fbpx

ଗରିବ ଓ ବେରୋଜଗାରଙ୍କ ଖାତାକୁ ସିଧାସଳଖ ଆସିବ ଟଙ୍କା, ସରକାର କରୁଛନ୍ତି ନୂଆ ପ୍ଲାନ୍

ନୂଆଦିଲ୍ଲୀ: କରୋନା ମହାମାରୀ ଦ୍ୱାରା ପ୍ରଭାବିତ ହୋଇଥିବା ବେରୋଜଗାର ଓ ଗ୍ରାମୀଣ କ୍ଷେତ୍ରରେ ରହୁଥିବା ଗରିବଙ୍କ ପାଇଁ ସରକାର ନୂଆ ଯୋଜନା କରୁଛନ୍ତି । ଫେବୃଆରୀ ୧ ତାରିଖରେ ଆସିବାକୁ ଥିବା ବଜେଟ୍ ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି । ତେବେ ଯୋଜନା ତିଆରି କରୁଥିବା ଅଧିକାରୀଙ୍କ କହିବା କଥା ଯେ, ଚାକିରୀ ହରାଇଥିବା ବା ବେରୋଜଗାର ଏବଂ ଗରିବଙ୍କୁ ସାମାଜିକ ସୁରକ୍ଷା ଉପଲବ୍ଧ କରିବା ଦିଗରେ ବିଚାର କରାଯାଉଛି । ଆଉ ଯଦି ସବୁକିଛି ଠିକ୍ ଭାବରେ ହୁଏ ତାହେଲେ ପିଏମ୍ କିସାନ ଯୋଜନା ପରି ସିଧା ଲାଭାର୍ଥୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ ।

ତେବେ ଏନେଇ ରାଜ୍ୟ ଗୁଡ଼ିକ ସହିତ ବିଚାର ବିମର୍ଶ ବାକି ରହିଛି । ରାଜ୍ୟ ଗୁଡ଼ିକର ସହମତି କ୍ରମେ ଏହି ନୂଆ ଯୋଜନା କାର୍ଯ୍ୟକାରୀ ହେବ । ଏହାର ଲାଭ ଗ୍ରାମାଞ୍ଚଳରେ ରହୁଥିବା ଗରିବ, ବେରୋଜଗାର, ପ୍ରବାସୀ ଶ୍ରମିକ, ଚାଷୀ ଓ ଅସଂଗଠିତ କ୍ଷେତ୍ରରେ ବ୍ୟବସାୟ କରୁଥିବା କାରବାରୀ ମାନେ ଉଠାଇପାରିବେ । ମହାମାରୀ ସମୟରେ ଲକ୍ଷ ଲକ୍ଷ ଲୋକ ନିଜର ଜୀବିକା ହରାଇଛନ୍ତି । ଏହି ସମୟରେ ଗରିବ ଓ ବେରୋଜଗାର ସଂଖ୍ୟା ଦେଶରେ ସବୁଠାରୁ ଅଧିକ ବୃଦ୍ଧି ପାଇଛି । ଏହାକୁ ନଜରରେ ରଖି ଏହି ପଦକ୍ଷେପ ଉଠାଇବାକୁ ବିଚାର କରାଯାଉଛି ।

ଏହି କ୍ରମରେ ଲାଭାର୍ଥୀଙ୍କ ସମ୍ପର୍କରେ ତଥ୍ୟ ଏକାଠି କରିବାକୁ ସରକାର ଇ-ଶ୍ରମ ପୋର୍ଟାଲର ସହାୟତା ନେବ । ଅଗଷ୍ଟ ୨୩, ୨୦୨୧ରେ ଲଞ୍ଚ୍ ହୋଇଥିବା ଏହି ପୋର୍ଟାଲରେ ଏବେସୁଦ୍ଧା ୨୩ କୋଟି ରୁ ଅଧିକ ଅସଂଗଠିତ ପ୍ରବାସୀ ଶ୍ରମିକ ପଞ୍ଜୀକରଣ କରିଛନ୍ତି । ବିଶେଷଜ୍ଞ କହିବାନୁସାରେ, ନୂତନ ଯୋଜନାରେ ମଧ୍ୟ ପଞ୍ଜୀକରଣ ଆଧାରରେ ତିଆରି କରାଯିବ ।

Get real time updates directly on you device, subscribe now.