fbpx

ଦିଲ୍ଲୀକୁ ବାଜିଲା କେନ୍ଦ୍ର ଛାଟ; ହୋଇପାରିବନି ଡୋର ଷ୍ଟେପ ରାସନ ଯୋଗାଣ

ନୂଆଦିଲ୍ଲୀ: ଯୋଜନା କରିଥିଲେ ଦିଲ୍ଲୀ ସରକାର। କିନ୍ତୁ ଛାଟ ଚଲାଇଛନ୍ତି କେନ୍ଦ୍ର ସରକାର। କିଛି ଦିନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଡୋର୍ ଷ୍ଟେପ୍ ରାସନ୍ ଯୋଗାଣ ଆଉ ହୋଇପାରିବନି। ପ୍ରାୟ ୭୨ ଲକ୍ଷ ହିତାଧିକାରୀଙ୍କୁ ଘର ପାଖରେ ରାସନ ଯୋଗାଣ କରାଯିବ ବୋଲି କେଜ୍ରିୱାଲ ସରକାର ଚଳାଇଥିବା ଉଦ୍ୟମ ବନ୍ଦ ହେବାକୁ ଯାଉଛି।

ସୂଚନାଯୋଗ୍ୟ ଯେ ମହାମାରୀ କରୋନା ସଂକ୍ରମଣରେ ଦେଶର ରାଜଧାନୀ ଦିଲ୍ଲୀ ସବୁଠୁ ଅଧିକ ହନ୍ତସନ୍ତ ହେଉଛି। ତେଣୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ଲାନ୍ କରିଥିଲେ ନୂଆ ଯୋଜନା। କିନ୍ତୁ ଏହି ଦୁଆର ପାଖେ ରାସନ ଯୋଗାଣ ନିଷ୍ପତ୍ତି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି କେନ୍ଦ୍ର ସରକାର।

ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଯୋଜନାକୁ ନେଇ କୋର୍ଟରେ ଶୁଣାଣି ଚାଲିଥିବାରୁ ଉପ-ରାଜ୍ୟପାଳ ଏ ସମ୍ପର୍କିତ ଫାଇଲକୁ ଅଗ୍ରାହ୍ୟ କରିଦେଇଥିଲେ। ଆଉ ଏହା ପରେ ପରେ କେନ୍ଦ୍ର ଏଭଳି ନିଷ୍ପତ୍ତି ନେଇଛନ୍ତି। ତେବେ ଏନେଇ ବିଭିନ୍ନ ମହଲରୁ ମିଶ୍ର ପ୍ରତିକ୍ରିୟା ଆସୁଥିବା ଦେଖିବାକୁ ମିଳିଛି।

Get real time updates directly on you device, subscribe now.