fbpx

୭୦ ବର୍ଷ ପରେ ଭାରତରେ ପୁଣିଥରେ ଶୁଣିବାକୁ ମିଳିବ ଚିତାବାଘଙ୍କ ଗର୍ଜନ, ଜାଣନ୍ତୁ କାହିଁକି ଅଣାଯାଉଛି ଭାରତ

ନୂଆଦିଲ୍ଲୀ: ପୁଣି ଥରେ ଭାରତରେ ଦେଖିବାକୁ ମିଳିବ ଚିତା | ପ୍ରାୟ ୭୦ ବର୍ଷ ପରେ ଭାରତରେ ପୁଣିଥରେ ଶୁଣିବାକୁ ମିଳିବ ଚିତା ବାଘଙ୍କ ଗର୍ଜନ | ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ସ୍ୱତନ୍ତ୍ର ହେବାକୁ ଯାଉଛି। କାରଣ ଦେଶରେ ଅଦୃଶ୍ୟ ହୋଇଯାଇଥିବା ପୃଥିବୀର ଦ୍ରୁତତମ ପଶୁ ଚିତା ଭାରତକୁ ଆସିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଜନ୍ମଦିନରେ ମଧ୍ୟପ୍ରଦେଶର ଶୋପୁର ଜିଲ୍ଲାରେ ଅବସ୍ଥିତ କୁନୋ ଜାତୀୟ ଉଦ୍ୟାନରେ ଆଫ୍ରିକାରୁ ଆସୁଥିବା ଏକ ଚିତା ଦଳକୁ ଉଦ୍ୟାନ ମଧ୍ୟରେ ପ୍ରବେଶ କରାଇବେ। ଚିତା ପୃଥିବୀର ଦ୍ରୁତତମ ବନ୍ୟ ପ୍ରାଣୀ କିନ୍ତୁ ଏହା ଭାରତରେ ବିଲୁପ୍ତ ବର୍ଗରେ ରହିଛି।

ଇତିହାସ ଏହାର ସାକ୍ଷୀ ଯେ, ଭାରତରେ ଚିତାର ଇତିହାସ ହଜାର ହଜାର ବର୍ଷ ପୁରୁଣା | ବିଶ୍ୱାସ କରାଯାଏ ଯେ ଶେଷ ଚିତା ୧୯୪୮ ମସିହାରେ ଛତିଶଗଡର ପୂର୍ବତନ ମହାରାଜା ରାମାନୁଜ ପ୍ରତାପ ସିଂଦେଓଙ୍କ ଦ୍ୱାରା ଶିକାର କରାଯାଇଥିଲା। ଉନବିଂଶ ଶତାବ୍ଦୀରେ ବ୍ରିଟିଶ ସରକାରଙ୍କ ଅଧିକାରୀ ତଥା ଭାରତର ରାଜାମାନଙ୍କ ଦ୍ୱାରା ଅତ୍ୟଧିକ ଶିକାର ହେତୁ ଚିତାଙ୍କ ସଂଖ୍ୟା ହ୍ରାସ ପାଇଥିଲା। ଶେଷରେ ୧୯୫୨ ମସିହାରେ ଭାରତ ସରକାର ଆନୁଷ୍ଠାନିକ ଭାବରେ ଦେଶରେ ଚିତା ବିଲୁପ୍ତ ହୋଇଯାଇଛି ବୋଲି ଘୋଷଣା କରିଥିଲେ।

ଅନ୍ୟପକ୍ଷେ, ସମସ୍ତ ଔପଚାରିକତା ସମାପ୍ତ ହେବା ପରେ ଆଫ୍ରିକୀୟ ଚିତାଙ୍କ ଆଗମନ ପାଇଁ ରାସ୍ତା ସଫା କରାଯାଇଛି। ସେପ୍ଟେମ୍ବର ୧୭ରେ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଆଫ୍ରିକୀୟ ଚିତାଙ୍କୁ ଛଡ଼ାଯିବ। ଏହା ସହିତ ରାଜ୍ୟ ଇତିହାସରେ ଏକ ନୂତନ ରେକର୍ଡ ଯୋଡାଯିବ, ଯାହାକି ୭୦ବର୍ଷ ପରେ ଚିତା ପୁଣି ଥରେ ସେମାନଙ୍କ ବାସସ୍ଥାନରେ ବୁଲିବାକୁ ସକ୍ଷମ ହେବେ । ସେହିଭଳି ବିମାନ କମ୍ପାନୀ ପ୍ରଥମ ଥର ପାଇଁ ଆଫ୍ରିକାରୁ ଭାରତକୁ ଚିତା ସ୍ଥାନାନ୍ତର କରିବାର କାର୍ଯ୍ୟ କରିବାକୁ ଯାଉଛି। ଏହି ମୁହୂର୍ତ୍ତ ବିମାନ କମ୍ପାନୀ ପାଇଁ ଅତ୍ୟନ୍ତ ସ୍ମରଣୀୟ ରହିବ। ଚିତା ସ୍ଥାନାନ୍ତରିତ କରିବା ପାଇଁ ବିମାନ ନାମିବିୟାରେ ପହଞ୍ଚିଛି, ଯାହାର ପ୍ରଥମ ଚିତ୍ର ନାମିବିୟାରେ ଥିବା ଭାରତୀୟ ଦୂତାବାସ ଟ୍ୱିଟ୍ କରି ସେୟାର କରିଛି।ଭାରତବାସୀ ପ୍ରାୟ ୭୦ ବର୍ଷ ପରେ ଭାରତରେ ଚିତା ଦେଖିବାକୁ ପାଇବେ | ଏହି ଐତିହାସିକ ମୁହୂର୍ତ୍ତକୁ ଦେଶବାସୀ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।

Get real time updates directly on you device, subscribe now.