fbpx

ନିର୍ବାଚନ ଆୟୋଗ ଉପରେ କରୋନା ମାଡ, ପଜିଟିଭ୍ ଚିହ୍ନଟ ହେଲେ ସିଇସି ସୁଶୀଲ ଚନ୍ଦ୍ରା

ନୂଆଦିଲ୍ଲୀ ୨୦ ।୦୪ : ଦେଶରେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏହାର ପ୍ରଭାବ ଏବେ ନିର୍ବାଚନ ଆୟୋଗ ଉପରେ ମଧ୍ୟ ପଡିଛି । ଦେଶର ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁଶୀଲ ଚନ୍ଦ୍ରା ଏବଂ ନିର୍ବାଚନ ଆୟୁକ୍ତ ରାଜୀବ କୁମାର କୋଭିଡ  ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ହେବା ପରେ ସେମାନେ ହୋମ କ୍ୱାରେଣ୍ଟିନରେ ରହି ଭର୍ଚୁଆଲ ମାଧ୍ୟମରେ ନିଜର କାମ ଜାରି ରଖିଛନ୍ତି ।

ମହାମାରୀ ଯୋଗୁଁ ନିର୍ବାଚନରେ ଆସୁଥିବା ବାଧା ସତ୍ତ୍ବେ ମଧ୍ୟ ସେମାନେ ଲଗାତାର ଅଧିକାରୀଙ୍କ ସଂପର୍କରେ ରହିଛନ୍ତି । ବର୍ତ୍ତମାନ ପଶ୍ଚିମବଙ୍ଗରେ ତୃୀତୟ ପର୍ଯ୍ୟାୟ ମତଦାନ ବାକି ଅଛି । ଏହି ବଡ ନିର୍ବାଚନ ଲଢେଇରେ ରାଜନୈତିକ ଦଳ ମାନେ ନିର୍ବାଚନକୁ ନେଇ ଅଭିଯୋଗ ନେଇ ଆୟୋଗ ନିକଟରେ ପହଞ୍ଚିଥିଲେ । ସୂଚନା ଅନୁଯାୟୀ ନିର୍ବାଚନକୁ ନେଇ ଆୟୋଗ ପାଖକୁ ୧୯ ହଜାର ଅଭିଯୋଗ ଆସିଥିଲା ଯାହା ମଧ୍ୟରୁ କେବଳ ୮ ଏପ୍ରିଲ ପର୍ଯ୍ୟନ୍ତ କେବଳ  ୯୯ ଅଭିଯୋଗ ବାକି ରହିଥିଲା ।

କିଛି ଦିନ ପୂର୍ବରୁ ପୂର୍ବ ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁନୀଲ ଅରୋରାଙ୍କ ପଦ ଛାଡିବା ପରେ ସୁଶୀଲ ଚନ୍ଦ୍ରା ଏହି ପଦ ସମ୍ଭାଳିଥିଲେ । ଭାରତର ୨୪ ତମ ନିର୍ବାଚନ ଆୟୁକ୍ତ ଭାବରେ ସେ ୨୦୧୯ ଫେବୃଆରୀ ୧୪ରେ ନିର୍ବାଚନ ଆୟୁକ୍ତ ପଦରେ ନିଯୁକ୍ତ ହୋଇଥିଲେ ।

ଏହା ପୂର୍ବରୁ ସେ Central Board of Direct Tax(CBDT)ର ଅଧ୍ୟକ୍ଷ ରହିଥିଲେ । ଆଇଆଇଟି ରୁରକିରୁ ସ୍ନାତକ ଏବଂ ଡେରାଡୁନ ଡି ଡିଏଭି କଲେଜରୁ ଏଲଏଲବି କରିଛନ୍ତି । ଭାରତୀୟ ରାଜସ୍ୱ ସେବା ର ୧୯୮୦ କ୍ୟାଡର ର ଅଧୀକାରୀ ଏବଂ ନିଜ କ୍ୟାରିୟରେ ସେ ବହୁ ଗୁରୁତ୍ୱ ପୂର୍ଣ୍ଣ ପଦବୀରେ ରହିଛନ୍ତି।

ମୁଖ୍ୟ ନିର୍ବାଚନ ଆୟୁକ୍ତ ଚନ୍ଦ୍ରାଙ୍କ କାର୍ଯ୍ୟକାଳରେ ଗୋଆ, ମଣିପୁର, ଉତ୍ତରାଖଣ୍ଡ, ପଞ୍ଜାବ ଏବଂ ଉତ୍ତର ପ୍ରଦେଶର ବିଧାନ ସଭା ନିର୍ବାଚନ ହୋଇପାରେ । ଏହି ରାଜ୍ୟର ବିଧାନସଭା କାର୍ଯ୍ୟକାଳ ଆଗାମୀ ଏକ ବର୍ଷ ଭିତରେ ସମାପ୍ତ ହେବାକୁ ଯାଉଛି ।

Get real time updates directly on you device, subscribe now.