ଦେଶରେ ବଢ଼ୁଛି EV ଚାହିଦା; ତଥାପି ରହିଛି ଅନେକ ଚ୍ୟାଲେଞ୍ଜ, କଣ କହିଲେ ବିଶେଷଜ୍ଞ?

ଫେଡେରେସନ୍ ଅଫ ଅଟୋମୋବାଇଲ ଡିଲର୍ ଆସୋସିଏସନ୍‌ (FADA) ଅନୁସାରେ, EV ବିକ୍ରି ୨୫% ବଢ଼ିଛି

ଭାରତରେ ପେଟ୍ରୋଲ ଓ ଡିଜେଲର ମହଙ୍ଗା ମାଡ଼ ଭିତରେ ବଢ଼ୁଛି ଇଲେକ୍ଟ୍ରି ଯାନ(EV)। ଲୋକମାନଙ୍କ ବିଶ୍ୱାସ ଜିଣୁଛି। ଅଧିକ ଦାମ ହେଲେ ମଧ୍ୟ ଲୋକମାନେ କିଣୁଛନ୍ତି। ୨୦୨୫-୨୦୨୬ ଆର୍ଥିକ ବର୍ଷର ଏକ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଚଳିତବର୍ଷ ଦେଶରେ ମୋଟ ୨୪.୫ ଲକ୍ଷ ଇଲେକ୍ଟ୍ରିକ୍ ଯାନ ବିକ୍ରି ହୋଇଥିବା ଜଣାପଡ଼ିଛି। ସେପଟେ ଫେଡେରେସନ୍ ଅଫ ଅଟୋମୋବାଇଲ ଡିଲର୍ ଆସୋସିଏସନ୍‌ (FADA) ଅନୁସାରେ, EV ବିକ୍ରି ୨୫% ବଢ଼ିଛି। ନୂତନ ମଡେଲ୍‌ର ପ୍ରବେଶ, ସପ୍ଲାଇ ଚେନ୍‌ର ସୁଧାର ଓ ଗ୍ରାହକଙ୍କ ବୃଦ୍ଧିଶୀଳ ବିଶ୍ୱାସ ଏହି ବୃଦ୍ଧିର ପ୍ରମୁଖ କାରଣ।

ଗତ ଆର୍ଥିକ ବର୍ଷ EV ବିକ୍ରି ପାଇଁ ଭଲ ସୁଯୋଗ ଥିଲା। ତଥାପି ସନ୍ତୋଷଜନକ ହୋଇପାରି ନାହିଁ। ଏହାର କାରଣ ହେଉଛି, ଦେଶରେ ବିକ୍ରି ହୋଇଥିବା ଗାଡ଼ି ଭିତରୁ EVର ଅଂଶୀଦାର ବହୁ୍‌ତ କମ। ୨୦୨୬ ଆର୍ଥିକ ବର୍ଷରେ EVର ଅଂଶ ୮.୨୭% ଥିଲା। ଯାହା ସରକାରଙ୍କ ୨୦୩୦ ସୁଦ୍ଧା ୩୦% ଲକ୍ଷ୍ୟରୁ ବହୁତ କମ୍। ଏବେ ଆଗାମୀ ୫ ବର୍ଷରେ ୨୦ ପ୍ରତିଶତରୁ ଅଧିକ ବୃଦ୍ଧି ଦରକାର। ଅଟୋମୋବାଇଲ ବିଶେଷଜ୍ଞମାନେ କହୁଛନ୍ତି. ବର୍ତ୍ତମାନ ସ୍ଥିତିରେ ଏହା ପାଇଁ କିଛି କଠିନ ଚ୍ୟାଲେଞ୍ଜ ରହିଛି।

ଚୀନକୁ କେମିତି ଟକ୍କର ଦେବ ଭାରତ?

