fbpx

ପୁଣି ଘୁଞ୍ଚିଲା: କେନ୍ଦ୍ର-ଚାଷୀ ବୈଠକ ଆସନ୍ତାକାଲି

ନୂଆଦିଲ୍ଲୀ, ୧୯ା୧ (ଓଡିଶା ଭାସ୍କର): କେନ୍ଦ୍ର ସରକାରଙ୍କ ବିରୋଧରେ ଚାଲିଥିବା ଚାଷୀ ଆନ୍ଦୋଳନ ୫୫ ଦିନରେ ପହଞ୍ଚିଛି । ତେବେ ଆଜି କେନ୍ଦ୍ର ସରକାର ଓ ଚାଷୀ ସଙ୍ଗଠନ ମଧ୍ୟରେ ଆଲୋଚନା ପାଇଁ ପୂର୍ବରୁ ସ୍ଥିର ହୋଇଥିଲା । ତେବେ ଆଜିର ବୈଠକକୁ ବାତିଲ କରାଯାଇଛି । ଆସନ୍ତା କାଲି କେନ୍ଦ୍ର ସରକାର ଚାଷୀଙ୍କ ସହିତ ଆଲୋଚନା କରିବେ ବୋଲି ଜଣାପଡ଼ିଛି ।

ଆଜି ଦିନ ୧୨ଟା ସମୟରେ ବୈଠକ ବେହ ବୋଲି ସ୍ଥିରୀକୃତ ହୋଇଥିଲା । ତେବେ କୌଣସି କାରଣରୁ ଏହାକୁ ଆସନ୍ତାକାଲିକୁ ଘୁଞ୍ଚାଇ ଦିଆଯାଇଛି । ପୂର୍ବରୁ କେନ୍ଦ୍ର ସରକାର ଓ ଚାଷୀଙ୍କ ମଧ୍ୟରେ ଏକାଧିକ ବାର ବୈଠକ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ । ଚାଷୀମାନେ କୃଷି ଆଇନ ନେଇ ଜିଦରେ ଅଟଳ ରହିଛନ୍ତି ।

Get real time updates directly on you device, subscribe now.