fbpx

ହୋଲି ପୂର୍ବରୁ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ଏତିକି ପ୍ରତିଶତ ବଢ଼ିପାରେ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ସରକାରୀ କର୍ମଚାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିବାକୁ ଯାଉଛି । ଏକ କୋଟିରୁ ଅଧିକ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର ।

ସରକାରଙ୍କ ପକ୍ଷରୁ ମହଙ୍ଗ ଭତ୍ତା ବର୍ତ୍ତମାନର ୩୮ ପ୍ରତିଶତରୁ ୪୨ ପ୍ରତିଶତକୁ ବୃଦ୍ଧି କରାଯାଇପାରେ । ସୂତ୍ର ଅନୁଯାୟୀ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି ହୋଇପାରେ ।

ବର୍ଷକୁ ୨ ଥର ସଂଶୋଧିତ ହୁଏ ମହଙ୍ଗା ଭତ୍ତା :-
କେନ୍ଦ୍ର ସରକାରଙ୍କ ପକ୍ଷରୁ ମହଙ୍ଗା ଭତ୍ତାରେ ପ୍ରତିବର୍ଷ ୨ ଥର ବୃଦ୍ଧି କରିବାର ନିୟମ ଚାଲିଛି । ସରକାର ବର୍ତ୍ତମାନର ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି କରିପାରନ୍ତି ଏବଂ ଯଦି ଏହା ଘଟେ ତେବେ କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ସିଧାସଳଖ ୪ ପ୍ରତିଶତ ବୃଦ୍ଧି ପାଇବ ।

୪୨ ପ୍ରତିଶତ ହୋଇଯିବ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା!
କେନ୍ଦ୍ର ସରକାର ନିଜର ଏକ କୋଟିରୁ ଅଧିକ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତାକୁ ବର୍ତ୍ତମାନର ୩୮ ପ୍ରତିଶତରୁ ୪% ବଢ଼ାଇ ୪୨ ପ୍ରତିଶତ କରିପାରନ୍ତି । ଅଲ ଇଣ୍ଡିଆ ରେଳବାଇ ଫେଡେରେଶନର ସାଧାରଣ ସମ୍ପାଦକ ଶିବ ଗୋପାଳ ମିଶ୍ର କହିଛନ୍ତି ଯେ, ଡିସେମ୍ବର ୨୦୨୨ ପାଇଁ ସିପିଆଇ-ଆଇଡବ୍ଲ୍ୟୁ ୩୧ ଜାନୁୟାରୀ ୨୦୨୩ ରେ ଜାରି କରାଯାଇଥିଲା । ଏବେ ସରକାର ଡିଏରେ ୪ ପ୍ରତିଶତ ବୃଦ୍ଧି କରିପାରନ୍ତି । ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ଡିଏରେ ବୃଦ୍ଧି କରିବାକୁ ଏକ ପ୍ରସ୍ତାବ ଦେବ । ଏହି ପ୍ରସ୍ତାବକୁ ଅନୁମୋଦନ ପାଇଁ କେନ୍ଦ୍ର କ୍ୟାବିନେଟ ସମ୍ମୁଖରେ ରଖାଯିବ । ମହଙ୍ଗା ଭତ୍ତା ବୃଦ୍ଧି ୧ ଜାନୁଆରୀ ୨୦୨୩ ଠାରୁ ଲାଗୁ ହେବ ।

Get real time updates directly on you device, subscribe now.