fbpx

ମୁଖ୍ୟ ନିର୍ବାଚନ କମିଶନର ସୂଚନା:୨୩ ରାଉଣ୍ଡରେ ହେବ ପଦ୍ମପୁର ଭୋଟ ଗଣତି

ଭୁବନେଶ୍ୱର:ଆସନ୍ତା କାଲି ପ୍ରକାଶ ପାଇବ ପଦ୍ମପୁର ଉପନିର୍ବାଚନ ଫଳ । ତେବେ ଏହି ନିର୍ବାଚନରେ କିଏ ବାଜି ମାରିବ ତାହା କାଲି ସ୍ଥିର ହେବ । ଚଳିତବର୍ଷ ୮୦.୮ପ୍ରତିଶତ ମତଦାନ ସାବ୍ୟସ୍ତ ହୋଇଛି । ଯାହାକି ବହୁତ ଅଧିକ ତେଣୁ ଗଣତି ପାଇଁ ସମୟ ଆବଶ୍ୟକ ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ତେବେ ଭୋଟ ଗଣତି କିପରି ହେବ, କେଉଁ ସମୟ ଠାରୁ ଗଣତି ଆରମ୍ଭ, କେତେ ରାଉଣ୍ଡ ରେ ଭୋଟିଙ୍ଗ ହେବ ତାହାକୁ ନେଇ ଆଜି ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ମୋହାନୀ ଏକ ପ୍ରେସମିଟ ଡାକିଥିଲେ । ଏଥିରେ ସେ ସୂଚନା ଦେଇଥିଲେ ଯେ ଆସନ୍ତା କାଲି ୨୩ ଟି ରାଉଣ୍ଡରେ ଗଣତି ହେବ ବୋଲି ପ୍ରକାଶ କରିଛନ୍ତି । ଏହା ସହିତ ପ୍ରଥମେ ପୋଷ୍ଟାଲ ବାଲଟ ଗଣତି ହେବ । ଏହାପରେ ଇଭିଏମ ରୁ ଗଣତି ଆରମ୍ଭ ହେବ ।

କଡା ସୁରକ୍ଷା ବଳୟ ଭିତରେ ଗଣତି ହେବ ବୋଲି କହିଛନ୍ତି ମୁଖ୍ୟ ନିର୍ବଚାନ କମିଶନର । ତେବେ ପଦ୍ମପୁର ହାତେଇବା ପାଇଁ ଏବେ ଦୁଇ ଦଳ ଆଶାୟୀ ଥିବା ବେଳେ କଂଗ୍ରେସ ହାତ ଟେକି ଦେଇଛି । ପିସିସି ସଭାପତି ସୂଚନା ଦେଇ କହିଛନ୍ତି ଯେ କଂଗ୍ରେସ ପଦ୍ମପୁରରେ ବିଜୟୀ ହୋଇ ପାରିବ ନାହିଁ । ବର୍ତ୍ତମାନ ସମସ୍ତଙ୍କ ନଜର ବିଜେପି ଆଉ ବିଜେଡି ଉପରେ ।

Get real time updates directly on you device, subscribe now.