଗବ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, କରୋନା ରୋଗୀ ସୁସ୍ଥ ହେବା ପରେ ଓ ଦୁଇଟି ଯାକ ଡୋଜ୍ ନେବାର ୯ ମାସ ପର୍ଯ୍ୟନ୍ତ ଶରୀରରେ ଆଣ୍ଟିବଡି ରହିଥାଏ । ଆଇସିଏମଆର୍ ଡିଜିଙ୍କ କହିବାନୁସାରେ, ଟିକାରୁ ମିଳୁଥିବା ଇମ୍ୟୁନିଟି କୁ ନେଇ ଭାରତରେ ଅଧ୍ୟୟନ କରାଯାଇଛି ଓ ଗ୍ଲୋବାଲ ସ୍ତରରେ ମଧ୍ୟ ରିସର୍ଚ୍ଚ କରାଯାଇଛି । ଏହିସବୁରୁ ଜଣାପଡ଼ିଛି ଯେ, ଟିକା ନେବା ପରେ ୯ ମାସ ପର୍ଯ୍ୟନ୍ତ ଇମ୍ୟୁନିଟି ଆମ ଶରୀରରେ ରହିଥାଏ ।

Get real time updates directly on you device, subscribe now.