fbpx

ସେପ୍ଟେମ୍ବର ୨୮ରେ ବଢ଼ିବ DA! ଘୋଷଣା କରିବେ କେନ୍ଦ୍ର ସରକାର, ଲକ୍ଷ ଲକ୍ଷ କର୍ମଚାରୀଙ୍କ ପକେଟ ହୋଇଯିବ ଗରମ

ନୂଆଦିଲ୍ଲୀ: ବର୍ତ୍ତମାନ ପାର୍ବଣ ଋତୁ ଚାଲିଥିବା ବେଳେ ସରକାରୀ କର୍ମଚାରୀମାନେ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧିକୁ ଉତ୍ସୁକତାର ସହ ଚାହିଁ ବସିଛନ୍ତି । ଲକ୍ଷ ଲକ୍ଷ କର୍ମଚାରୀଙ୍କ ଖାତାକୁ କେବେ ଆସିବ ବୃର୍ଦ୍ଧିତ ଡିଏ ତାହାକୁ ନେଇ ସେମାନେ ଅପେକ୍ଷା କରି ବସିଛନ୍ତି । ତେବେ ଆସନ୍ତା ୨୮ ତାରିଖରେ କେନ୍ଦ୍ର ସରକାର ଡିଏ ବୃଦ୍ଧି ଘୋଷଣା କରିପାରନ୍ତି । କର୍ମଚାରୀଙ୍କ ଖାତାକୁ ୨ ମାସର ଡିଏ ଅର୍ଥ ଆସିବାର ସମ୍ଭାବନା ରହିଛି ।

ଆଉ ମାତ୍ର କିଛିଦିନ ପରେ କର୍ମଚାରୀମାନେ ପାଇବେ ବଡ଼ ଉପହାର । ଏକ ସୂତ୍ର ମୁତାବକ, ସେପ୍ଟେମ୍ବର ୨୮ ତାରିଖରେ କେନ୍ଦ୍ର ସରକାର ଔପଚାରିକ ଭାବେ ଡିଏ ବୃଦ୍ଧି ଘୋଷଣା କରିବେ । ଅର୍ଥାତ ନବରାତ୍ରୀରେ ଆପଣଙ୍କୁ ଏକ ବଡ଼ ଗିଫ୍ଟ ମିଳିବ । କର୍ମଚାରୀଙ୍କ ଡିଏ ୪ ପ୍ରତିଶତ ବଢ଼ିବା ନେଇ ଆଶା କରାଯାଉଛି । ଏହାଫଳରେ କର୍ମଚାରୀଙ୍କ ମୋଟ ଡିଏ ୩୮ ପ୍ରତିଶତରେ ପହଞ୍ଚିଯିବ । ଏହି ଅର୍ଥ ଆସନ୍ତା ମାସରୁ କର୍ମଚାରୀଙ୍କ ଖାତାକୁ ଆସିପାରେ ।

ଗତ ଜୁଲାଇ ୧ ତାରିଖଠାରୁ କର୍ମଚାରୀଙ୍କର ଏହି ଡିଏ ବୃଦ୍ଧି ଲାଗୁ ହେବ । କର୍ମଚାରୀଙ୍କୁ ଗତ ୩ ମାସର ଏରିଅର ଅର୍ଥ ସହିତ ବୃର୍ଦ୍ଧିତ ଡିଏ ଅର୍ଥ ମିଳିବ । ସାଧାରଣ ଭାବେ କର୍ମଚାରୀଙ୍କ ଡିଏ ବୃଦ୍ଧି ଅଲ୍ ଇଣ୍ଡିଆ କଞ୍ଜ୍ୟୁମର ପ୍ରାଇସ୍ ଇଣ୍ଡେକ୍ସ ଉପରେ ନିର୍ଭର କରିଥାଏ । ଏହି ହିସାବରେ କର୍ମଚାରୀଙ୍କ ସାଲାରି ବୃଦ୍ଧି ହୋଇଥାଏ । ଯଦି ଜଣଙ୍କର ସର୍ବନିମ୍ନ ସାଲାରି ୧୮ ହଜାର ହୋଇଥିବ ବେତେ ତାଙ୍କର ଡିଏ ବାର୍ଷିକ ୬୮୪୦ ଟଙ୍କା ବଢ଼ିବ । ଅର୍ଥାତ ମାସକୁ ୭୨୦ ଟଙ୍କା ଡିଏ ବୃଦ୍ଧି ହୋଇଯିବ । ଯଦି ଆପଣଙ୍କର ବେସିକ ସାଲାରି ୫୬,୯୦୦ ହୋଇଥିବ ବେଳେ ଆପଣଙ୍କୁ ୨୭,୩୧୨ ଟଙ୍କା ଡିଏ ମିଳିବ ।

Get real time updates directly on you device, subscribe now.