fbpx

ହ୍ୱାଟସଆପର ପ୍ରାଇଭେସି ପଲିସି ନେଇ ଆସିଲା କେନ୍ଦ୍ର ସରକାରଙ୍କର ପ୍ରତିକ୍ରିୟା

ନୂଆଦିଲ୍ଲୀ, ୨୦ା୧: ସୋସିଆଲ ମେସେଜିଙ୍ଗ ଆପ୍ ହ୍ୱାଟସଆପକୁ ନେଇ ଲାଗି ରହିଥିବା ବିବାଦରେ ହସ୍ତକ୍ଷେପ କରିଛନ୍ତି କେନ୍ଦ୍ର ସରକାର । କୌଣସି ଏକତରଫା ସଂଶୋଧନକୁ ସ୍ୱୀକୃତି ଦିଆଯିବ ନାହିଁ । ଏନେଇ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ମନ୍ତ୍ରାଳୟ ବିଭାଗ ପକ୍ଷରୁ ହ୍ୱାଟସଆପ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିକଟକୁ ଏକ ପତ୍ର ଲେଖାଯାଇଛି ।

ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ହ୍ୱାଟସଆପର ସର୍ବାଧିକ ବ୍ୟବହାରକାରୀ ଭାରତରେ ରହିଛନ୍ତି । ବ୍ୟବହାରୀଙ୍କର ଗୋପନୀୟତା, ସ୍ୱାଧୀନତା ଓ ଡାଟାର ନିରାପତ୍ତା ନେଇ ସଂସ୍ଥା ପୁଣି ଥରେ ବିଚାର କରିବା ଉଚିତ । ବିଭିନ୍ନ ସେବା ପାଇଁ ହ୍ୱାଟସଆପ ପାଇଁ ଭାରତ ହେଉଛି ଏକ ପ୍ରମୁଖ ମାର୍କେଟ । ସଂପ୍ରତି ଜାରି କରାଯାଇ ପ୍ରାଇଭେସି ନୀତିରେ ଦ୍ୱାରା ଭାରତୀୟ ନାଗରିକ ବହୁମାତ୍ରାରେ ପ୍ରଭାବିତ ହେବାର ଆଶଙ୍କା ରହିଛି ।

ସୂଚନାଯୋଗ୍ୟ ଯେ, ହ୍ୱାଟସଆପର ପ୍ରାଇଭେସି ନୀତିକୁ ନେଇ ବିଭିନ୍ନ ଦିଗରୁ ବିରୋଧ କରାଯାଇଥିଲା । ଅନେକ ବ୍ୟବହାରକାରୀ ସିଗନାଲ ଓ ଟେଲିଗ୍ରାମ ଭଳି ମେସେଜିଂ ଆପ୍ ଡାଉନଲୋଡ କରିଥିଲେ । ପରେ ହ୍ୱାଟସଆପ ପକ୍ଷରୁ ବ୍ୟବହାରକାରୀଙ୍କ ଡାଟା ସୁରକ୍ଷିତ ବୋଲି ସଫେଇ ଦିଆଯାଇଥିଲା । ଫେସବୁକ ସହିତ ହ୍ୱାଟସଆପ ୟୁଜରଙ୍କ କୌଣସି ତଥ୍ୟ ସେୟାର କରାଯାଏ ନାହିଁ ବୋଲି କୁହାଯାଇଥିଲା ।

Get real time updates directly on you device, subscribe now.