fbpx

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୩ ଅସୁସ୍ଥ, ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଚାଲିଛି ଚିକିତ୍ସା

ବାଲିମେଳା, (ଭାସ୍କର ନ୍ୟୁଜ୍‌): ମାଲକାନଗିରି ଜିଲ୍ଲା ପାଣ୍ଡରିପାଣି ଗ୍ରାମରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୩ ଅସୁସ୍ଥ ହୋଇଛନ୍ତି । ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପାଣ୍ଡରିାଣି ଗ୍ରାମରେ  ଏକ ପରିବାର ନିଜ ଘର ନିକଟରେ ହୋଇଥିବା କିଛି ଛତୁ ସଂଗ୍ରହ କରି ତାହାକୁ ଖାଇଥିଲେ । ଏହି ଛତୁ ଖାଇବାର କିଛି ସମୟ ପରେ ସେମାନେ ଅସୁସ୍ଥ ଅନୁଭବ କରିଥିଲେ । ଶରୀର ଅଧିକ ଖରାପ ହେବାରୁ ସମସ୍ତେ ପାଣ୍ଡରିାଣି ଚିକିତ୍ସାଳୟକୁ ଯାଇ ସେଠାରେ ଚିକିତ୍ସା କରାଇଥିବା ବେଳେ ସେଠାରୁ ଅଧିକ ଚିକିତ୍ସା ପାଇଁ ଡାକ୍ତର ସେମାନଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ । ତେବେ ବିଷାକ୍ତ ଖାଦ୍ୟ ଖାଇ ସେମାନଙ୍କ ଏଭଳି ଅବସ୍ଥା ହୋଇଥିବା ଡାକ୍ତର ପ୍ରକାଶ କରିଥିବା ବେଳେ ବର୍ତ୍ତମାନ ସମସ୍ତେ ସୁସ୍ଥ ଥିବା ଜଣା ପଡିଛି ।

Get real time updates directly on you device, subscribe now.