fbpx

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସିଖବର! ସେପ୍ଟେମ୍ବରରୁ ବଢ଼ିଯିବ ଦରମା

ନୂଆଦିଲ୍ଲୀ: କେନ୍ଦ୍ରକର୍ମଚାରୀଙ୍କ ପାଇଁ ଏଥର ଦିପାବଳୀ ଓ ଦଶହରା ଖୁବ୍ ସାନଦାର୍ ହେବାକୁ ଯାଉଛି, କାରଣ ସେମାନଙ୍କ ଆକାଉଣ୍ଟକୁ DA , DRର ମୋଟା ଅଙ୍କର ଟଙ୍କା ଆସିବାକୁ ଯାଉଛି । ରିପୋର୍ଟ ମୁତାବକ, DA ଓ DRର ବୃଦ୍ଧି ଜୁଲାଇ ୧ରୁ ଲାଗୁ ହୋଇଛି, ଫଳରେ ଦଶହରା (୧୫ ଅକ୍ଟୋବର) ପୂର୍ବରୁ ଏହା ଆସିଯିବ ।

ଏଭଳି ପରିସ୍ଥିତିରେ ଆକଳନ କରାଯାଉଛି କି ମହଙ୍ଗା ଭତ୍ତା ବଢିବା ପରେ କେନ୍ଦ୍ରୀୟ କର୍ମଚାରୀଙ୍କ ମାସିକ ଦରମା କେତେ ହେବ । ଏକ ମେଡିଆ ରିପୋର୍ଟରେ କୁହାଯାଇଛି ଯେ, କର୍ମଚାରୀଙ୍କ ମାସିକ ଦରମା ୩୦୦୦ରୁ ନେଇ ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇବ ।

ସୂଚନାଯୋଗ୍ୟ ଯେ, ଶ୍ରମ ମନ୍ତ୍ରଣାଳୟ ମେ’ ୨୦୨୧ ପାଇଁ ଏଆଇସିପିଆଇ ଆକଳନ କରିଛି ।  ମେ’ ୨୦୨୧ ପାଇଁ ସୂଚକାଙ୍କ ୦.୫ ପଏଣ୍ଟ ବୃଦ୍ଧି ପାଇଛି, ଫଳରେ ତାହା ୧୨୦.୬ ରେ ପହଞ୍ଚିଛି । ସପ୍ତମ ବେତନ ଆୟୋଗ ଅଧୀନରେ ଏବେ କେନ୍ଦ୍ରୀୟ କର୍ମଚାରୀଙ୍କୁ ୧୭% ମହଙ୍ଗା ଭତ୍ତା ମିଳୁଛି । ପୂର୍ବର ୩ଟି କିସ୍ତିର DA ବଢ଼ିବା ପରେ ତାହା ସିଧାସଳଖ ୨୮ ପ୍ରତିଶତ ବଢ଼ିଯିବ । ତେବେ ୨୦୨୨ ଆର୍ଥିକ ବର୍ଷରେ DA, DRର ବୃଦ୍ଧି ପାଇଁ କେନ୍ଦ୍ର ସରକାର ୩୦,୦୦୦ କୋଟି ଟଙ୍କା ଖର୍ଚ୍ଚ କରିପାରନ୍ତି ।

Get real time updates directly on you device, subscribe now.