fbpx

କେନ୍ଦ୍ର-ଚାଷୀନେତା ଆଲୋଚନା

ନୂଆଦିଲ୍ଲୀ, ୩ା୧୨: କୃଷି ଆଇନକୁ ବିରୋଧ କରି ଚାଷୀନେତା ଓ ବିଭିନ୍ନ କୃଷି ସଙ୍ଗଠନ ତରଫରୁ ଚାଲିଆସୁଥିବା ଆନ୍ଦୋଳନକୁ ସରକାର ସମାଧାନ କରିବାକୁ ପ୍ରୟାସ କରିଛନ୍ତି । ତେଣୁ ଏ ନେଇ ଆଜି ଚାଷୀନେତାଙ୍କ ସହ କେନ୍ଦ୍ର ସରକାରଙ୍କର  ଦିଲ୍ଲୀର ବିଜ୍ଞାନ ଭବନ ଠାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୪୦ ଜଣ କୃଷକ ଭାଗ ନେଇଥିଲେ । କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ପୀୟୂଷ ଗୋୟଲ ଏହି ବୈଠକରେ ସରକାରଙ୍କ ତରଫରୁ ସାମିଲ ହୋଇଥିଲେ । ଏହି ଆଲୋଚନା ୪ର୍ଥ ପର୍ଯ୍ୟାୟ ବିଶିଷ୍ଟ ହେବ ବୋଲି ଜଣାଯାଇଛି । ବୈଠକରେ ଚାଷୀମାନେ ସେମାନଙ୍କର ଦାବି ସରକାରଙ୍କ ସମ୍ମୁଖରେ ଉପସ୍ଥାପନ କରିବେ । ତେବେ ଚାଷୀମାନେ କେନ୍ଦ୍ର ସରକାରଙ୍କ ସମ୍ମୁଖରେ ମୋଟ ୮ଟି ଦାବି ରଖିବେ ବୋଲି ଜଣାପଡ଼ିଛି । ଏହି ଆଲୋଚନା ମଧ୍ୟରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିଥିବା ଜଣାଯାଇଛି ।

Get real time updates directly on you device, subscribe now.