fbpx

ଦେଶରେ ବଢ଼ିଚାଲିଛି ମହଙ୍ଗା ମାଡ଼: ଗହମ ରପ୍ତାନୀ ନେଇ କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ସମୟରେ ମହଙ୍ଗା ମାଡ଼ ବଢ଼ି ଚାଲିଛି । ତେଣୁ ଏହାକୁ ରୋକିବା ପାଇଁ କେନ୍ଦ୍ର ସରକାର ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି । ଅନ୍ତର୍ଜାତୀୟ ବଜାରରେ ଗହମର ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏହାର ରପ୍ତାନୀ ଉପରେ ରୋକ ଲାଗୁ କରିଛନ୍ତି । କେନ୍ଦ୍ର ସରକାର ଗହମକୁ ପ୍ରତିବନ୍ଧିତ କ୍ୟାଟୋଗୋରୀରେ ରଖିଛନ୍ତି । ବିଦେଶ ବ୍ୟାପାର ମହାନିର୍ଦ୍ଦେଶାଳୟ (ଡିଜିଏଫଟି) ପକ୍ଷରୁ ଏନେଇ ଅଫିସିଆଲ ନୋଟିଫିକେସନ ଜାରି କରାଯାଇଛି ।

ନୋଟିସରେ କୁହାଯାଇଛି ଯେ, ଗତ ୧୩ ତାରିଖ ପୂର୍ବରୁ ଗହମ ରପ୍ତାନୀ ପାଇଁ ଯେଉଁ ଲେଟର ଅଫ୍ କ୍ରେଡିଟ ଜାରି ହୋଇଥିବ, ତାହାକୁ ଏକ୍ସପୋର୍ଟ କରିବା ପାଇଁ ଅନୁମତି ମିଳିବ । ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ଓ ପଡ଼ୋଶୀ ଦେଶ ଶ୍ରୀଲଙ୍କାରେ ଉପୁଜିଥିବା ସଙ୍କଟକୁ ଦୃଷ୍ଟିରେ ରଖି ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଯେଉଁ ଦେଶଗୁଡ଼ିକୁ ଗହମ ରପ୍ତାନୀ କରିବା ପାଇଁ ଭାରତ ସରକାର ଅନୁମତି ପ୍ରଦାନ କରିବେ, ଉକ୍ତ ଦେଶକୁ ରପ୍ତାନୀ କରିବା ସମ୍ଭବ ହେବ ବୋଲି କୁହାଯାଇଛି ।

ନିକଟରେ ଗ୍ଲୋବାଲ ମାର୍କେଟରେ ଅଚାନକ ଗହମର ମୂଲ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ତେଣୁ ବିକାଶଶୀଳ ଦେଶମାନଙ୍କର ଆଗ୍ରହକୁ ଆଧାର କରି କେନ୍ଦ୍ର ସରକାର ଖାଦ୍ୟ ସୁରକ୍ଷା ନେଇ ନିଷ୍ପତ୍ତି ଗ୍ରହଣ କରିବେ । ସୂଚନାଯୋଗ୍ୟ ଯେ, ମାସ ମାସ ଧରି ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିବା ଫଳରେ ବିଶ୍ୱରେ ଗହମର ନିଅଣ୍ଟିଆ ପରିସ୍ଥିତି ଉପୁଜିଛି । ଗହମ ରପ୍ତାନୀ କ୍ଷେତ୍ରରେ ଏହି ଦୁଇ ରାଷ୍ଟ୍ରଙ୍କ ପ୍ରମୁଖ ଭୂମିକା ରହିଥିବା ବେଳେ ଯୁଦ୍ଧ କାରଣରୁ ରପ୍ତାନୀ ସମ୍ଭବ ହୋଇପାରି ନଥିଲା ।

Get real time updates directly on you device, subscribe now.