fbpx

ଆସନ୍ତା ସପ୍ତାହରୁ ଶସ୍ତା ହୋଇଯିବ ଖାଇବା ତେଲ, କାର୍ଯ୍ୟକାରୀ ହେବାକୁ ଯାଉଛି ସରକାରଙ୍କ ଏହି ନୂଆ ଯୋଜନା

ନୂଆଦିଲ୍ଲୀ: ଆଗକୁ ପର୍ବପର୍ବାଣି ଋତୁ ଆସୁଥିବାରୁ ଖାଇବା ତେଲର ପ୍ରସ୍ତୁତି ଉପରେ କେନ୍ଦ୍ର ସରକାର ଜୋର ଦେଇଛନ୍ତି । ଗୋଟିଏ ପଟେ ଆମଦାନୀ ବୃଦ୍ଧି ପାଇଁ ଆମଦାନୀ ଡ୍ୟୁଟି ହ୍ରାସ କରିଛନ୍ତି । ସେହିପରି ଅନ୍ୟପଟେ ଖାଇବା ତେଲର ମୂଲ୍ୟ ହ୍ରାସ କରିବା ପାଇଁ ସରକାର ଏକ ନୂଆ ପଦକ୍ଷେପ ନେଇଛନ୍ତି । ଏହା ଫଳରେ ତେଲର ମୂଲ୍ୟ ଓ ପୂର୍ବରୁ ଷ୍ଟକ ଥିବା ଜିନିଷ ଉପରେ ପୂର୍ବାପେକ୍ଷା ଠିକଭାବେ ନଜର ରଖାଯାଇପାରିବ । ସରକାର ଏଥିପାଇଁ ଖାଇବା ତେଲର ଏକ ପୋର୍ଟାଲ ଆରମ୍ଭ କରିବାକୁ ଯାଉଛନ୍ତି । ଏହି ପୋର୍ଟାଲ ମାଧ୍ୟମରେ ତେଲର ଉପଲବ୍ଧତା ଓ ଦରରେ ସ୍ୱଚ୍ଛତା ଆଣିବାକୁ ପ୍ରୟାସ କରାଯିବ । ଯାହାଫଳରେ ଏହା ତେଲ ଦରକୁ କଣ୍ଟ୍ରୋଲ କରିବାରେ ସହାୟତା କରିବା ସହ ବଜାରକୁ ମଧ୍ୟ ନିୟନ୍ତ୍ରଣ କରିପାରିବ ।

ଖାଇବା ତେଲର ମହଙ୍ଗାକୁ ଦୃଷ୍ଟିରେ ରଖି ସରକାର ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି । ମନ୍ତ୍ରଣାଳୟର ସୂଚନା ମୁତାବକ, ଖାଇବା ତେଲ ଓ ତେଲ ମଞ୍ଜିର ମହଜୁଦ ପାଇଁ ଖୁବ୍ ଶୀଘ୍ର https://evegoils.nic.in ନାମକ ଏକ ପୋର୍ଟାଲ ଲଞ୍ଚ କରାଯିବ । ଏହି ପୋର୍ଟାଲରେ ୧୩ ପ୍ରକାର ତୈଳ ଓ ତୈଳ ବୀଜ ବିଷୟରେ ସୂଚନା ଦିଆଯିବ । ଏହାଛଡ଼ା ମୂଲ୍ୟ ଓ ଷ୍ଟକର ସବିଶେଷ ବିବରଣୀ ପ୍ରତି ସପ୍ତାହରେ ଅପଡେଟ କରାଯିବ । ଫଳରେ ବଜାର ତେଲର ଦର ବିଷୟରେ ସରକାରଙ୍କୁ ସମ୍ପୂର୍ଣ୍ଣ ତଥ୍ୟ ମିଳିପାରିବ । ଏନେଇ ଅନୁଷ୍ଠିତ ବୈଠକରେ ସମସ୍ତ ଷ୍ଟକହୋଲ୍ଡର୍ସଙ୍କୁ ପୋର୍ଟାଲ ବିଷୟରେ ଟ୍ରେନିଂ ଦିଆଯିବା ସହ ସମସ୍ତ ପ୍ରକ୍ରିୟା ସମ୍ବନ୍ଧରେ ସୂଚନା ଦିଆଯାଇଛି । ଏଥିରେ ଫୁଡ ଆଣ୍ଡ ପବ୍ଲିକ ଡିଷ୍ଟ୍ରିବ୍ୟୁସନ ଡିପାର୍ଟମେଣ୍ଟର ଯୁଗ୍ମ ସଚିବଙ୍କ ରାଜ୍ୟଗୁଡ଼ିକର ଫୁଡ ସେକ୍ରେଟାରୀ ଓ ଫୁଡ କମିଶନର ସାମିଲ ରହିଛନ୍ତି । ଆସନ୍ତା ସପ୍ତାହରେ ଏହି ପୋର୍ଟାଲ ଲଞ୍ଚ ହେବାକୁ ଥିବା ବେଳେ ଆଗକୁ ଆସୁଥିବା ପର୍ବପର୍ବାଣୀମାନଙ୍କରେ ଖାଇବା ତେଲକୁ ନେଇ କୌଣସି ଅସୁବିଧା ଉପୁଜିବ ନାହିଁ ବୋଲି କୁହାଯାଉଛି ।

Get real time updates directly on you device, subscribe now.