fbpx

ଆଇପିଏଲ: ଆଜି ଚେନ୍ନାଇ ସୁପରକିଙ୍ଗସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଟକ୍କର, ଏମିତି ରହିପାରେ ଦୁଇ ଦଳର ପ୍ଲେଇଙ୍ଗ ଇଲେଭେନ୍

ଚାଲିଛି ଆଇପିଏଲ ମହାସମର  ।  ଆଜି ଚେନ୍ନାଇ ସୁପରକିଙ୍ଗସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଟକ୍କର ଦେଖିବାକୁ ମିଳିବ । ଚେନ୍ନାଇ ସୁପରକିଙ୍ଗ୍ ନିଜର ପ୍ରଥମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସଠୁ ପରାଜିତ ହୋଇଥିଲା । ଦ୍ୱିତୀୟ ମୁକାବିଲାରେ ପଞ୍ଜାବ କିଙ୍ଗ୍ସକୁ ୬ ୱିକେଟରେ ହରାଇ ଟୁର୍ଣ୍ଣାମେଣ୍ଟରେ ପ୍ରତ୍ୟାବର୍ତ୍ତନ କରିଛି ।  ଏହା ସହ ଚେନ୍ନାଇର ରନ ରେଟରେ କାଫି ସୁଧାର ଆସିଛି, ଏବଂ ପଏଣ୍ଟ ଟେବୁଲରେ ଏହା ଆଗକୁ ବଢିଛି ।  ସେହିଭଳି ରାଜସ୍ଥାନ ରୟାଲ୍ସ ନିଜର ଓପନିଙ୍ଗ ମ୍ୟାଚରେ କିଙ୍ଗସ ଇଲେଭେନ ପଞ୍ଜାବଠାରୁ ୪ ରନରେ ହାରିଥିଲା ଏବଂ ଦ୍ୱିତୀୟ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ତିନି ୱିକେଟରେ ହରାଇ ମ୍ୟାଚକୁ ଫେରିଥିଲେ ।

ତେବେ ମ୍ୟାଚ ପୂର୍ବରୁ ଦୁଇ ଟିମର ମନୋବଳ ବଢିଛି । ଚେନ୍ନାଇ ପାଇଁ ଋତୁରାଜ ଗାୟକୱାଡ ଫର୍ମ ଚିନ୍ତାଜନକ ରହିପାରେ । କାରଣ ପଞ୍ଜାବ ବିରୋଧରେ ୧୬ ବଲରେ ୫ ରନ କରିଥିଲେ । ଏଭଳି ପରିସ୍ଥିତିରେ ଚେନ୍ନାଇ ତାଙ୍କ ଯାଗାରେ ରବିନ ଉତ୍ଥପାଙ୍କୁ ଖେଳାଇପାରେ  । ଲୁଗି ଏନଗିଡି ମଧ୍ୟ ସିଲେକ୍ସନରେ ରହିପାରନ୍ତି, ମାତ୍ର ଧୋନୀ କମ୍ବିନେସନେ ଚେଞ୍ଜ ନକରିପାରନ୍ତି । ପୂର୍ବ ମ୍ୟାଚରେ ଡେଭିଡ ମିଲରଙ୍କୁ ବେନ ଷ୍ଟୋକ୍ସଙ୍କ ଯାଗାରେ ଖେିଳିବାକୁ ଦିଆଯାଇଥିଲା, ସେ ଏହାର ଭଲ ଫାଇଦା ମଧ୍ୟ ଉଠାଇଥିଲେ ।

ଚେନ୍ନାଇ ସୁପରକିଙ୍ଗସର ଚୂଡାନ୍ତ ଏକାଦଶ:

ରବିନ ଉତ୍ଥପା, ଫେଫ ଡୁ ପ୍ଲେସି, ମୋଇନ ଅଲ୍ଲୀ, ସୁରେଶ ରାଇନା, ଅମ୍ବାତୀ ରାଇଡୁ, ମହେନ୍ଦ୍ର ସିଂହ ଧୋନୀ, ରବିନ୍ଦ୍ର ଜାଡେଜା, ଡ୍ରବେନ ବ୍ରାଭୋ, ସାରଦୁଲ ଠାକୁର, ଦୀପକ ଚାହର ।

ରାଜସ୍ଥାନର ରୟାଲ୍ସର ଚୂଡାନ୍ତ ଏକାଦଶ:

ମନନ ବୋହରା, ଜୋସ ବଟଲର, ସଂଞ୍ଜୁ ସ୍ୟାମସନ, ଶିବମ ଦୁବେ, ଡେଭିଡ ମିଲର, ରିୟାନ ପରାଗ, ରାହୁଲ ତେବତୀୟା, କ୍ରିଶ ମୋରିସ, ଜୟଦେବ ଉନ୍ନାଦକଟ, ଚେତନ ସକାରିୟା, ମୁସ୍ତାଫିଜୁର ରହମାନ ।

Get real time updates directly on you device, subscribe now.