fbpx

ସ୍ଥଗିତ ହେଲା ଚାରିଧାମ ଯାତ୍ରା

ନୂଆ ଦିଲ୍ଲୀ, ୨୯/୦୪: କରୋନାର ଦ୍ୱିତୀୟ ଳହରୀରେ ଭାରତରେ ଦ୍ରୁତ ବେଗରେ ବୃଦ୍ଧି ପାଇବାରେ ଲାଗିଛି । ଏହା ସହ ପ୍ରତ୍ୟେକ ଦିନ କୋଭିଡ-୧୯ର ସଂକ୍ରମଣ ବଢିବାରେ ଲାଗିଛି । ଲଗାତାର ୮ମ ଦିନରେ ଦେଶରେ କରୋନା ପଜିଟିଭ ସଂଖ୍ୟା ୩ ଲକ୍ଷ ଉପରେ ରହିଛି । ଗୁରୁବାର ଦେଶରେ ୩,୭୯,୨୫୭ କରୋନା ପଜିଟିଭ କେସ ସାମ୍ନାକୁ ଆସିଛି ଯାହା ଗୋଟିଏ ଦିନରେ ସର୍ବାଧିକ ।  ୩,୬୪୫ ଜଣକ ମୃତ୍ୟୁ ହୋଇଛି ଏହା ସହ ମୃତ୍ୟୁ ସଂଖ୍ୟା ୨,୦୪,୮୩୨କୁ ବୃଦ୍ଧି ପାଇଛି ।

ତେବେ ବଢୁଥିବା କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡ ସରକାର ଗୁରୁବାର ଆସନ୍ତା ମେ ୪ରୁ ଆରମ୍ଭ ହେବାକୁ ଥିବା ଚାରିଧାମ ଯାତ୍ରାକୁ ସ୍ଥଗିତ କରିଛନ୍ତି । କେଦାରନାଥ, ବଦ୍ରିନାଥ, ଯମୁନେତ୍ରୀ ଏବଂ ଗଙ୍ଗୋତ୍ରୀକୁ ହେବାକୁ ଥିବା ଯାତ୍ରାକୁ ସ୍ଥଗିତ ରଖାଯିବା ସହ କେବଳ ପୂଜାରୀଙ୍କୁ ପୂଜା କରିବା ପାଇଁ ଯିବାକୁ ଅନୁମତି ଦିଆଯିବ, ଏଥିପାଇଁ ନିର୍ଦ୍ଧାରିତ ସମୟ ଦିଆଯିବ ।

ଏ ସଂପର୍କରେ ଘୋଷଣା କରି ମୁଖ୍ୟମନ୍ତ୍ରୀ ତିରଥ ସିଂହ ରାୱତ କହିଛନ୍ତି, “ କେବଳ ଚାରିଧାମ ମନ୍ଦିରର ପୂଜକ ପୂଜା କରିପାରିବେ । କୋଭିଡ-୧୯ର ବଢୁଥିବା ସଂକ୍ରମଣ ଯୋଗୁଁ ଲୋକଙ୍କୁ ମନ୍ଦିର ତଥା ଯାତ୍ରା ପାଇଁ ଅନୁମତି ଦିଆଯିବ ନାହିଁ । ଏମିତକି ସ୍ଥାନୀୟ ଲୋକଙ୍କୁ ମଧ୍ୟ ମନ୍ଦିରକୁ ଛଡା ଯିବ ନାହିଁ ।”

ପୂର୍ବରୁ ଏବର୍ଷ, ଯମୁନେତ୍ରୀକୁ ଯାତ୍ରା ପାଇଁ ମେ’ ୧୪ ୧୨:୧୫, ଗଙ୍ଗୋତ୍ରୀକୁ ମେ’ ୧୫ ଅକ୍ଷୟ ତୃତୀୟା ଦିନ ୭:୩୦, କେଦାରନାଥ ପାଇଁ ମେ’ ୧୭ ଏବଂ ମେ’ ୧୮ରେ ବଦ୍ରିନାଥକୁ ଯାତ୍ରା ପାଇଁ ପଞ୍ଜିକରଣ ପୋର୍ଟାଲ ଖୋଲିବାକୁ ଥିଲା ।

