ଶାରୀରିକ ସମ୍ପର୍କ ରଖିବା ବେଳେ ଧ୍ୟାନ ଦିଅନ୍ତୁ, ପୁରୁଷଙ୍କ ଶରୀରରୁ ଆସୁଥିବା ଏହି ଗୋଟେ ଜୀବାଣୁ ନେଇଯାଇପାରି ମହିଳାଙ୍କ ଜୀବନ…

ପୁରୁଷଙ୍କ ଶରୀରରୁ ଆସୁଥିବା ଏହି ଗୋତେ ଜୀବାଣୁ ନେଇଯାଇପାରି ମହିଳାଙ୍କ ଜୀବନ…

ଭୁବନେଶ୍ଵର: କର୍କଟ ରୋଗ ଏକ ମାରାତ୍ମକ ରୋଗ । ଯାହା ସାରା ନାମ ଶୁଣିବା ମାତ୍ର ମନରେ ଭୟ ଆସିଯାଏ । ଏହି ରୋଗରୁ ଚିକିତ୍ସା ଦ୍ବାରା ସୁସ୍ଥ ହେବାର ବହୁତ କମ୍‌ ସମ୍ଭାବନା ମଧ୍ୟ ରହିଛି । ଆଜିର ସମୟରେ ମହିଳା ହୁଅନ୍ତୁ କିମ୍ବା ପୁରୁଷ ବିଭିନ୍ନ ପ୍ରକାରର କର୍କଟ ରୋଗରେ ପୀଡିତ ହେଉଥିବା ଦେଖିବାକୁ ମିଳୁଛି ।

କିନ୍ତୁ ସ୍ବାମୀ-ସ୍ତ୍ରୀ ସହବାସ ବେଳେ ଶରୀରରୁ ବାହାରୁଥିବା ଗୋଟିଏ ମାତ୍ର ଜୀବାଣୁ ଆପଣଙ୍କୁ ମୃତ୍ୟୁ ମୁଖକୁ ଟାଣିନିଏ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, କିନ୍ତୁ ଏମିତି ଅନେକ ଭାଇରସ୍ ଅଛି ଯାହା ପୁରୁଷମାନଙ୍କ ସହିତ ଶାରୀରିକ ସମ୍ପର୍କରେ ଆସିବା ପରେ ମହିଳାମାନଙ୍କ ମଧ୍ୟରେ ବ୍ୟାପିଥାଏ।

HPV ଜୀବାଣୁ ପୁରୁଷଙ୍କ ଠାରୁ ମହିଳାଙ୍କ ପର୍ଯ୍ୟନ୍ତ ବ୍ୟାପିଥାଏ, ଯାହା ବେଳେବେଳେ ଗର୍ଭାଶୟ କର୍କଟର ରୂପ ନେଇଥାଏ। ଭାରତରେ ପ୍ରତିବର୍ଷ ଲକ୍ଷ ଲକ୍ଷ ମହିଳା ଗର୍ଭାଶୟ କର୍କଟରେ ମୃତ୍ୟୁ ବରଣ କରୁଛନ୍ତି। ଯଦିଓ ଏହା ଶତପ୍ରତିଶତ ପ୍ରତିରୋଧଯୋଗ୍ୟ।

ଏହି ଜୀବାଣୁ ମହିଳାଙ୍କ ଗର୍ଭାଶୟରେ ଧୀରେ ଧୀରେ ବଢ଼ିବାରେ ଲାଗେ ଏବଂ କିଛି ସମୟ ପରେ ଏହା ଜୀବନକୁ ନଷ୍ଟ କରିଦିଏ। ବହୁ ବର୍ଷ ଧରି ସଂକ୍ରମଣ ବିସ୍ତାର କରିବା ପରେ, ଏହି ଜୀବାଣୁ କର୍କଟ ରୋଗରେ ପରିଣତ ହୁଏ।

