fbpx

ଚାଣକ୍ୟ ନିତି: ଏହି ମହିଳାଙ୍କୁ ବିବାହ ପରେ ବଦଳିଯାଏ ପୁରୁଷଙ୍କ ଭାଗ୍ୟ,ହୋଇଥାନ୍ତି ଧନବାନ

ଆଚାର୍ଯ୍ୟ ଚାଣକ୍ୟ ଦୁନିଆର ମହାନତମ ବିଦ୍ୱାନଙ୍କ ମଧ୍ୟରେ ଜଣେ । ତାଙ୍କର ନୀତି ଆଜିର ସମୟରେ ମଧ୍ୟ ଉପାଦେୟ ହୋଇଥାଏ । ଚାଣକ୍ୟ ନୀତିରେ ସ୍ତ୍ରୀ-ପୁରୁଷଙ୍କ ବିଷୟରେ ବିସ୍ତାରରେ କୁହାଯାଇଛି । ବୈବାହିକ ଜୀବନ ହେଉ କିମ୍ବା ସ୍ତ୍ରୀ-ପୁରୁଷ ସମ୍ବନ୍ଧକୁ ନେଇ ଅନେକ ଏଭଳି କଥା କହିଛନ୍ତି, ଯାହାକୁ ଆପଣାଇ ମନୁଷ୍ୟ ସୁଖମୟ ଜୀବନ ବିତାଇପାରିବ । ତେବେ ଏହି ଚାଣକ୍ୟ ନୀତିରେ ମହିଳାମାନଙ୍କ ସ୍ୱଭାବ ଏବଂ ପ୍ରକୃତି ବିଷୟରେ ଅନେକ କଥା କୁହାଯାଇଛି । ଯେଉଁଥିରେ କୁହାଯାଇଛି ଯେ ମହିଳାମାନଙ୍କ ଏପରି କିଛି ସ୍ୱଭାବ ଅଛି ଯାହା ମହିଳାମାନଙ୍କୁ ଭାଗ୍ୟଶାଳୀ କରାଇବା ସହ ତାଙ୍କୁ ବିବାହ କରିଥିବା ପୁରୁଷମାନଙ୍କ ଭାଗ୍ୟ ମଧ୍ୟ ଚମକି ଉଠିଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ମହିଳାମାନଙ୍କ ବିଷୟରେ…

ତେବେ ଚାଣକ୍ୟ ନିତୀ ଅନୁଯାୟୀ ପ୍ରତ୍ୟେକ ବ୍ୟକ୍ତିଙ୍କ ସ୍ୱଭାବ ପସନ୍ଦ ନା ପସନ୍ଦ ଆଦି ଭିନ୍ନ ଭିନ୍ନ ହୋଇଥାଏ । କିଏ ଶାନ୍ତ ସ୍ୱଭାବର ହୋଇଥାନ୍ତି ତ ଆଉ କିଏ ବଡ ପାଟି କରିଥାନ୍ତି କିମ୍ବା ଚିଲାଇଥାନ୍ତି । କିନ୍ତୁ ଆମେ ଯଦି ପୁରୁଷ ଏବଂ ମହିଳାଙ୍କ କଥା ଦେଖିବା ତେବେ କିଛି ପୁଅଙ୍କୁ ଶାନ୍ତ ସ୍ୱଭାବର ଝିଅ ପସନ୍ଦ ଆସିଥାନ୍ତି । ତ ଆଉ କିଛି ପୁଅଙ୍କୁ ପାଟି କରୁଥିବା କିମ୍ବା ଚିଲାଉଥିବା ଝିଅ ପସନ୍ଦ ଆସିଥାନ୍ତି । ତେବେ ଅନେକ କ୍ଷେତ୍ରରେ କୁହାଯାଏ ଯେ ରାଗି ପିଲା କିମ୍ବା ବଡ ପାଟି କରୁଥିବା ମହିଳାଙ୍କ ପାଖରୁ ଦୁରେଇ ରହିବା ଆବଶ୍ୟକ । କିନ୍ତୁ ଆଚାର୍ଯ୍ୟ ଚାଣକ୍ୟଙ୍କ ନିତିରେ ଏହାର ବିପରିତ ହିଁ କୁହାଯାଇଛି । ତାଙ୍କ ନିତିରେ କୁହାଯାଇଛି ଯେ ଯେଉଁ ମହିଳାମାଳେ ଚିଲାଇଥାନ୍ତି କିମ୍ବା ବଡ ପାଟି କରିଥାନ୍ତି ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏଥିସହିତ ସେମାନେ ଯେଉଁ ପୁରୁଷଙ୍କୁ ବିବାହ କରିଥାନ୍ତି ସେମାନଙ୍କ ଭାଗ୍ୟ ବଧ୍ୟ ଚମକି ଉଠିଥାଏ ।

