ସିବିଆଇ ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବର୍ଷେ ବଢ଼ାଇଲେ କେନ୍ଦ୍ର ସରକାର

ଚଳିତବର୍ଷ ଶ୍ରୀ ସୁଦଙ୍କ କାର୍ଯ୍ୟକାଳ ସରୁଥିବାରୁ ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସିବିଆଇ ନିର୍ଦ୍ଦେଶକ ପ୍ରବୀଣ ସୁଦଙ୍କ କାର୍ଯ୍ୟକାଳ ଏକ ବର୍ଷ ବଢ଼ାଇ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ଉଚ୍ଚ ସ୍ତରୀୟ ଚୟନ ସମିତିରେ ଏନେଇ ନିଷ୍ପତ୍ତି ହୋଇଛି। ଅର୍ଥାତ ସେ ୨୦୨୭ ମେ ପର୍ଯ୍ୟନ୍ତ କାର୍ଯ୍ୟରେ ରହିିବେ।

ମିିଳିଥିବା ସୂଚନା ଅନୁସାରେ ସିବିଆଇ ନିର୍ଦ୍ଦେଶକ ଭାବେ ପ୍ରବୀଣ ସୁଦ ୨୦୨୩ ମେ ୨୫ ତାରିଖରେ କାର୍ଯ୍ୟରେ ଯୋଗଦେଇଥିଲେ। ସେ ଏହି ପଦବୀରେ ଦୁଇ ବର୍ଷ ପର୍ଯ୍ୟନ୍ତ ରହିଥିଲେ। ଅର୍ଥାତ ତାଙ୍କର କାର୍ଯ୍ୟକାଳ ୨୦୨୫ ମସିହାରେ ସରୁଥିଲା। ସେହି ସମୟରେ ତାଙ୍କର କାର୍ଯ୍ୟାକାଳ ୨୦୨୬ ମେ ମାସ ପର୍ଯ୍ୟନ୍ତ ବଢ଼ାଇଥିଲେ କେନ୍ଦ୍ର ସରକାର।

ଚଳିତବର୍ଷ ଶ୍ରୀ ସୁଦଙ୍କ କାର୍ଯ୍ୟକାଳ ସରୁଥିବାରୁ ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ଆଜିର ନିଷ୍ପତ୍ତି ଅନୁସାରେ ତାଙ୍କର କାର୍ଯ୍ୟକାଳ ଆଉ ଏକ ବର୍ଷ ବଢ଼ାଇ ଦିଆଯାଇଛି। ଅର୍ଥାତ ମେ ୨୦୨୭ ପର୍ଯ୍ୟନ୍ତ ସେ ଦାୟିତ୍ୱରେ ରହିବେ।

ସିବିଆଇ ନିର୍ଦ୍ଦେଶକ ଚୟନ ପାଇଁ ଗଠନ ହୋଇଥିବା ଉଚ୍ଚ ସ୍ତରୀୟ ଚୟନ ସମିତିରେ ମୁଖ୍ୟ ନିର୍ବାଚନ କମିଶନର ସୂର୍ଯ୍ୟକାନ୍ତ, ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ପ୍ରମୁଖ ସଦସ୍ୟ ଅଛନ୍ତି।