ଏହି କର୍କଟ କାରଣରୁ ଭାରତରେ ଲକ୍ଷ ଲକ୍ଷ ମହିଳା ପ୍ରତିବର୍ଷ ପ୍ରାଣ ହରାନ୍ତି। ମହିଳାମାନଙ୍କ ଗର୍ଭାଶୟ କର୍କଟ ପୁରୁଷଙ୍କ ସହିତ ଶାରୀରିକ ସମ୍ପର୍କରେ ଆସିବା ପରେ ବ୍ୟାପିଥାଏ। ମାନବ ପାପିଲୋମା ଜୀବାଣୁ ଏଥିପାଇଁ ଦାୟୀ।

ଏହି କାରଣରୁ ଭାରତ ସରକାର ୯ ରୁ ୧୪ ବର୍ଷ ବୟସର ବାଳିକାମାନଙ୍କୁ ଗର୍ଭାଶୟ କର୍କଟ ଟିକା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଯାହାଦ୍ୱାରା ଝିଅମାନଙ୍କୁ ଶାରୀରିକ ସମ୍ପର୍କ ବୟସ ପୂର୍ବରୁ ମଧ୍ୟ ସୁରକ୍ଷିତ କରାଯାଇପାରିବ। ଗର୍ଭାଶୟ କର୍କଟ ରୋଗର କାରଣ ଏବଂ ଲକ୍ଷଣ ବିଷୟରେ ଆସନ୍ତୁ ଜାଣିବା।

ଗର୍ଭାଶୟ କର୍କଟର କାରଣ: ବିଶେଷଜ୍ଞଙ୍କ କହିବା ଅନୁସାରେ, HPV (ମାନବ ପାପିଲୋମା ଭାଇରସ) ଦ୍ବାରା ଗର୍ଭାଶୟ କର୍କଟ ହୋଇଥାଏ । HPV ଶରୀରରେ ପ୍ରବେଶ କରେ ଏବଂ ଗର୍ଭାଶୟର ଭିତର ଅଂଶକୁ ସଂକ୍ରମିତ କରେ ଏବଂ କୌଣସି ଲକ୍ଷଣ ନ ଦେଖାଇ ଏହା ବଢ଼େ।

ଧିରେ ଧିରେ ଏହା କର୍କଟ ରୋଗର ରୂପ ନେଇଥାଏ। ତଥାପି, ୭୦ ପ୍ରତିଶତ ମହିଳାଙ୍କ ମଧ୍ୟରେ ଏହା ୩୦ ବର୍ଷ ବୟସରେ ନିର୍ଣ୍ଣୟ କରାଯାଏ। ସାଧାରଣତଃ ଯୌନ ସମ୍ପର୍କ ପରେ HPV ପୁରୁଷରୁ ମହିଳାଙ୍କ ନିକଟକୁ ସ୍ଥାନାନ୍ତରିତ ହୁଏ।

ପୁରୁଷମାନେ HPV ଜୀବାଣୁର ଭଣ୍ଡାର। ଏହି କାରଣରୁ, ଏହି ଜୀବାଣୁ ମହିଳାମାନଙ୍କ ମଧ୍ୟରେ ବ୍ୟାପିଥାଏ ଏବଂ କର୍କଟ ରୋଗ ସୃଷ୍ଟି କରିଥାଏ।

ଏହାର ଲକ୍ଷଣ: ଏହାର କୌଣସି ଲକ୍ଷଣ ଦୃଶ୍ୟମାନ ହୁଏନାହିଁ। କିନ୍ତୁ ଯେତେବେଳେ ଏହା ଜଣାପଡେ ସେତେବେଳକୁ ମହିଳାମାନେ ପ୍ରାୟତଃ ତୃତୀୟ କିମ୍ବା ଚତୁର୍ଥ ପର୍ଯ୍ୟାୟରେ ଥାଆନ୍ତି । ସେତେବେଳକୁ ବହୁତ ଡେରି ହୋଇଯାଏ ଏବଂ ଅଧିକାଂଶ ମହିଳା ପ୍ରାଣ ହରାନ୍ତି।