କୁମ୍ଭମେଳାରେ ଚାରି ଜଣକର କୋଭିଡରେ ମୃତ୍ୟୁ ହେବାପରେ ଚାରିଧାମ ଯାତ୍ରା କୋଭିଡର ସୁପର ସ୍ପ୍ରେଡର ହେବା ନେଇ ନେଇ ଆଶଙ୍କା ସୃଷ୍ଟି ହୋଇଥିଲା ।

ଏପ୍ରିଲ୍ ୧ ରୁ ଯେତେବେଳେ ମହାକୁମ୍ଭ ଆରମ୍ଭ ହୋଇଥିଲା, ସେତେବେଳେ ରାଜ୍ୟରେ ସକ୍ରିୟ ମାମଲା ବୁଧବାର ଦିନ ୨,୨୩୬ ରୁ ୪୫,୩୮୩ କୁ ବୃଦ୍ଧି ପାଇଥିଲା । ଗତ ସପ୍ତାହରେ ଉତ୍ତରପ୍ରଦେଶ ଏହାର ସର୍ବାଧିକ ଦୈନିକ ମାମଲା ଏବଂ କୋଭିଡ ମୃତ୍ୟୁ ବିଷୟରେ ରିପୋର୍ଟ ଦାଖଲ କରିଥିଲା। ବୁଧବାର ଦିନ ରାଜ୍ୟରେ ୬,୦୫୪ ଟି ନୂଆ ମାମଲା ଏବଂ ୧୦୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଗତ ବର୍ଷ ଚାରିଧାମ ଯାତ୍ରା ପାଇଁ ଏପ୍ରିଲ ୨୬ ରେ ଯମୁନୋତ୍ରୀ ଏବଂ ଗାଙ୍ଗୋତ୍ରୀର ପୋର୍ଟାଲ ଖୋଲିନଥିଲା କାରଣ ମହାମାରୀ ହେତୁ ମାର୍ଚ୍ଚ ୨୨ ରୁ ଳକ ଡାଉନ କରାଯାଇଥିଲା । ଗତ ବର୍ଷ ଜୁଲାଇ ୧ ରେ ସ୍ଥାନୀୟ ତୀର୍ଥଯାତ୍ରୀଙ୍କ ପାଇଁ ଏବଂ ଜୁଲାଇର ଶେଷ ସପ୍ତାହରେ ଅନ୍ୟ ରାଜ୍ୟରୁ ଆସିଥିବା ତୀର୍ଥଯାତ୍ରୀଙ୍କ ପାଇଁ ଏହି ମନ୍ଦିର ଖୋଲାଯାଇଥିଲା । ସେପ୍ଟେମ୍ବରରେ, ଉତ୍ତରାଖଣ୍ଡ ସରକାର ସମସ୍ତ ତୀର୍ଥଯାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ କୋଭିଡ ନେଗେଟିଭ ରିପୋର୍ଟ ଛାଡ କରିଥିଲେ।

କେଦାରନାଥ, ବଦ୍ରିନାଥ, ଯମୁନେତ୍ରୀ ଏବଂ ଗାଙ୍ଗୋତ୍ରୀ ସହିତ ମିଳିତ ଭାବରେ ଚାରି ଧାମ କୁହାଯାଏ, ପ୍ରତିବର୍ଷ ଲକ୍ଷ ଲକ୍ଷ ତୀର୍ଥଯାତ୍ରୀ ଏଠାକୁ ତୀର୍ଥ କରିବା ପାଇଁ ଆସିଥାନ୍ତି  । ପାରମ୍ପାରିକ ଭାବରେ, ଚାରିଧାମ ଯାତ୍ରା ପଶ୍ଚିମରୁ ଯମୁନେତ୍ରୀରୁ ଆରମ୍ଭ ହୁଏ, ତା’ପରେ ଗାଙ୍ଗୋତ୍ରୀ ଏବଂ ଶେଷରେ କେଦାରନାଥ ଏବଂ ଏହାପରେ ପୂର୍ବରେ ବଦ୍ରିନାଥ ଅଭିମୁଖେ ଯାତ୍ରା କରେ ।

Get real time updates directly on you device, subscribe now.