ଚୀନ୍ ସହିତ ତୁଳନା କଲେ, ଭାରତର ଅଟୋ ଇଣ୍ଡଷ୍ଟ୍ରିରେ EVର ଅଂଶ ବହୁତ କମ। ଯେଉଁଠି ଚୀନ୍‌ରେ ଏହା ପ୍ରାୟ ୪୦ ପ୍ରତିଶତ ରହିଛି। ସେଠାରେ EVର ସଫଳତା ପଛରେ ଶକ୍ତିଶାଳୀ ସରକାରୀ ନୀତି, ଭଲ ଚାର୍ଜିଂ ନେଟୱର୍କ, ଅଧିକ ସଚେତନତା ଓ ସହଜ ଫାଇନାନ୍ସିଂ ଭଳି କାରଣ ରହିଛି। ଭାରତରେ ଏହି ସବୁ ଧୀରେ ଧୀରେ ବିକଶିତ ହେଉଛି। କିନ୍ତୁ ଏ ପର୍ଯ୍ୟନ୍ତ ପୂରାପୂରି ଶକ୍ତିଶାଳୀ ହୋଇନାହିଁ। ଯଦି ଭାରତ ଏହି ସମସ୍ୟା ଗୁଡ଼ିକୁ ଦୂର କରିପାରିବ, ତାହାହେଲେ ଋଠ ସେକ୍ଟରରେ ବଡ଼ ସଫଳତା ମିଳିପାପାରିବ।

କେଉଁସବୁ ଚ୍ୟାଲେଞ୍ଜ ରହିଛି?

ଅଟୋ ଇିଶେଷଜ୍ଞଙ୍କ ମତରେ ଋଠର ସବୁଠାରୁ ବଡ଼ ସମସ୍ୟା ହେଉଛି ତାହାର ଦାମ। ଭାରତରେ ଇଲେକ୍ଟ୍ରିକ କାର କିଣିବା ଏବେବି ମହଙ୍ଗା। ଉଦାହରଣ ସ୍ୱରୂପ, ଯେଉଁଠାରେ ଏକ ପେଟ୍ରୋଲ୍ SUV ପ୍ରାୟ ₹୧୨.୮ ଲକ୍ଷରେ ମିଳୁଛି। ସେଠାରେ ତାହାର ଇଲେକ୍ଟ୍ରିକ ଭାର୍ସନ୍ ପ୍ରାୟ ₹୧୯.୫ ଲକ୍ଷ ହେଉଛି। ଅର୍ଥାତ୍ ଗ୍ରାହକଙ୍କୁ ପ୍ରାୟ ₹୭ ଲକ୍ଷ ଅଧିକ ଖର୍ଚ୍ଚ କରିବାକୁ ପଡ଼ୁଛି। ଏହି ଅନ୍ତର କମ୍ ହେବା ଦରକାର। ତଥାପି ଭାରତର ଅଧିକାଂଶ ଲୋକ ଋଠକୁ ଗୁରୁତ୍ୱ ଦେଉଛନ୍ତି।

ଚାର୍ଜିଂର ଚିନ୍ତା

ଚାର୍ଜିଂ ଇନ୍‌ଫ୍ରାସ୍ଟ୍ରକ୍ଚର୍ ମଧ୍ୟ ଏକ ବଡ଼ ଚ୍ୟାଲେଞ୍ଜ। ଗତ କିଛି ବର୍ଷରେ ଦେଶରେ ୨୯,୦୦୦ ରୁ ଅଧିକ ପବ୍ଲିକ୍ ଚାର୍ଜିଂ ଷ୍ଟେସନ୍ ଲଗାଯାଇଛି। କିନ୍ତୁ ସବୁଠାରେ ସମାନ ଭାବେ ଉପଲବ୍ଧ ନୁହେଁ। ବଡ଼ ସହରରେ ସୁବିଧା ଭଲ। କିନ୍ତୁ ଛୋଟ ସହର ଓ ଗ୍ରାମାଞ୍ଚଳରେ ଏହାର ଅଭାବ ରହିଛି। ଏହି କାରଣରୁ ଲୋକମାନଙ୍କ ମନରେ EV କିଣିବା ପ୍ରତି ଆଗ୍ରହ ହେଉନି।

