fbpx

ନିର୍ବାଚନ ଉପରେ କରାେନାର କଳା ବାଦଲ, ୫ ରାଜ୍ୟର କୋଭିଡ୍‌ ସ୍ଥିତି ସମୀକ୍ଷା କଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ : ନିର୍ବାଚନ କମିଶନ ଗୁରବାର ୫ ରାଜ୍ୟର କୋଭିଡ ପରିସ୍ଥିତିକୁ ସମୀକ୍ଷା ପାଇଁ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ସଚିବ ତଥା ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନଙ୍କ ସହିତ ଆଲୋଚନା କରିଛନ୍ତି । ଏହାସହ କମିଶନ କେନ୍ଦ୍ରୀୟ ଗୃହ ସଚିବ ଅଜୟ କୁମାର ଭଲ୍ଲାଙ୍କ ସହିତ ଅଲଗା ଆଲୋଚନା କରିଛନ୍ତି । ଦୁଇଟି ବୈଠକର ଉଦ୍ଦେଶ୍ୟ ୫ରାଜ୍ୟ ଯଥା ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର୍‌ ଓ ଗୋଆରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ତୃଣମୂଳ ସ୍ତରର ସ୍ଥିତିକୁ ଜାଣିବା । ବୈଠକରେ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ବ୍ୟତୀତ ଏମ୍ସର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ଓ ଆଇସିଏମ୍‌ଆର୍‌ର ବଳରାମ ଭାର୍ଗବ ମଧ୍ୟ ଉପସ୍ଥିତ ଥିଲେ । ଆଗାମୀ କିଛି ଦିନ ମଧ୍ୟରେ ୫ ରାଜ୍ୟରେ ନିର୍ବାଚନ ତାରିଖ ଘୋଷଣା ହେବାର ସମ୍ଭାବନା ଅଛି ।

Get real time updates directly on you device, subscribe now.