fbpx

ଚୁଇଙ୍ଗମ ଖାଇବା ଅଭ୍ୟାସ ଆଜିଠାରୁ ଛାଡ଼ି ଦିଅନ୍ତୁ, ନଚେତ୍ ଅକାଳରେ ଚାଲିଯିବ ଆପଣଙ୍କର ଜୀବନ

ଅଧିକାଂଶ ଲୋକଙ୍କ ମନରେ ଏହି ଧାରଣା ଥାଏ ଯେ, କେବଳ ନିଶା ଦ୍ରବ୍ୟ ଯେପରି ମଦ, ପାନ, ବିଡ଼ି, ସିଗାରେଟ୍ ଶରୀରର କ୍ଷତି କରିଥାଏ । ମାତ୍ର ଆପଣମାନେ ହୁଏତ ଏ ବିଷୟରେ ଜାଣିନଥିବେ ଯେ, ଚୁଇଙ୍ଗମ, ଚକୋଲେଟ ଆଦି ବି ଆପଣଙ୍କର ଜୀବନ ନେଇପାରେ । ଯଦି ଆପଣଙ୍କର ଚୁଇଙ୍ଗମ ଖାଇବାର ଅଭ୍ୟାସ ଅଛି, ତେବେ ଆଜିଠୁ ସାବଧାନ ହୋଇଯାଆନ୍ତୁ । ଚୁଇଙ୍ଗମରେ ଅନେକ ପ୍ରକାରର ସାଇଡ ଇଫେକ୍ଟ ରହିଛି, ଯାହାକି ଆମ ଶରୀରର ବହୁତ କ୍ଷତି ପହଞ୍ଚାଇଥାଏ ବୋଲି ଏକ ଅନୁସନ୍ଧାନରୁ ଜଣାପଡ଼ିଛି । ଆସନ୍ତୁ ଜାଣିବା ଚୁଇଙ୍ଗମର ଅପକାରିତା ବିଷୟରେ:-

– ସାଧାରଣତଃ ଛୋଟ ପିଲାମାନେ ଚୁଇଙ୍ଗମ ଖାଇବାକୁ ଭଲ ପାଆନ୍ତି । ଚୁଇଙ୍ଗମ ଖାଇବା ଫଳରେ ସେମାନଙ୍କର ମୁଣ୍ଡବିନ୍ଧାର କାରଣ ସାଜିଥାଏ । ଏହା ସହିତ ବେକ ଯନ୍ତ୍ରଣା, କାନ ଯନ୍ତ୍ରଣା ସହ ଅନ୍ୟାନ୍ୟ ସମସ୍ୟା ସୃଷ୍ଟି ହୋଇଥାଏ ।

– ଚୁଇଙ୍ଗମ ତିଆରି କରିବା ସମୟରେ ସେଥିରେ ଅନେକ ବିଷାକ୍ତ ରାସାୟନିକ ପଦାର୍ଥ ମିଶ୍ରଣ କରାଯାଇଥାଏ । ଏହି ପଦାର୍ଥ ଆମ ଶରୀରର ଅନ୍ତନଳୀର ବହୁତ ଘତି ଘଟାଇଥାଏ, ଯଦ୍ୱାରା ଆମର କୋଷିକା ଗୁଡ଼ିକ ବ୍ୟାକ୍ଟେରିଆ ସହିତ ଲଢ଼ିବାର କ୍ଷମତା ହରାଇ ବସିଥାନ୍ତି ।

– ଯେଉଁ ଚୁଇଙ୍ଗମରେ ଚିନି ମିଶ୍ରିତ ହୋଇଥାଏ, ଖାଇବା ସମୟରେ ତାହା ଆମର ଦାନ୍ତକୁ ଘୋଡ଼ାଇ ରଖିବାକୁ ଚେଷ୍ଟା କରିଥାଏ, ଯାହାକି ଆମ ଦାନ୍ତ ପାଇଁ କ୍ଷତିକାରକ ହୋଇଥାଏ । ସେହିପରି ବିନା ଚିନି ଯୁକ୍ତ ଚୁଇଙ୍ଗମ ମଧ୍ୟ କ୍ଷତିକାରକ ହୋଇଥାଏ ।

– ଆମେ ଚୁଇଙ୍ଗମ ଚୋବାଇବା ଦ୍ୱାରା ଅଧିକ ପରିମାଣରେ ଲାଳ ଶରୀର ମଧ୍ୟକୁ ଚାଲିଯାଇଥାଏ, ଫଳରେ ଖାଦ୍ୟ ହଜମ ହେବାରେ ଏହା ବାଧା ସୃଷ୍ଟି କରିଥାଏ । ଚୁଇଙ୍ଗମ ଆମ ପେଟ ଓ ଅନ୍ତନଳୀରେ ଅନେକ ଚାପ ସୃଷ୍ଟି କରିଥାଏ ।

Get real time updates directly on you device, subscribe now.