ଗ୍ରାମାଞ୍ଚଳରେ କମ୍ ଗତି

ଗ୍ରାମୀଣ ଭାରତରେ ଋଠ ଗ୍ରହଣର ଗତି ଆଉ ଧୀର। କିଛି ରାଜ୍ୟରେ ଯୋଜନା ଥିଲେ ମଧ୍ୟ, ବେସରକାରୀ କମ୍ପାନୀମାନେ କେବଳ କିଛି ଜିଲ୍ଲାରେ ନିବେଶ କରୁଛନ୍ତି। କାରଣ EV ସଂଖ୍ୟା କମ୍ ଓ ଲାଭ ନିଶ୍ଚିତ ନୁହେଁ।

ବ୍ୟାଟେରି ଉପରେ ନିର୍ଭରତା

EV ଇଣ୍ଡଷ୍ଟ୍ରିର ଆଉ ଏକ ବଡ଼ ଦୁର୍ବଳତା ହେଉଛି ବ୍ୟାଟେରି ସପ୍ଲାଇ ଚେନ୍। ଭାରତ ଏପର‌୍ୟ୍ୟନ୍ତ ଲିଥିଅମ୍ ଭଳି ଆବଶ୍ୟକ ଖଣିଜ ପାଇଁ ବିଦେଶ ଉପରେ ନିର୍ଭରଶୀଳ। ସମ୍ପ୍ରତି ଚୀନ୍ ଦ୍ୱାରା ବ୍ୟାଟେରି ସମ୍ବନ୍ଧୀୟ ମାଟେରିଆଲ୍‌ରେ କଠୋର ନିୟନ୍ତ୍ରଣ ଏହି ସମସ୍ୟାକୁ ବଢ଼ାଇଛି।

ଇ-କାରର ଚାହିଦା ଧୀର

EV ଗ୍ରହଣ ପ୍ରତ୍ୟେକ ସେଗମେଣ୍ଟରେ ଭିନ୍ନ। ଦୁଇଚକିଆ ଓ ତିନିଚକିଆ ଯାନ ଦ୍ରୁତ ବଢ଼ୁଛି। କିନ୍ତୁ କାରର ବୃଦ୍ଧି ଧୀର ଓ ଟ୍ରକ୍‌ରେ ବ୍ୟବହାର ଖୁବ କମ୍। ଗ୍ରାହକଙ୍କ ମନରେ ବ୍ୟାଟେରି ଲାଇଫ୍, ପରିବର୍ତ୍ତନ ଖର୍ଚ୍ଚ ଓ ରିସେଲ୍ ଭାଲ୍ୟୁ ନେଇ ସନ୍ଦେହ ଅଛି।

ଭାରତରେ EVର ଭବିଷ୍ୟତ

ଗ୍ରାହକଙ୍କ ସମ୍ମୁଖରେ ଏକ ପ୍ରଶ୍ନ, ପେଟ୍ରୋଲ୍, ଡିଜେଲ୍ କିମ୍ବା ଋଠ? ଯଦି ତୁରନ୍ତ ଶସ୍ତା ଗାଡ଼ି ଦରକାର, ତାହାହେଲେ ପେଟ୍ରୋଲ୍ ଭଲ ବିକଳ୍ପ। ଯଦି ମାଇଲେଜ ଚାହିଁଛନ୍ତି, ଡିଜେଲ୍ ଭଲ। ଯଦି ଦୀର୍ଘମିଆଦିକ ଲାଭ ଦୃଷ୍ଟିରେ EV ଭଲ। ସମୁଦାୟ ଭାବେ ଭାରତରେ EVର ଭବିଷ୍ୟତ ଶକ୍ତିଶାଳୀ। କିନ୍ତୁ ଏହା ପାଇଁ ଦାମ କମିବା, ଚାର୍ଜିଂ ନେଟୱର୍କ ବିସ୍ତାର ଓ ସଚେତନତା ବଢ଼ିବା ଆବଶ୍ୟକ।