fbpx

ଏଜବାଷ୍ଟନ ଟେଷ୍ଟରେ ପ୍ରଥମ ଦିନ ବର୍ଷା ଆଶଙ୍କା, କେମିତି ରହିଛି ବାକି ଚାରି ଦିନର ପାଣିପାଗ ଜାଣନ୍ତୁ

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଆଜିଠୁ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ମୁକାବିଲା ବର୍ମିଂଘମର ଏଜବାଷ୍ଟନରେ ଖେଳାଯିବ। ଭାରତୀୟ ଦଳ ବର୍ତ୍ତମାନ ସିରିଜରେ ୨-୧ରେ ଅଗ୍ରଣୀ ରହିଛି। ଭାରତୀୟ ଦଳ ପାଖରେ ଏଜବାଷ୍ଟନ ଟେଷ୍ଟ ଜିତି ଇତିହାସ ରଚିବାର ସୁଯୋଗ ରହିଛି। ହେଲେ ମ୍ୟାଚରେ ବର୍ଷା ବାଧକ ସାଜିପାରେ। ବର୍ମିଂଘମରେ ପ୍ରଥମ ତିନି ଦିନ ପର‌୍ୟ୍ୟନ୍ତ ବାଦଲ ଛାଇ ରହିବାର ସମ୍ଭାବନା ରହିଛି। ଚତୁର୍ଥ ଦିନ ପାଣିପାଗରେ ସୁଧାର ଆସିବାର ଆଶା କରାଯାଉଛି।

ଏଜବାଷ୍ଟନ ଟେଷ୍ଟର ପ୍ରଥମ ଦିନ ଅର୍ଥାତ ଶୁକ୍ରବାର ବର୍ଷା ମ୍ୟାଚକୁ ବିଗାଡିପାରେ। ଆକ୍ୟୁଓ୍ଵେଦର ଡଟ୍ କମର ରିପୋର୍ଟ ଅନୁଯାୟୀ ପ୍ରଥମ ଦିନ ୫୫ ପ୍ରତିଶତ ବର୍ଷା ହେବାର ଆଶଙ୍କା ରହିଛି। ଦିନର ତାପାମାତ୍ରା ୧୦ରୁ ୧୯ ଡିଗ୍ରୀ ମଧ୍ୟରେ ରହିବ।

ପଞ୍ଚମ ଟେଷ୍ଟ ପାଇଁ ସମୟ ପରିବର୍ତ୍ତନ କରାଯାଇଛି। ନିର୍ଦ୍ଧାରିତ ସମୟର ଅଧା ଘଣ୍ଟା ପୂର୍ବରୁ ମ୍ୟାଚ୍ ଆରମ୍ଭ ହେବ। ଏହି ନିଷ୍ପତ୍ତି ସେହି ଦଳ ଉପରେ ଭାରି ପଡିବ ଯିଏ ପ୍ରଥମେ ବ୍ୟାଟିଂ କରିବ। ସକାଳେ କାକର ଯୋଗୁଁ କୌଣସି ଦଳ ପାଇଁ ବ୍ୟାଟିଂ ସେତେଟା ସହଜ ହେବ ନାହିଁ।

ଭାରତ ଏଜବାଷ୍ଟନ କ୍ରିକେଟ୍ ଗ୍ରାଉଣ୍ଡରେ ୫୫ ବର୍ଷ ହେବ ବିଜୟକୁ ଅପେକ୍ଷା କରିଛି। ଦଳ ବିରାଟ କୋହଲିଙ୍କ ନେତୃତ୍ଵରେ ଏଠାରେ ଚାରି ବର୍ଷ ପୂର୍ବେ ମ୍ୟାଚ୍ ଖେଳିଥିଲା। ଭାରତ ଏହି ମଇଦାନରେ ୧୯୬୭ ରୁ ୨୦୧୮ ମଧ୍ୟରେ ସାତୋଟି ଟେଷ୍ଟ ଖେଳିଛି। ହେଲେ ଭାରତୀୟ ଦଳ ଗୋଟିଏ ହେଲେ ଟେଷ୍ଟ ଜିତି ନାହିଁ। ଭାରତକୁ ଏହି ମଇଦାନରେ ଛଅ ଥର ପରାଜୟର ମୁହଁ ଦେଖିବାକୁ ପଡିଛି। ଇଂଲଣ୍ଡ ୨୦୦୮ରୁ ଏହି ମଇଦାନରେ ଗୋଟିଏ ହେଲେ ଟେଷ୍ଟ ମ୍ୟାଚ୍ ହାରି ନାହିଁ। ଶେଷ ଥର ଦକ୍ଷିଣ ଆଫ୍ରିକା ପାଞ୍ଚ ଓ୍ଵିକେଟରେ ହରାଇଥିଲା।

Get real time updates directly on you device, subscribe now.