କଥା କଥାରେ କାନ୍ଦିଥାନ୍ତି ଏହି ମହିଳା: ଆଚାର୍ଯ୍ୟ ଚାଣକ୍ୟଙ୍କ ନିତି ଆନୁଯାୟୀ କଥା କଥା ରେ କାନ୍ଦୁଥିବା ଏବଂ ଚିଲାଉଥିବା ମହିଳାମାନେ କେଉଁ ଗୁଣରେ କମ୍ ହୋଇ ନଥାନ୍ତି । ଏହି ମହିଳାଙ୍କ ସ୍ୱଭାବ ବହୁତ ଅଜବ ହୋଇଥାଏ । କିନ୍ତୁ ଯେଉଁ ପୁରୁଷମାନେ ଏହି ସ୍ୱଭାବର ମହିଳାଙ୍କୁ ବିବାହ କରିଥାନ୍ତି ସେମାନଙ୍କ ଭାଗ୍ୟ ବଦଳି ଯାଇଥାଏ । ସେମାନେ ଜୀବନରେ ସୁଖ ସମୃଦ୍ଧି ଭରିଯିବା ସହ ଧନବାନ ମଧ୍ୟ ହୋଇଥାନ୍ତି ।

ସ୍ୱଚ୍ଛ ହୃଦୟର ହୋଇଥାନ୍ତି ଏହି ମହିଳା: ଚାଣକ୍ୟ ନିତିଶାସ୍ତ୍ର ଅନୁଯାୟୀ ଯେଉଁ ମହିଳାମାନେ କାନ୍ଦନ୍ତି କିମ୍ବା ଚିଲାଇଥାନ୍ତି ସେହି ମହିଳାଙ୍କ ଆଦର କରିବା ଉଚିତ୍ । କାଣର ଏହି ପରି ମହିଳାମାନେ ଆପଣଙଅକୁ ଦ୍ୱିତୀୟ ଥର ମିଳନ୍ତି ନାହିଁ । ଏହି ମହିଳାମାନେ ପରିବାର ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଏଥିସହିତ ଏମାନେ ସ୍ୱଚ୍ଛ ହୃଦୟ ଏବଂ ନିରପେକ୍ଷ ବିଚାର ସ୍ୱଭାବର ହୋଇଥାନ୍ତି । ଏତତ୍ ବ୍ୟତୀତ ଏହି ମହିଳାମାନେ ମନଭିତରେ କିଛି ରଖନ୍ତି ନାହିଁ କିମ୍ବା କାହାର ଖରାପ ଚିନ୍ତା କରନ୍ତି ନାହିଁ । ତାଙ୍କ ମନରେ ଯାହା ଥାଏ ସେମାନେ ପ୍ରକାଶ କରିଦିଅନ୍ତି ।

ଧୋକା ଦିଅନ୍ତି ନାହିଁ: ଚାଣକ୍ୟ ନିତି ।ନିସାରେ ଚିଲାଉଥିବା କିମ୍ବା ରାଗୁଥିବା ମହିଳାମାନେ କେବେ ବି ନିଜ ସାଥୀଙ୍କୁ ଧୋକା ଦେଇ ନଥାନ୍ତି । ଏତିସହିତ ଏହି ମହିଳାମାନେ ପରିବାରର ବହୁତ ଧ୍ୟାନ ରଖିଥାନ୍ତି । ଏଥିସହିତ ଏହି ମହିଳାମାନେ ସମସ୍ତଙ୍କ ଭାବନାକୁ ଅତି ସହଜରେ ବୁଝି ପାରନ୍ତି । ତେଣୁ ଏହି ସ୍ୱଭାବର ମହିଳା କାହାକୁ ଅତି ସହଜରେ ମିଳନ୍ତି ନାହିଁ । ତେବେ କୌଣସି ପୁରୁଷଙ୍କ ଜୀବନରେ ଯଦି ଏହି ସ୍ୱଭାବର ମହିଳା ଅଛନ୍ତି ତେବେ ତାଙଅକୁ ନିଜ ଜୀବନରୁ କେବେ ଜିବାକୁ ଦେବା ଉଚିତ୍ ନୁହେଁ । ତେବେ ଚାଣକ୍ୟ ନିତିରେ ଏହା ମଧ୍ୟକୁହାଯାଇଛି ଯେ ଏହି ମହିଳାମାନେ ନିଜର ଭୁଲ ନଥିଲେ ମଧ୍ୟ ଏମାନେ କାନ୍ଦି ଥାଆନ୍ତି । ତେଣୁ ଏହି ସ୍ୱଭାବର ମହିଳାମାନଙ୍କ ପାଖରେ ସ୍ନେହ ମମତା ଭରି ରହିଥାଏ ।

Get real time updates directly on you device, subscribe now.