fbpx

ଅର୍ଶଦୀପ ସିଂହଙ୍କ ଓ୍ଵିକିପିଡିଆ ପେଜକୁ ଖାଲିସ୍ତାନ ସହ କେମିତି ଯୋଡାଗଲା ? Wikipediaକୁ ସମନ ଜାରି କଲେ IT ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଗତକାଲି ଏସିଆ କପର ସୁପର ୪ର ଏକ ରୋମାଞ୍ଚକର ମୁକାବିଲାରେ ପାକିସ୍ତାନ ଭାରତକୁ ୫ ଓ୍ଵିକେଟରେ ହରାଇଛି। ଦଳର ଏହି ପରାଜୟ ପରେ କ୍ରିକେଟ୍ ପ୍ରଶଂସକ ଅର୍ଶଦୀପ ସିଂହଙ୍କ ଉପରେ ବର୍ଷିଛନ୍ତି। କାରଣ ଅର୍ଶଦୀପ ମ୍ୟାଚର ଶେହ ଆଡକୁ ଏକ ସହଜ କ୍ୟାଚ୍ ଛାଡିଥିଲେ। ଏବେ ଅର୍ଶଦୀପଙ୍କ ଓ୍ଵିକିପିଡିଆ ପେଜକୁ ଏଡିଟ୍ କରାଯାଇ ଖାଲିସ୍ତାନ ସହିତ ଯୋଡା ଯାଇଛି। ଏହି ଘଟଣାକୁ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଗମ୍ଭୀରତାର ସହ ନେଇଛନ୍ତି। ମନ୍ତ୍ରଣାଳୟ ଅର୍ଶଦୀପଙ୍କ ପେକକୁ ଖାଲିସ୍ତାନ ସହ ଯୋଡାଯିବା ଏବଂ ଉକ୍ତ ଲେଖା ସାର୍ବଜନୀନ ଭାବେ ପେଜରେ ପ୍ରଦର୍ଶିତ ହେବାକୁ ନେଇ ଭାରତରେ ଓ୍ଵିକିପିଡିଆର ଅଧିକାରୀଙ୍କୁ ସମନ ଜରି କରି ସ୍ପଷ୍ଟୀକରଣ ମାଗିଛନ୍ତି। ମନ୍ତ୍ରଣାଳୟ ଅଧିକାରୀଙ୍କୁ ମାମଲାରେ ସ୍ପଷ୍ଟୀକରଣ ରଖିବା ସହ ମନ୍ତ୍ରଣାଳୟ ଆସି ଭେଟିବା ଏବଂ ଏହାର କାରଣ ଜଣାଇବାକୁ କହିଛନ୍ତି।

ଗତକାଲି ଏସିଆ କପର ହାଇଭୋଲଟେଜ୍ ମୁକାବିଲାରେ ୨୩ ବର୍ଷୀୟ ଅର୍ଶଦୀପ ସିଂହ ପାକିସ୍ତାନ ଖେଳାଳି ଆସିଫ ଅଲ୍ଲୀଙ୍କ କ୍ୟାଚ୍ ଛାଡି ଦେଇଥିଲେ। ଏହା ପରେ ଲୋକେ ସାମାଜିକ ଗଣମାଧ୍ୟମରେ ତାଙ୍କ ଉପରେ ପ୍ରଶ୍ନ ଉଠାଇବା ସହ ଖୁବ୍ ସମାଲୋଚନା କରୁଛନ୍ତି। ଏହା ପରେ ତାଙ୍କ ଓ୍ଵିକିପିଡିଆ ପେଜ୍ ଖାଲିସ୍ତାନ ସହ ଜଡିତ ଥିବା କଥା ସାମ୍ନାକୁ ଆସିଥିଲା। ଉକ୍ତ ପେଜରେ ଲେଖା ହୋଇଥିଲା ଯେ, ଅର୍ଶଦୀପ ସିଂହ ୨୦୧୮ରେ ୧୯ ବର୍ଷରୁ କମ ବିଶ୍ଵ କପରେ ଖାଲିସ୍ତାନ ଦଳ ପକ୍ଷରୁ ପଦାର୍ପଣ କରିଥିଲେ। ୨୦୨୨ ଜୁଲାଇରେ ସେ ଖାଲିସ୍ତାନ ପକ୍ଷରୁ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ। ୨୦୨୨ ଅଗଷ୍ଟରେ ତାଙ୍କୁ ଖାଲିସ୍ତାନ ଏସିଆ କପ ଦଳରେ ଚୟନ କରାଯାଇଥିଲା।

ବିଜେପି ନେତା ମନଜିନ୍ଦର ସିଂହ ସିରସା ଏହି ଘଟଣାକୁ ନିନ୍ଦା କରି କହିଛନ୍ତି, ଅର୍ଶଦୀପ ସିଂହଙ୍କ ବିରୋଧରେ ପାକିସ୍ତାନ ଏବଂ ଆଇଏସଆଇ ଦ୍ଵାରା ଟୁଇଟରରେ ଖାଲିସ୍ତାନୀ ବୋଲି ଟ୍ରେଣ୍ଡ କରାଯାଉଛି। ପ୍ରତ୍ୟେକ ଭାରତୀୟ #arshdeepsinghଙ୍କ ସହିତ ଛିଡା ହୋଇଥିବା ମନଜିନ୍ଦର କହିଛନ୍ତି। ଭାରତରେ ଶିଖଙ୍କୁ ଭାଗ ଭାଗ କରିବା ପାଇଁ ପାକିସ୍ତାନର ହୀନ ପ୍ରୟାସ କେବେ ବି ସଫଳ ହେବ ନାହିଁ।

Get real time updates directly on you device, subscribe now.