fbpx

୫୦୦ ଟଙ୍କାର ମଧ୍ୟରେ Airtel ର ଜବରଦସ୍ତ ପ୍ଲାନ୍, ୨ ଜିବି ଡାଟା ସହ ମିଳିବ ୧୦୦ ଟଙ୍କା କ୍ୟାସବ୍ୟାକ୍ !

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୂର୍ବ ଅପେକ୍ଷା ବର୍ତ୍ତମାନ ରିଚାର୍ଜ ପ୍ଲାନ ବଢ଼ିଥିଲେ ବି ଏଭଳି କିଛି ପ୍ୟାକ୍ ଅଛି ଯାହା ଗୋଟିଏ ରିଚାର୍ଜରେ ଅନେକ ଭଲ ବେନିଫିଟ୍ ଦେଉଛନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏୟାରଟେଲର ଏଭଳି କିଛି ପ୍ଲାନ୍ ବିଷୟରେ କହିବାକୁ ଯାଉଛୁ, ଯାହା ୫୦୦ ଟଙ୍କା ମଧ୍ୟ ବଢ଼ିଆ ବେନିଫିଟ୍ ଦେଉଛି । ଯେଉଁଥିରେ ଆପଣଙ୍କୁ କେବଳ ପ୍ରତିଦିନ ୨ ଜିବି ଡାଟା ନୁହେଁ ବରଂ ଏହି ପ୍ଲାନରେ ଆପଣଙ୍କୁ ୧୦୦ ଟଙ୍କା ଫାଷ୍ଟ୍ୟାଗ୍ କ୍ୟାସବ୍ୟାକ୍ ମଧ୍ୟ ମିଳୁଛି । ଏହା ସହ ଅନଲିମିଟେଡ କଲିଂ, ଏସଏମଏସ ସହ ଆହୁରି ଆନେକ କିଛି ଫାଇଦା ମଧ୍ୟ ରହିଛି ।

ଏୟାରଟେଲର ୩୧୯ ଟଙ୍କା ପ୍ଲାନ୍:

ଏହି ପ୍ଲାନରେ ୟୁଜର୍ସଙ୍କୁ ଏକ ମାସର ଭ୍ୟାଲିଡିଟି ମିଳିଥାଏ । ଏଥିରେ ଏକ ମାସ ପାଇଁ ଅନଲିମିଟେଡ କଲ୍, ପ୍ରତିଦିନ ୨ ଜିବି ଡାଟା ଏବଂ ୧୦୦ ଏସଏମଏସ ମିଳିଥାଏ । ଏହା ବ୍ୟତୀତ ଗ୍ରାହକଙ୍କୁ ୧୦୦ ଟଙ୍କା ଫାଷ୍ଟ୍ୟାଗ୍ କ୍ୟାସବ୍ୟାକ୍ ମଧ୍ୟ ମିଳିଥାଏ । ଏହାସହ ହ୍ୟାଲୋ ଟ୍ୟୁନ୍ସ, ୱିଙ୍କ୍ ମ୍ୟୁଜିକ୍ ର ମାଗଣା ସବସ୍କ୍ରିପସନ ମଧ୍ୟ ମିଳିଥାଏ ।

ଏୟାରଟେଲର ୩୫୯ ଟଙ୍କା ପ୍ଲାନ୍:

ଏହି ପ୍ଲାନରେ ୟୁଜର୍ସଙ୍କୁ ୨୮ ଦିନର ଭାଲିଡିଟି ମିଳିଥାଏ । ଏହି ପ୍ଲାନ୍ ରେ ଅନଲିମିଟେଡ କଲିଂ, ପ୍ରତିଦିନ ୧୦୦ ଏସଏମଏସ ଏବଂ ଡେଲି ୨ ଜିବି ଡାଟା ମିଳିଥାଏ । ଏଥିରେ ୟୁଜର୍ସଙ୍କୁ ଆମାଜନ ପ୍ରାଇମ ଭିଡିଓର ମୋବାଇଲ ଏଡିସନ, ୧୦୦ ଟଙ୍କା ଫାଷ୍ଟ୍ୟାଗ୍, ଆପୋଲୋ ୨୪, ୭ ସର୍କଲ, ‘Shaw academy’ରୁ ମାଗଣା କୋର୍ସ ମଧ୍ୟ ମିଳିଥାଏ ।

୪୯୯ ଟଙ୍କା ପ୍ଲାନ୍:

ଏହି ପ୍ଲାନରେ ପ୍ରତିଦିନ ୨ ଜିବି ଡେଲି ଡାଟା, ଅନଲିମିଟେଡ୍ କଲିଂ , ୧୦୦ ଏସଏମଏସ ମିଳିଥାଏ । ଏଥିରେ ଗ୍ରାହକଙ୍କୁ ତିନିମାସର ପାଇଁ ମାଗଣା ଆପୋଲୋ ୨୪/୭ ମେମ୍ବରସିପ୍, ୱିଙ୍କ୍ ମ୍ୟୁଜିକ୍ ଏବଂ ୧୦୦ ଟଙ୍କାର କ୍ୟାଶବ୍ୟାକ୍ ଫାଷ୍ଟ୍ୟାଗ୍ ମଧ୍ୟ ମିଳିବ । ଏହାର ଭାଲିଡିଟି୨୮ ଦିନ ପାଇଁ ରହିବ ।

 

Get real time updates directly on you device, subscribe now.